ଟିକି ଅଳି ମୋର ଶୁଣ
ଟିକି ଅଳି ମୋର ଶୁଣ


ଟିକି ପିଲା କରି
ମୋତେ ତ ଗଢିଛ
ଟିକି ବୁଦ୍ଧି ଟିକେ ଦେଇ
କି ଅବା କରିବି
ସେ ଟିକି ବୁଦ୍ଧିରେ
କିଛି ବୁଝିପାରୁ ନାହିଁ |
ଅଳି ମୁଁ କରୁଛି
ଟିକି ହାତ ଯୋଡି
ଭଲବାଟ କାହିଁ କୁହ
ଗଲେ କେଉଁ ବାଟେ
ଦେଖି ମୁଁ ପାରିବି
ତୁମ ର ସେ କଳା ମୁହଁ |
ଦେଇଛ ଯଦି ମୋ
ଟିକି ଓଠେ ହସ
ସବୁବେଳେ ଝରୁଥାଉ
ଦୁଃଖୀ ରଙ୍କି ସେବା
କରିବାକୁ ମନ
ସଦା ଆଗଭର ହେଉ |
ଅସୁମାରୀ ବଳ
ଭରିଦିଅ ପ୍ରଭୁ
ଦୁଇ ଟିକି ହାତେ ମୋର
ଜୀବନେ ମୋ ବ୍ରତ
ହେଉ ଦେଶ ହିତ
ବୀର ସୈନିକଟେ କର |
ଟିକି ମନେ ମୋର
ନ ଲଗା କଳୁଷ
ଭରିଦିଅ ବାସନା ରେ
ଗୁରୁ ଗୁରୁଜନ
ଭକତି ସମ୍ମାନ
କରୁଥିବି ଆଦର ରେ |
ସତେ ଯଦି ପ୍ରଭୁ
ତୁମେ ଦୟାମୟ
ଏତିକି ସୁଦୟା କର
ଭଲ ମଣିଷ ଟେ
କରିବ ଠାକୁରେ
ଟିକି ଅଳି ଏହି ମୋର |