FAZLUR RAHMAN ISLAHI

Children Stories

4  

FAZLUR RAHMAN ISLAHI

Children Stories

ବିଭାଜନ

ବିଭାଜନ

2 mins
295


ଥରେ ଗୋଟିଏ ଜଙ୍ଗଲରେ ଦୁଇଜଣ ଲୋକ ପ୍ରବେଶ କଲେ ।ସେମାନଙ୍କ ବେଶଭୂଷାରୁ ଜଣେ ଫକିର ଓ ଅନ୍ୟ ଜଣେ ବାବା ପରି ଜଣା ପଡୁଥିଲେ । ସେମାନେ ଉକ୍ତ ଜଙ୍ଗଲର ଭିନ୍ନ ଭିନ୍ନ ସ୍ଥାନରେ ଧ୍ୟାନ ମଗ୍ନ ହୋଇ ବସି ରହିଥିଲେ । ସେମାନଙ୍କୁ ବିନା ଖାଦ୍ୟରେ ଧ୍ୟାନମଗ୍ନ ଅବସ୍ଥାରେ ଦେଖି ଜଙ୍ଗଲରେ ଥିବା ପନି ପରିବା,ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କୁ ଦୟା ଆସିଲା । ସେମାନେ ସମସ୍ତେ ମିଳିମିଶି ଏହି ଫକିର ଓ ବାବାଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କଲେ ।ଜଙ୍ଗଲରେ ମିଲାଦ୍, ମୁସାୟେରା,କବାଲି ଓ ଯଜ୍ଞର ବ୍ୟବସ୍ଥା କରାଗଲା ।ବାବା ଓ ଫକିର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲରେ ସମସ୍ତେ ନିଜ ନିଜର ପରିଚୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଲେ । ଜଙ୍ଗଲର ପନି ପରିବା ଓ ଜୀବଜନ୍ତୁମାନଙ୍କୁ ମଣିଷମାନଙ୍କ ଭଳି ଧର୍ମ ଗ୍ରହଣ କରିବା ଦରକାର ବୋଲି ଉଭୟ ଫକିର ଓ ବାବା ସେମାନଙ୍କୁ ଉପଦେଶ ଦେଲେ । ଏକଥା ଶୁଣି ପନି ପରିବା ଓ ଜୀବଜନ୍ତୁମାନେ ସେମାନଙ୍କ ପାଖରେ ପ୍ରବଳ ଭିଡ ଜମାଇଲେ। ପନି ପରିବାଗୁଡିକର ଭିଡ ଏଡାଇବା ପାଇଁ ବାବା କହିଲେ ଯେତେସବୁ ନାରଙ୍ଗୀ ଓ ନାଲି ରଙ୍ଗର ଅଛ ସେମାନେ ହିନ୍ଦୁ ଧର୍ମର ଅଟ । ବାବାଙ୍କ ଏକଥା ଶୁଣି ଫକିର ଚଟାପଟ ଘୋଷଣା କଲେ ହଁ ଯେତେସବୁ ସବୁଜ ଓ ଧଳା ରଙ୍ଗର ଅଛ ତୁମେସବୁ ମୁସଲିମ୍ ଅଟ ।ବାବା ଓ ଫକିରଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଗଲା।