ନ୍ୟାୟ
ନ୍ୟାୟ
ଏଇ ଛାର ମଣିଷ ବା କିଏ ?
ଯେ ବୁଝିବ ନାରୀ ଆଖିର ଉଷ୍ନ ଲୁହକୁ
ହେଲେ ପ୍ରକୃତିରାଣୀ ଖୁବ୍ ସମ୍ବେଦନଶୀଳ ।
ନୀଳ ଆକାଶ କାନ୍ଦୁଛି
ବୁକୁଫଟା କାନ୍ଦ
ଝର୍ ଝର୍ ନୁହଁ ଗଦ୍ ଗଦ୍ ହୋଇ ବହିପଡୁଛି ଲୁହ
ଲୁହ ତ ନୁହଁ ହୃଦୟର ଧାର ଧାର ଶୋଣିତ ।
ଯାହାକୁ ସଂଚି ପାରୁନି ମା' ମାଟି
ତା'ର ପ୍ରଶସ୍ତ ଆଞ୍ଜୁଳାରେ ।
ଚଁଁ..ଚାଁ.. ଚିଆଁ..ଚିଆଁ..କରି
କାନ୍ଦିଉଠୁଛନ୍ତି ମୁକ୍ତାକାଶର ଆଜାଦ୍ ପକ୍ଷୀମାନେ
ଆକାଶ ବୁକୁର ଇଗଲ୍ ମାନେ
କୁକୁଡ଼ା ଫାର୍ମର ଛୋଟ ବଡ଼ ମାଂସ ମାନେ ।
ହଠାତ୍ ଫୁଲିଉଠୁଛି ସମୁଦ୍ରଜଳ
ଫଡ୍ ଫଡ୍ ହୋଇ ଡେଇଁ ପଡୁଛନ୍ତି ଜଳଚର ଗୁଡାକ
ସେମାନଙ୍କୁ ନା ଭୟ ଅଛି ଶିକାରୀର ଜାଲକୁ
ନା ଭୟ ଅଛି ଦୂର ଆକାଶର ଚିଲକୁ ।
ସମସ୍ତେ ଏକା ସ୍ୱରରେ କହୁଛନ୍ତି ବୋଧେ ?
ନ୍ୟାୟ...ନ୍ୟାୟ... ନ୍ୟାୟ... ।
ମଣିଷ ସିନା ବୁଝିପାରୁନି ନାରୀକୁ
ନାରୀର ଇଜ୍ଜତକୁ , ତା'ଆଖିର ଲୁହକୁ
ମଣିଷକୃତ ମେସିନ ସଫ୍ଟୱେର ଗୁଡିକ କିନ୍ତୁ ଭିନ୍ନ
ସେମାନେ ଖୁବ ସମ୍ବେଦନଶୀଳ
ଏକଦମ୍ ପ୍ରକୃତି ପରି ।
ଟଂ.. ଟଂ..ଟିଂ.. ଟିଂ.. ପରି ଶବ୍ଦ ସହ
ଅକ୍ଷରବିଡା ମେସେଜ ଗୁଡାକ
ଘୁରି ବୁଲୁଛୁନ୍ତି ମୋବାଇଲରୁ ମୋବାଇଲ
ଲେପଟପରୁ ଲେପଟପ୍....
ଜଣକରୁ ଅନ୍ୟ ଜଣଙ୍କ ପାଖକୁ
ଚିହ୍ନା ଅଚିହ୍ନା ସଭିଙ୍କ ପାଖକୁ ।
ଟିଭି ସ୍କ୍ରିନରେ
ବଡ଼ ବଡ଼ ଅକ୍ଷରରେ ହେଡଲାଇନ
ଦୁଃଖପୂର୍ଣ୍ଣ ଭାବଭାଙ୍ଗି ହେଲେ ବି ଉଚ୍ଚସ୍ୱରରେ
କୌଣସି ଗୋଟେ ନାରୀର ଇଜ୍ଜତଲୁଟା ଖବର
ଗୋଟେ ଲଜ୍ଜା ।
ପୁଣି ବାରମ୍ବାର ପ୍ରତିଫଳିତ ହେଉଛି
ସେଇ ଝାପସା ଚେହେରାଟି
ବୋଧେ ଗୋଟେ ନିବେଦନ ସହ ?
ନ୍ୟାୟ...ନ୍ୟାୟ... ନ୍ୟାୟ... ।
ନିରୀହ ଝିଅର ମାଳ ମାଳ ମାଂସ
ଦେହର ଜାଗା ଜାଗାରେ ଦାଗ
ଆଖିର ଧାର ଧାର ଲୁହ
ମୃତ୍ୟୁ ପରେ ସେହି ଅମଣିଷ ମାନଙ୍କ
ଘଣ୍ଟା ଘଣ୍ଟାର ଭାଷଣ ଶୁଣି ,ଦେଖି
କେମିତି ବା ରହିପରିଥାନ୍ତି
ନ ଚଳାଇ ମୋ ଲେଖନୀକୁ
ସେଥିପାଇଁ ଏଇ କିଛି ଧାଡି
ଲେଖିଛି ଗୋଟେ କାଳିବିହୀନ କଲମରେ
ନେଇ ତା'ର ଧାର ଧାର ଲୁହକୁ ;
ଧାର ଧାର ତାଜା ରକ୍ତକୁ......
ଯା'ର ପ୍ରତିଟି ରକ୍ତ ବିନ୍ଦୁ ରଖିଥାଏ ଗୋଟେ ନିବେଦନ ।
ନ୍ୟାୟ...ନ୍ୟାୟ... ନ୍ୟାୟ... ।
ବଲବନ୍ତ ସାହୁ (Bab-L-U)
ମୋ- 9078105234
(ଆସିଫା କୁ ନ୍ୟାୟ ଦାବି ସକାଶେ ମୋ ଲେଖା..ଲେଖା ତ ନୁହଁ..ମୋ ଭାବନା ।)