FAZLUR RAHMAN ISLAHI

Children Stories

3  

FAZLUR RAHMAN ISLAHI

Children Stories

ଶିଶୁ ସଂସଦ

ଶିଶୁ ସଂସଦ

3 mins
121



ସେଦିନ ଶନିବାର ଥାଏ ।ପୂଜା ଓ ଲିଜା ଶ୍ରେଣୀରେ ଶ୍ରେଣୀ ଶିକ୍ଷକଙ୍କୁ ବିଦ୍ୟାଳୟର ପିଲାମାନଙ୍କୁ ନେଇ 'ଅଭିନବ ସଂସଦ କାର୍ଯ୍ୟକ୍ରମ' ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଲେ । ସେମାନେ ଏ ବିଷୟରେ ସାରଙ୍କୁ ସେମାନଙ୍କର ସମସ୍ତ ଯୋଜନା ବିଷୟରେ ମଧ୍ୟ ସମସ୍ତ ସୂଚନା ଦେଲେ । ଶ୍ରେଣୀ ଶିକ୍ଷକ ପିଲାମାନଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ବିଷୟରେ ଶିକ୍ଷକ ବୈଠକରେ ଆଲୋଚନା କଲେ । ପିଲାମାନଙ୍କ ଆଗ୍ରହକୁ ଦେଖି ଆଗାମୀ ଶନିବାର ବିଦ୍ୟାଳୟର ପଶ୍ଚିମପଟରେ ଥିବା ଦୁଇ ମହଲା ଆଦିବାସୀ ହଷ୍ଟେଲ ଗୃହରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଗଲା । 