କଥା କଟାକଟି ଚାଲିଲା। ଗାଜର ଓ ଟମାଟୋ ଜାତିର ପନି ପରିବା ନିଜକୁ ହିନ୍ଦୁ ବୋଲି ଗର୍ବ କଲେ ଓ କଲରା ଓ କାକୁଡିଗୁଡିକ ନିଜକୁ ମୁସଲିମ୍ ବୋଲି ଗର୍ବ ଅନୁଭବ କଲେ । ସେମାନଙ୍କ କଥାଶୁଣି ତରଭୂଜ ଦ୍ବନ୍ଦରେ ପଡିଗଲା କାରଣ ଏହା ତା'ର ରଙ୍ଗ ଅନୁସାରେ ଉପରୁ ମୁସଲିମ ଓ ଭିତରୁ ହିନ୍ଦୁ ଜଣାପଡୁଥିଲା ।ଖଜୁରି କହିଲା ମୁଁ ମୁସଲିମ ଦେଶରେ ବେଶି ଫଳୁଛି ହିନ୍ଦୁ କେମିତି ହେବି ? ଗେଣ୍ଡୁଫୁଲ କହିଲା ମୁଁ ଅଧିକ ସଂଖ୍ୟାରେ ମନ୍ଦିରକୁ ଯାଏ କିନ୍ତୁ ମୋ ମାଲିକ ଭଅଁର ମୁସଲିମ ।ମୁଁ କେଉଁ ଧର୍ମରହେବି । ଲିଲି ଫୁଲ କହିଲା ମୁଁ ତ ଧଳା, ପିଙ୍କ ଓ ନାରଙ୍ଗୀ ରଙ୍ଗର ଅଛି ।ମୁଁ ଅଧିକ ସଂଖ୍ୟାରେ ମଜାର ଓ ପୀରସ୍ଥଳକୁ ଯାଏ , ମୁଁ ପୁଣି କେଉଁ ଧର୍ମର ହେବି !ନଡିଆ ନିଜକୁ ହିନ୍ଦୁ ବୋଲି ଗର୍ବ କରୁଥିଲା ।ଗାଈ ନିଜକୁ ହିନ୍ଦୁ ଓ ଛେଳି ନିଜକୁ ମୁସଲିମ୍ ବୋଲି ଦାବି କରୁଥିଲା ।କିଛି ପଶୁ ଓ ପକ୍ଷୀମାନେ ନିଜକୁ ହିନ୍ଦୁ ଓ ମୁସଲିମ୍ ବୋଲି ରଡି ଛାଡୁଥିଲେ ।ଏମାନଙ୍କ କଥାଶୁଣି କିଛି ଫୁଲ ଚିନ୍ତାଗ୍ରସ୍ତ ଜଣା ପଡୁଥିଲେ ।କାରଣ ପ୍ରଜାପତି ଓ ମହୁମାଛି ଯଦି ମୁସଲିମ ହୋଇ ଯାଆନ୍ତି ତେବେ ସେମାନଙ୍କ ପରାଗ ସଙ୍ଗମ କିଭଳି ହେବ ।ଗଛରେ ଫଳ ଆଉ ଧରିବନି ।ଏହି ଭଳି ଭାବରେ ସମସ୍ତେ ସମସ୍ତଙ୍କୁ ଘୃଣା ଓ ନିଚ ଦୃଷ୍ଟିରେ ଦେଖିବାକୁ ଲାଗିଲେ ଓ ଜଙ୍ଗଲରେ ଘୋଘା କରିବାକୁ ଲାଗିଲେ । ଏକଥା ଶୁଣି ଜଙ୍ଗଲର ରାଜା ସିଂହ ଏକ ସଭାର ଆୟୋଜନ କଲା । ଜଙ୍ଗଲରେ ଏକତା ଓ ସଦଭାବର ଆବଶ୍ୟକତା ରହିଛି ବୋଲି ସମସ୍ତେ ହୃଦବୋଧ ହେଲେ ।ସମସ୍ତଙ୍କ ନିଷ୍ପତ୍ତି ଅନୁଯାଇ ଏହି ଭଣ୍ଡ ବାବା ଓ ଫକିରକୁ ଜଙ୍ଗଲରୁ ତଡିବା ପାଇଁ ଖବର ଦିଆଗଲା । ସିଂହ କହିଲା-ଧରାକୁ ଏକାଠି ରଖିବା ପାଇଁ ଧର୍ମ ଉଦ୍ଧିଷ୍ଟ ।ତୁମେ ଧର୍ମ ନାମରେ ସମାଜରେ ବିଭାଜନ ଓ ବିଶୃଙ୍ଖଳା ସୃଷ୍ଟି କରୁଛ । ଜଙ୍ଗଲରେ ସମସ୍ତଙ୍କ ଏକତା ଓ ସଦଭାବ ଦେଖି ଫକିର ଓ ବାବା ନିଜର ଭୁଲ ବୁଝି ପାରିଲେ ।ସେମାନେ ନିଜକୁ ସୁଧାରିଲେ ।


Rate this content
Log in