Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Others

1.0  

Balabanta Sahu

Others

ଚିଠି

ଚିଠି

1 min
13.1K


ମୋତେ ବି'
ଜଣାନାହିଁ ଦେବୀ
କେତେ ବୟସ ଯେ ?
ସେ କ୍ଷତାକ୍ତ ରାତିର.. ।

ଜାଣିଥିଲେ ଜାଣିଥିବ
ମୁଣ୍ଡ ତଳ ତକିଆ ;
କେତେ ଦିନ, ରାତି
ବିତିସାରିଲାଣି ଯେ
ସେଇ ରାତିର ତାତିକୁ..।

ତାକୁ ଦମ୍ଭ ଟିକେ ମାଗିଲି
ହେଲେ ସେ ତରା ସବୁକୁ
ଦେଖେଇ ଦେଖେଇ
ମହାଜନ ଠାଣିରେ କହିଲା-
'ହୃଦୟକୁ ତୋର ବନ୍ଧା ରଖ ଏଇମିତି
ଆଉ ନେଇଯା ,ଯେତେ ପାରୁଛୁ ଦମ୍ଭ ।'

ସେଇ ଦିନଠୁ
ବନ୍ଧା ପଡିଛି ହୃଦୟ ;
ସୁଧ ହାର ତୋଳିପାରୁନି ବୋଲି
ମୁକୁଳାଇ ପାରୁନି
ଆପଣା ହୃଦୟ ଟାକୁ... ।

ସେଥିପାଇଁ..ବୋଧେ !
ଧୋଇ ହୋଇଯାଉଛି
ସ୍ନେହ ପ୍ରେମ ରଙ୍ଗ ଯେତେ
ତୋ' ମୋ ପ୍ରେମକୁଟୀରର ;
ଯେଉଁ କୁଟୀର ବି
ବୋଧେ ଗଢିଉଠିଥିଲା
କେଉଁ ଗୋଟେ ରଙ୍ଗୀନ ରାତିରେ.. ।

ବାସ୍...! ଏତିକି ହିଁ
ଜମାଟ୍ ବାନ୍ଧିଥିଲା ଦେବୀ
ବେଶୀ କିଛି ତୁ ଆଉ ଖୋଜ ନା
ଜାଣିଛୁ , ତୋ ଖୋଜିବାଠୁ
ଆରମ୍ଭ ହୁଏ ବୋଲି
ମୋ ଲୁକ୍ ଲୁକାନି ଖେଳ ।
ହେଲେ..,
ଇଏ କଉ ଖେଳିବା ବେଳ ଯେ ?
ସାଇତି ଥା' କିଛି ଖେଳ
ଖେଳିବା ଆର ଜନମରେ...।

ଏବେ ଦେଖ୍ ! ମୋ ଚିଠି
ଦେଖ୍ ତା ପ୍ରତି ଅକ୍ଷର , ମାତ୍ରା , ଫଳା
ଆଉ କମା , ପୂର୍ଣ୍ଣଚ୍ଛେଦ ରେ...
କେମିତି ଲେସି ହୋଇ ରହିଛି
ଏଇ ହୃଦୟବିହୀନ ପ୍ରେମିକର ଦାମ୍ଭିକତା ।
💗💗💗💗💗💗💗💗💗💗💗💗

ବଲବନ୍ତ ସାହୁ ( Bab L U)
ଭୁଷଲାଡ଼ , ସିନ୍ଧେକେଲା, ବଲାଙ୍ଗୀର
ମୋ- 9078105234


Rate this content
Log in