ଠିକ ସମୟରେ ଏହି ସମାନ୍ତରାଳ ଶିଶୁ ସଂସଦ ଆରମ୍ଭ ହେଲା । ହଷ୍ଟେଲର ଉପର ସଦନରେ ସଂସଦର ରାଜ୍ୟସଭା ଭଳି ନବମ ଶ୍ରେଣୀ ପିଲାଙ୍କ ସମେତ ବିଧାୟକ ଓ ସାଂସଦଙ୍କ ପ୍ରତିନିଧୀ,ସରପଞ୍ଚ,ପଞ୍ଚାୟତ ସମିତି ମୂଖ୍ୟଙ୍କ ସହ ମେଡିକାଲ,ଯନ୍ତ୍ରୀ ,ପାରାମେଡିକାଲ ଓ ଅନେକ ବୈଷୟିକ ଓ ବୃତ୍ତିଗତ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ସଦନର ଦର୍ଶକ ଗ୍ୟାଲେରିରେ ବିଦ୍ୟାଳୟରେ କିଛି ଶିକ୍ଷକ ଯୋଗଦାନ କରିଥିଲେ । ସେହିପରି ହଷ୍ଟେଲର ନିମ୍ବ ସଦନରେ ଲୋକସଭା ଭଳି ବିଦ୍ୟାଳୟର ଅଷ୍ଟମ ଓ ଦଶମ ଶ୍ରେଣୀ ପିଲାଙ୍କ ସମେତ କିଛି ଶିକ୍ଷାବିତ ଓ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।ଏହି ସଦନର ଦର୍ଶକ ଗ୍ୟାଲେରିରେ ବିଦ୍ୟାଳୟର କିଛି ଶିକ୍ଷକ ଯୋଗ ଦେଇଥିଲେ ।ନିମ୍ନ ସଦନରେ ବ୍ଲକ ଶିକ୍ଷା ଅଧିକାରୀ ବାଚସ୍ପତି ଆସନରେ ବସି ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଶିଶୁ କିଶୋର ସାଂସଦମାନଙ୍କୁ ଇସାରା କଲେ । ଜାତୀୟ ସଂଗୀତ ଆରମ୍ଭ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହେଲା । ପୂଜା ପ୍ରଥମେ ନିଜର ବକ୍ତବ୍ୟ ଆରମ୍ଭ କରି କହିଲା-ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ଶ୍ରେଣୀ ପ୍ରକୋଷ୍ଠରେ ଦେଶର ଭବିଷ୍ୟତ ନିର୍ମାଣ ହୁଏ ।ଆମେ ପିଲାମାନେ ହେଉଛୁ ଏ ଦେଶ ଓ ଜାତିର କୁନି କୁନି ଯନ୍ତ୍ରୀ ।ଏ ଦେଶ ଓ ଜାତିର ନିର୍ମାତା ହେଉଛି ସମଗ୍ର ଶିକ୍ଷକ ସମାଜ । ଏହି ସମାଜକୁ ଅଧିକରୁ ଅଧିକ ବୃତ୍ତ ିକାଳିନ ଅତ୍ୟାଧୁନିକ ତାଲିମ୍ ଦେବାର ଆବଶ୍ୟକତା ରହିଛି ।ଛୁରିର ଧାର ଅଧିକ ରହିଲେ ଡାକ୍ତରଙ୍କ ପାଇଁ ଅସ୍ତ୍ରୋପଚାର ସହଜ ହେଲା ଭଳି ଶିକ୍ଷକଙ୍କ ପାଇଁ ଅତ୍ୟାଧୁନିକ ତାଲିମର ବ୍ୟବସ୍ଥା ରହିଲେ ପିଲାମାନେ ଶିକ୍ଷା କ୍ଷେତ୍ରରେ ସଶକ୍ତ ହେବେ ।ଦେଶରେ ସେତେ ସଶକ୍ତ ନାଗରିକ ସୃଷ୍ଟି ହେବେ । ସେହିପରି ଶିକ୍ଷକମାନଙ୍କୁ ଆମ ସମାଜର ସର୍ବୋଚ୍ଚ ସମ୍ମାନିତ ବ୍ୟକ୍ତିତ୍ବର ମର୍ଯ୍ୟଦା ମିଳିବା ଆବଶ୍ୟକ ।ବସ୍,ଟ୍ରେନ୍,ଉଡାଜାହାଜ ସମେତ ସଭାସମିତିରେ ମଧ୍ୟ ସେମାନଙ୍କ ପାଇଁ ସିଟ ଆଗ ଧାଡିରେ ସଂରକ୍ଷିତ ରହିବା ଦରକାର ।ବ୍ଲକ ଓ ରାଜ୍ୟସ୍ତରୀୟ ନିୟମିତ ଶିକ୍ଷକଙ୍କ ଦରମା ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦରମାସହ ସମାନ ହେବା ଦରକାର ଯାହାଫଳରେ ସେମାନେ ଅଧିକ ଉପାର୍ଜନ ପାଇଁ ଅନ୍ୟପନ୍ଥାରେ ସମୟ ନଦେଇ ବିଦ୍ୟାଳୟର ପିଲାଙ୍କ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଗବେଷଣାରେ ସମୟ ଦେବେ ।