STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ତିନିବନ୍ଧୁ

ତିନିବନ୍ଧୁ

2 mins
384

ପୋଖରୀ କି ନଈରୁ ଖାଦ୍ୟ ନପାଇ ବଗଟିଏ  ଡହଳ ବିକଳ ଆକୁଳରେ ଚାହିଁଥିଲା ନଈର ପାଣିକୁ. ଏକଗୋଡ଼ିଆ ଠିଆ ହୋଇ ରହି ଘୁମେଇ ପଡିଥିଲା ତ ଦେଖିଲା ଲୋକଟିଏ ଯନ୍ତା ଧରି ନଈ କୂଳକୁ ଆସୁଛି. ବହୁତ ଖୁସି ଥିଲା ଲୋକଟି କାରଣ ମୂଷାଟି ତା  ଘରେ ପଶି ଧାନ, ଚାଉଳ, ମୁଗ, ବିରି, କୋଳଥ ଆଦି ଶଶ୍ୟ ନଷ୍ଟ କରିବା ସହ ବୁଢ଼ୀମାଆର ତୁଳସୀମାଳି ନେଇଯାଉଥିଲା ତ ପୁଅର ମୋଜା କାଟିପକାଉଥିଲା ଓ ଘରଣୀଙ୍କ ଶାଢ଼ୀ ମଧ୍ୟ ବାଦ ପଡୁନଥିଲା ତ ମାଆ କହୁଥିଲା ଯନ୍ତାରେ ମୂଷା ଧରି ମାରିବାକୁ ହେବ. ମାଆକୁ ସମର୍ଥନ ଜଣାଇ ପୁଅ କହୁଥିଲା ବିଲେଇ ରଖି ମୂଷା ମାରିବାକୁ ହେବ. ଘରଣୀ ମଧ୍ୟ ଦୁହିଁଙ୍କ କଥାରେ ସମ୍ମତି ଜଣାଇ କିଛି ଗୋଟେ ଶୀଘ୍ର କରିବାକୁ କହୁଥିଲେ ତ ମୋହନ ଯନ୍ତା ଆଣିବାକୁ ବାଧ୍ୟ ହୋଇଥିଲେ. ମୂଷା ମଧ୍ୟ ଯନ୍ତାରେ ପଡିବାରୁ ସମସ୍ତଙ୍କ ସହ ମୋହନ ବି ଖୁସି ଥିଲେ ଓ ଜୀବନ୍ତ ମୂଷାକୁ ନଈ କୂଳେ ଛାଡିଦେଲେ ତା ଜୀଵନ ନେଇ ସେ ଯାଉ ଭାବୁଥିଲେ.
         ମୂଷା ମନ ଖୁବ ଦୁଃଖ ଥିଲା. ଅନ୍ୟ କୁଆଡେ ଗଲେ ତାକୁ ଖାଦ୍ୟ ରୂପେ ଶଶ୍ୟ ଓ ଦାନ୍ତ ପାଇଁ ଘରୋଇ ଉପକରଣ ମିଳିବ ନାହିଁ ବରଂ ବିଲେଇ ହାତରେ ପ୍ରାଣ ଯିବ ନହେଲେ ବିଷର ଜ୍ୱାଳାରେ ଛଟପଟ ହୋଇ ମରିବାକୁ ପଡିବ ତେଣୁ ସେ ବଗ ପାଖକୁ ଯାଇ ଅନୁନୟ ବିନୟ କରି ତାକୁ ଯନ୍ତ୍ରଣା ମୁକ୍ତ ମୃତ୍ୟୁ ଦେବାକୁ ଯାଇ ଭକ୍ଷଣ କରିବାକୁ କହିଲା. ବଗ କହିଲା ମୁଁ ଆମିଷ ଖାଇବା ଛାଡି ଦେଇଛି. ମୂଷା ବୁଝେଇଲା ମାଛ, ଚୁଙ୍ଗୁଡ଼ି, କଙ୍କଡା ସିନା ଆମିଷ, ମତେ ଖାଇ ଜୀବନ ଯନ୍ତ୍ରଣାରୁ ମୁକ୍ତି ଦେଲେ ତୁମର ବରଂ ଧର୍ମ ହେବ.  