ଯୌତୁକ ରାକ୍ଷାସ
ଯୌତୁକ ରାକ୍ଷାସ
ସେଦିନ ସିନା ଓ ପାୟଲ୍, ମାନୀ ଅପାଙ୍କ ପହଞ୍ଚିଲେ । ଏଥର ମାନୀ ଅପା ବର୍ଷେ ପରେ ଗାଁକୁ ଆସିଥିଲେ । ସହରରରେ ମାନୀ ଅପା ସମାଜ ସେବିକା ଓ ଓକିଲଭାବେ ଖୁବ ଖ୍ୟାତି ଅର୍ଜନ କରିଥିଲେ । ଏତେ ଦିନ ପରେ ସେମାନେ ମାନୀଅପାଙ୍କୁ ଦେଖି ବହୁତ ଖୁସି ଥିଲେ। ସେମାନଙ୍କ ପ୍ରଶ୍ନିଳ ଚାହାଣିକୁ ଦେଖି ମାନୀ ଅପା ଠଉରାଇ ନେଲେ ସେମାନେ କିଛି ପଚାରିବାକୁ ଚାହୁଁଛନ୍ତି ।ହଁ ସାନ ଭଉଣାମାନେ ତୁମ ମନରେ କ'ଣ ଅଛି କୁହ । ସିନା କହିଲା -ଅପା ଆମେ ପୁଜା କରିବା ପାଇଁ ମନ୍ଦିର ଯାଉ,ଏଇ ଯେମିତି ପାୟଲ ବାବା ମସଯିଦକୁ ଯାଆନ୍ତି । ମନ୍ଦିର ହେଉକି ମସଯିଦ୍ ସେଠାରେ ପରମେଶ୍ବରଙ୍କ ଉପାସନା କରାଯାଇଥାଏ ।ମନ୍ଦିର ବା ମସଯିଦ୍ ବାହାରେ ବସି ରହିଥିବା ଦୀନ ଦରିଦ୍ରଙ୍କ ଅବସ୍ଥା ଦେଖିଲେ ମନରେ ଅନେକ ପ୍ରଶ୍ନ ଆସିଥାଏ -ଏମାନେ କ'ଣ ଆମ ସମାଜର ଅଂଶ ନୁହନ୍ତି !ଏମାନଙ୍କ ପାଇଁ କ'ଣ ଏ ସମାଜର ଉତ୍ତରଦାୟୀ ନୁହେଁ ! ଭିକ ମାଗିବା ଏକ ଅପରାଧ ହୋଇପାରେ,କିନ୍ତୁ ଏମାନଙ୍କୁ ଭିକ ମାଗିବା ପାଇଁ ବାଧ୍ୟ କରିଥିବା ପରିସ୍ଥିତି ପାଇଁ ଦାୟୀ କିଏ ? ପାୟଲ କହିଲା- ଅପା , ବାବା କହୁଥିଲେ ସେଦିନ ମସଯିଦ୍ ସହନ୍ ପାଖରେ ବୁରଖା ପିନ୍ଧି ବସିଥିବା ମହିଳା ରେସମା କହୁଥିଲା -"ବାବୁ ଅଲ୍ଲା ତୁମହାରା ଭଲା କରେଗା....ଇସ ଗରିବ୍ ପର୍ ରହମ୍ କରୋ" ।ବିଚାରି ମହିଳାର ତିନି ତନୋଟି ବଢିଲା ଝିଅ ,ବାପ ଦିନ ମଜୁରିଆ ।ପର ଜମିରେ ମୂଲ ଲାଗି ଖଟେ । ଯୌତୁକ କାହୁଁ ଆଣିବ ? ସେଇଥି ପାଇଁ ଏଠି ମସଯିଦ୍ ସହନରେ ବସି ଗୁହାରି କରୁଛି । "ଅଲ୍ଲାକେ ନାମ୍ ସେ କୁଛ୍ ଦେଦୋ ବାବୁ ।ଲଣ୍ଡୟାକି ଶାଦି ହୋଯାଏ" । ସିନା କହିଲା ଅପା -ମନ୍ଦ ିର ବେଢାରେ ଶହ ଶହ ସଂଖ୍ୟାରେ ବସି ରହିଥିବା ଅନେକ ଦୀନ ହୀନ ଲୋକ ଅଛନ୍ତି ଯେଉଁମାନଙ୍କ ଅବସ୍ଥା ମଧ୍ୟ ଠିକ ରେଶମା ପରିବାର ଭଳିଆ ଅଟେ ।ଅପା,
ଏମାନଙ୍କ ସମସ୍ୟାର ସମାଧାନ ପାଇଁ ଆମେ ତୁମସହ ଆଲୋଚନା କରିବା ପାଇଁ ଏଠି ଆସିଛୁ ।
ପିଲାଙ୍କ ମୁହଁରୁ ଏଭଳି କଥା ଶୁଣି ମାନୀ ଅପା ଖୁସି ହେବା ସହ ବହୁତ ଚିନ୍ତିତ ଥିବା ଜଣା ପଡୁଥିଲେ ।ସେମାନଙ୍କ ସେଦିନର ଆଲୋଚନାକ ନିଷ୍ପତ୍ତି ଅନୁଯାଇ ଭିକ୍ଷା ମାଗୁଥିବା ଛୋଟ ପିଲାଙ୍କୁ ସହରର ଅନାଥ ଆଶ୍ରମ ଓ ବୁଢାବୁଢି ମାନଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରାଯାଇ ଥିଲା ।