ପୁଜାର ଏପରି ଭାଷଣକୁ ସଂସଦରେ ତାଳିମାରି ସ୍ବାଗତ କରାଗଲା । ବାଚସ୍ପତିଙ୍କ ଅନୁମତି ନେଇ ଲିଜା ଆଜିର ଶିକ୍ଷା ବ୍ୟବସ୍ଥା ଉପରେ କହିଲା-ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଆଜିର ଶିକ୍ଷା ପୂର୍ବଭଳି ଶିକ୍ଷକ କେନ୍ଦ୍ରୀୟ ନହୋଇ ଏ ଶିଶୁ କେନ୍ଦ୍ରୀୟ ଶିକ୍ଷା ପାଲଟି ଯାଇଛି । ଶିକ୍ଷାର କେନ୍ଦ୍ରବିନ୍ଦୁ ଶିଶୁହିଁ ରହିଛି ।ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା(ଆଇସିଟି)ର ଆଗମନ, ଆଣ୍ଡ୍ରଏଡ , ଲାପଟପ , ଗୁଗୁଲ,ୟୁଟ୍ୟୁବ୍ ଓ ସୋସିଆଲ ମିଡିଆ ଆସିବା ଫଳରେ ଆମେ ପିଲାମାନେ ସଦ୍ୟତମ ଜ୍ଞାନ ଏହିସବୁ ଉତ୍ସରୁ ଆହରଣ କରିବାରେ ସକ୍ଷମ ହୋଇଛୁ । ପ୍ରଯୁକ୍ତିବିଦ୍ୟାସହ ତାଳଦେଇ ଆମର ବନ୍ଦନୀୟ ଶିକ୍ଷକ ସମାଜ ସେଇ ଅନୁସାରେ ନିଜର ଜ୍ଞାନକୁ ଅପଡେଟ୍ କରିବାର ଆବଶ୍ୟକତା ରହିଛି ।ପିଲାମାନଙ୍କ ଏଇ ଦୁଇଟି ଦିଗ ଉପରେ ଲୋକସଭାର ସଭ୍ୟମାନେ ନିଜ ନିଜର ବକ୍ତବ୍ୟମାନ ରଖିଲେ ଓ ଶେଷରେ ସଂଖ୍ୟାଧିକ ଭୋଟରେ ଏହି ବିଧେୟକ ପାସ ହେଲା ।ଏହାକୁ ଉପର ସଦନରେ ମଧ୍ୟ ଆଲୋଚନା କରାଗଲା । ଉପର ସଦନରେ ଥିବା ନବମ ଶ୍ରେଣୀ ପିଲାଙ୍କ ମଧ୍ୟରୁ ରୁକସାନା କହିଲା-ବନ୍ଧୁଗଣ ଏ ଶିକ୍ଷକ ସମାଜ ଆମ ପାଇଁ ଚୀର ନମସ୍ୟ । ସେମାନେ ଆମ ପାଇଁ ଗୁରୁଜନ,ମାର୍ଗଦର୍ଶକ ହେବାସହ ବନ୍ଧୁ ମଧ୍ୟ ହେବା ଦରକାର । ଏପରି ହେଲେ ସେମାନେ ଆମ ସ୍ତରକୁ ଆସି ଆମ ସମସ୍ୟାକୁ ବୁଝି ପାରିବେ ।ସେମାନେ ଶ୍ରେଣୀରେ ଭାଷା ବା ସମାଜ ବିଜ୍ଞାନ ବହି ସେମିତି ପଢି ପଢି ଗଲେ ଶ୍ରେଣୀଟି କେବଳ ପାସିଭ୍ ଲାଗେ ।ଆମେ ସେଇ ପଢାରେ ଅଂଶ ଗ୍ରହଣ କଲେ ଶ୍ରେଣୀଟି ଆକଟିଭ୍ ହୋଇ ଉଠନ୍ତା । ଏକ ଅଂଶଗ୍ରହଣର ପରିବେଶ ସୃଷ୍ଟି ହୁଅନ୍ତା ।ଆମର ବନ୍ଦନୀୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଷୟ ଶିକ୍ଷକରେ ବାଣ୍ଟି ବିଷୟ ଭିତ୍ତିକ ଉଚ୍ଚତର ତାଲିମ ପ୍ରଦାନ କଲେ ଶ୍ରେଣୀ ପ୍ରକୋଷ୍ଠଗୁଡିକ ଜୀବନ୍ତ ହୋଇ ଉଠନ୍ତା ।ବିଦ୍ୟାଳୟରେ ହେଉଥିବା ଶିକ୍ଷକ ଅଭିବାବକ ସଂଘ(ପିଟିଏ)ରେ ଆମ ପିଲାଙ୍କ ପ୍ରତିନିଧିତ୍ବ ନାମକୁ ମାତ୍ର ରହିଥାଏ । ଯଦି ସମସ୍ତ ପିଲାଙ୍କ ସମ୍ମୁଖରେ ଶିଶୁ ସଂସଦ ଭଳି ବୈଠକ ହୁଅନ୍ତା , ପିଲା ଓ ଶିକ୍ଷକଙ୍କୁ ନେଇ' ଶିଶୁ ସଂସଦ କମିଟି' ଗଠନ କରାଯାଏ।କମିଟିର ରିପୋର୍ଟ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଏ, ତେବେ ବିଦ୍ୟାଳୟ ପରିବେଶରେ ସୁଧାର ଆସିବା ସମ୍ଭବପର ହୁଅନ୍ତା ।ଏହିପରି ରାଜ୍ୟସଭାରେ ସମସ୍ତ ପ୍ରସଙ୍ଗଗୁଡିକୁ ଆଲୋଚନା କରାଯାଇ ସଂଖ୍ୟାଧିକ ଭୋଟରେ ଏହି ପ୍ରସଂଗଗୁଡିକୁ ଗ୍ରହଣ କରାଗଲା । ଶେଷରେ ରାଷ୍ଟ୍ରପତି ଆସନରେ ବସିଥିବା ପ୍ରଧାନଶିକ୍ଷକ ଏହି ବିଧେୟକର ନିଷ୍ପତିଗୁଡିକ ପଢି ଦସ୍ତଖତ କରିଥିଲେ ।

ସତରେ ଲିଜା ଓ ପୂଜାର ଏହି ପରିକଳ୍ପନା ବାସ୍ତବ ଋପ ନେଲେ ଆମ ଶିକ୍ଷାର ସୂଦୂରପ୍ରସାର ସମ୍ଭବ ହୁଅନ୍ତା । 


Rate this content
Log in