ଥ'ହୁଅ ଗପିବା
ଥ'ହୁଅ ଗପିବା
1 min
261
କେତେ ଆଦର ର ଭ୍ରୁଣ ହଜି ଯାଇଚି
ନୀଳ ଲହରୀ ର ଆସନ୍ତା
ସ୍ନିଗ୍ଧ ଚିତ୍ର ରୁ !
ହାଁ' କରି ଚାହିଁବା ବେଳେ
ଖୋଜା ଖୋଜି ଲୋଡ଼ାଲୋଡ଼ି ରେ
ଫୁର଼ କରି ଉଡ଼ି ଯାଇଚି
ସମୟ ର ଚଢ଼େଇ ॥
ଆସ_ବସିବା_ଗପିବା
ସତ ଗପ ର ଗପ
ମନ ବାଉଳା ହେଲେ
କେମିତି ଗଢ଼ି ହେଇ ଯାଏ
ହୃଦୟ ଗାଁ ରେ
ଶ୍ରଦ୍ଧା ର ମଂଦିର
କେମିତି ଝୁଲି ଯାଏ
ମନ ର କାଂଥ ରେ
ପ୍ରୀତି ର ଛବିଳ ଚିତ୍ର !
କେମିତି ନାଚି ଯାଏ
ବିବେକ ର ବଗିଚା ରେ
ପ୍ରେମ ର ଲାସ୍ୟ ରଂଗ !!!