ବଗ ରାଜି ହେଲନାହିଁ ବରଂ ଭୋକ କରୁଥିବାରୁ କିଛି ଶଶ୍ୟ ଜାତୀୟ ଖାଦ୍ୟ ଦେଲେ ତାକୁ  ଖାଇ ଜୀଵନ ବଞ୍ଚେଇ ପାରିବ କହିଲା ତ ମୂଷା ଏଥର ମୋହନ ଘରକୁ ଫେରିଯାଇ ଶଶ୍ୟ ଖାଇ ଓ ଆଣି ବଗକୁ ଦେଇ ବନ୍ଧୁ ହୋଇଗଲା. ଖାଲି ବଗ ନୁହେଁ ମୋହନ ଭଳି ଚାଷୀମାନଙ୍କ ଉର୍ନ୍ନତି ଚିନ୍ତା କରି ତାଙ୍କ ଘରର କୌଣସି ଆସବାସପତ୍ର ନଷ୍ଟ ନକରି ବିଲ ଓ ଜମିରେ ଥିବା ପୋକ ଜୋକ ମାରି କୃଷକର, କୃଷକମାନଙ୍କର ମଧ୍ୟ ବନ୍ଧୁ ହୋଇଗଲା. ଏବେ ଆଉ ମୂଷା ମାରିବାକୁ ମୋହନର ମାଆ, ପୁଅ, ସ୍ତ୍ରୀ କହୁନଥିଲେ ବରଂ ଗୋଟେ ନିର୍ଦ୍ଦିଷ୍ଟ ପାତ୍ରରେ ବିହନ ସବୁ ମୂଷା ପାଇଁ ରଖି ଦେଉଥିଲେ. ମୂଷା ନିଜେ ଖାଇ ବନ୍ଧୁ ବଗ ପାଇଁ ନେଇଯାଉଥିଲା. ପଞ୍ଚୁକ ପରେ ମୂଷା ବଗକୁ ନେଇ ଜମିରେ ଥିବା ଆମିଷ ଜାତୀୟ କୀଟ ପତଙ୍ଗ ମାରି ଖାଇ ପରୋକ୍ଷରେ କୃଷକର ମଧ୍ୟ ବନ୍ଧୁ ହୋଇଗଲା. ମୂଷାର ଭଲ ଗୁଣ ପାଇଁ ଏସବୁ ସମ୍ଭବ ହୋଇପାରିଥିଲା.ଦୈବଦୁର୍ବିପାକ ତୁଷାରପାତ ଯୋଗୁଁ ଚାଷୀଟିର ଫସଲ ନଷ୍ଟ ହେବାରୁ ତା ମନ ବହୁତ ଦୁଃଖ ଥିଲା ବଳେ ମୂଷା ନୂଆ ଶଶ୍ୟ ଆଣି ଯୋଗେଇ ଦେବା ସହ ବଗ ଆଉ ଶଶ୍ୟ ନଖାଇ ଚାଷୀ ମୋହନର ସହାୟତା କରୁଥିଲା. ମୋହନ ଧର୍ଯ୍ୟ ଓ ସାହାସ ରଖି ଓ ଦୁଇ ବନ୍ଧୁଙ୍କ ସହଯୋଗରେ ପୁଣି ନୂଆ ଶଶ୍ୟ ବୁଣି କ୍ଷେତରେ ସୁନାର ଫସଲ ଲହଡି ଭାଙ୍ଗୁଥିଲା ତ ଖୁସିରେ ଗୀତ ଗାଉଥିଲା ମୋହନ
,,,,,,,,,,,,,,,,,,,,,,



এই বিষয়বস্তু রেট
প্রবেশ করুন