ଅନେକ ନିରୀହ ଓ ନିଖୋଜଙ୍କୁ ସେମାନଙ୍କ ପରିବାର ସହ ଆଉଥରେ ମିଳନ କରାଯାଇ ଥିଲା ।ରେଶମା ଭଳି ଅନେକ ଝିଅମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ପାଇଁ ଅନେକ ବଦାନ୍ୟ ସଂସ୍ଥାର ସହଯୋଗରେ ଗଣ ବିବାହର ଆୟୋଜନ କରାଯାଇ ଥିଲା ।ଯୌତୁକ ଯେ ଆମ ସମାଜ ପାଇଁ ଏକ ରାକ୍ଷାସ ଓ ଏହା ଅନେକ ପରିବାରର ସ୍ବପ୍ନ, ଜୀବନ ଯାକର ସମ୍ପତ୍ତି ଓ ରୋଜଗାରକୁ ଛାରଖାର କରିଦିଏ । ଏହାକୁ ଉତ୍ସାହିତ କରିବା ପାଇଁ ଧନୀ ପରିବାରମାନେ ଅନେକ ପରିମାଣରେ ଦାୟୀ ।ସେମାନଙ୍କ ନିଜର ଧନ ଓ ଐଶ୍ଚର୍ଯ୍ୟର ପ୍ରଦର୍ଶନ ଗରିବମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ସେଥିପାଇଁ ସମାଜରେ ସଚେତନତାର ଆବଶ୍ୟକତା ରହିଛି ।
ସିନା ,ପାୟଲ ଓ ମାନୀ ଅପାଙ୍କ ଏ ଦିଗରେ ସଫଳତାର କାହାଣୀ ଶୁଣି ସରକାର ଦେଶର ସମସ୍ତ ମନ୍ଦିର ,ମସଯିଦ୍ ,ଗୀର୍ଜା ଓ ଅନ୍ୟାନ୍ୟ ଧର୍ମପୀଠର ପୂଜାରୀ,ଇମାମ୍ ଓ ପାଦ୍ରୀମାନଙ୍କୁ ଏକତ୍ର କରି ଯୌକୁତ ବିହୀନ ଦମ୍ପତିଙ୍କର ବିବାହ କାର୍ଯ୍ୟରେ ପୁରୋହିତ,କାଜି ଓ ପାଦ୍ରୀଙ୍କୁ ଏହି କର୍ମରେ ସାମିଲ ହେବା ପାଇଁ ନିର୍ଦେଶ ଦେଲେ ।ବିଦ୍ୟାଳୟ,ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଯୌତୁକ ବିହୀନ ବିବାହ କାର୍ଯ୍ୟର ସୁଗୁଣ ଓ ଏହାର ସୁଦୂର ପ୍ରସାରି ଫଳାଫଳ ଉପରେ ଆଲୋଚନାଚକ୍ର ଆୟୋଜନ କରାଗଲା । ତହସିଲ ସ୍ତରରେ ବିବାହ ପୁର୍ବରୁ ବର ଓ କନ୍ୟାଙ୍କ ସର୍ତମୂଳକ "ପ୍ରାକ ବିବାହ ପଞ୍ଜୀକରଣ"କୁ ବାଧ୍ୟାତାମୂଳକ କରାଗଲା ।ଏହି ସର୍ତରେ ବିବାହରେ କୌଣସି ଯୌତୁକ ଦେବା ନେବା ହେବ ନାହିଁ ବୋଲି ଉଲ୍ଲେଖ ରହିଲା ।ଯଦି ଭବିଷ୍ୟତରେ ସେମାନେ ଯୌତୁକ ନେଇଥିବା ଧରା ପଡନ୍ତି ତେବେ ସେମାନେ ନେଇଥିବା ସାମଗ୍ରୀ ଗୁଡିକୁ ବେଆଇନ ସମ୍ପତ୍ତିିିି ଘୋଷଣା କରି ସେସବୁ ବାଜ୍ୟାପ୍ତି କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ବିଦେଶରେ ରହି ରୋଜଗାର କରୁଥିବା ଏପରି ଦମ୍ପତ୍ତି ଙ୍କ ଭବିଷ୍ୟତରେ ସମସ୍ତ ବିଦେଶ ଯାତ୍ରାକୁ ରଦ୍ଦ କରି ଦିଆଯିବ ।ତହସିଲ ଅଫିସ ତରଫରୁ ଥାନା ସହଯୋଗରେ ଏପରି ଦମ୍ପତ୍ତି ଙ୍କ ଉପରେ ନଜର ରଖାଯିବ ବୋଲି ସରକାର ଆଇନ ପ୍ରଣୟନ କଲେ । ସରକାରଙ୍କ ଏପରି ସମସ୍ତ ଆଇନକୁ ଦେଶର ବୁଦ୍ଧିଜୀବୀ ସ୍ବାଗତ କଲେ ।ସରକାରଙ୍କ ଏପରି ଆଇନ ଯୋଗୁଁ ଯୌତୁକ ରାକ୍ଷାସକୁ ମାତ ଦିଆ ଯାଇଥିବାରୁ ସିନା ଓ ପାୟଲ ବହୁତ ଖୁସିଥିବା ଜଣାପଡୁଥିଲେ ।