Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

0.8  

Susil Pani

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
1.7K


" କରି କରାଉ ଥାଉ ତୁହି , ତୋ ବିନୁ ଅନ୍ୟ ଗତି ନାହିଁ "

ଧନ୍ୟ ପ୍ରଭୂ ତୁମରି ଲୀଳା ହେ ପ୍ରଭୂ ଧନ୍ୟ ଯେ ତୁମରି ଖେଳା ।

ମିଛେ ପ୍ରାଣୀ କହେ ମୁଁ ମୁଁ ମୋର ମିଛେ ଧନ୍ଦି ହୁଏ ଖାଲି ଭଲା ।।

ସବୁ ଯେ ତୁମେଟି କର ଯେ କରାଅ କେହି ପାରନ୍ତିନି ଜାଣି ।

ପାରିବାର ଲୋକ ବଡିମା କରେନି ନ ପାରିବା ଲୋକ ବୋଲେ ସର୍ବ ଜ୍ଞାନୀ ।।

।।

କଷଟି ପଥରେ ପରୀକ୍ଷା କରାଅ ପ୍ରାଣୀ ପାଏ ଯେ ଅନେକ ଦୁଃଖ ।

ସବୁ ରଚି ତୁମେ ମଉନରେ ଦେଖ କେତେ ତାର ଅଛି ଧୈର୍ଯ୍ୟ

।।

ତୁମ ଲୀଳା ପ୍ରଭୂ ଅତି ଯେ ବିଚିତ୍ର ଜାଣି ବି ନ ଜାଣିଲା ପରି ଲାଗେ ।

ଅମାନିଆଁ ମନ ଯେତେ ନିନ୍ଦିଲେବି ହୃଦୟ ଭରି ସେ ଖୋଜେ ।।

ତୁମ ଲୀଳା ପଭୂ କିଏ ସେ ବୁଝିବ ସ୍ୱୟଂ ଲକ୍ଷ୍ମୀ ମାତା ନ ପାରିଲେ ଜାଣି ।

ଭକ୍ତ ଖାଲି ଭକ୍ତି ଭାବେ ବୁଡି ରହି କହେ ଏ ସବୁ ଲୀଳା ଖେଳା ଯେ ତୁମରି ।।

@ ସୁସିଲ୍ ପାଣି ,ପୁରୀ ।


Rate this content
Log in