Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

3  

Balabanta Sahu

Others

କଥାଦେଲି

କଥାଦେଲି

1 min
84


କଥାଦେଲି

ଖସଡା ସୁଖ ଲାଗି

ସଁପି ଦେବୁନି ଜୀବନ


ପାରିବୁ ଯଦି

ଗୋଟାଇକି ଢାଳିବୁ ,

ଖୋଲିକି ପୋତିବୁ ,

ଫୁଟି ପୁଣି ଫୁଟାଇବୁ (ପ୍ରାପ୍ତ) ଦୁଃଖ ;

ଦେଖିବୁ ସେ (ଦୁଃଖ) ବୃକ୍ଷ

ଦିନେ କେବଳ ସୁଖଫୁଲ ଇ ଫୁଟାଉଥିବ ।


ପୁଣି କଥାଦେଲି

ଅଠାଲଗା ଦୁଃଖ ଲାଗି ମଧ୍ୟ

ଢାଳି ଦେବୁନି ଜୀବନ


ପାରିବୁ ଯଦି

(ପ୍ରାପ୍ତ)ମୁହୂର୍ତ୍ତକ ସୁଖକୁ ହାତେଇବୁ

ପ୍ରେମ ଆଉ ସଂପର୍କ ଦେଇ

କଂକ୍ରିଟ କରିଦେବୁ ଚଉରାମୂଲରେ ;

ଦେଖିବୁ ସେ ( ସୁଖ )ବୃକ୍ଷ

ଦିନେ ଭାଗ ମାଗିବା ଛଳରେ

ନେଇଯାଉଥିବ ତୋର ସବୁତକ ଦୁଃଖ ।


ତା' ପରେ ତୁ ସାଜିଥିବୁ

ଗୋଟେ ସମୁଦ୍ରସ୍ଥିତ ସମୁଦ୍ର ;

ତୋତେ ନା' ଭୟ ଥିବ ଜୁଆରର

ନା' କୌଣସି ଭଟ୍ଟାର

ନା' ଅପ୍ରାପ୍ତି ଜୀବନର ।


#Bab_L_U💞

#Dt_05_02_19

••••••••


Rate this content
Log in