ସମୟର ମୂଲ୍ୟ
ସମୟର ମୂଲ୍ୟ
ସେଦିନ ବିଦ୍ୟାଳୟରେ କୋଳାହଳ ହେଉଥାଏ । ପିଲାମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ । ପିଲାମାନଙ୍କ ନଜର ନୋଟିସ ବୋର୍ଡ ଉପରେ ଥାଏ । ଅର୍ଧବାର୍ଷିକ ପରୀକ୍ଷାଫଳ ଆଉ ଅଳ୍ପ ସମୟ ମଧ୍ୟରେ ପ୍ରକାଶ ପାଇବ । କାଜଲର ଛାତି ଧଡ ଧଡ ହେଉଥାଏ । ସମସ୍ତ ଗୁରୁଜୀ ଗୁରୁମା ଓ ସାଙ୍ଗମାନଙ୍କ ଭରସା ତା ଉପରେ ରହିଛି ।ତା'ର ନାମ ଖାଲି ମେରିଟରେ ନୂହେଁ ,ଭଲ ଗ୍ରେଡରେ ମଧ୍ୟ ରହିବ ।ଠିକ ସମୟରେ ରାମୁ ମଉସା ପରୀକ୍ଷା ଫଳ ଚାର୍ଟ ଆଣି ନୋଟିସ ବୋର୍ଡରେ ମାରି ଦେଲେ । ମେରିଟ ଲିଷ୍ଟରେ କାଜଲର ନାମ ନଥିଲା । ସେ ଯାହା ଭାବିଥିଲା ଠିକ ସେଇୟା ହିଁ ହେଲା । ତା ମୁଣ୍ଡ ଉପରୁ ଆକାଶ ଛିଣ୍ଡ ିଲା ଭଳି ଲାଗିଲା ।ସେ ଏତେ ମାତ୍ରାରେ ଲଜ୍ଜିତ ଥିଲାକି ତା ସାଙ୍ଗମାନଙ୍କ ନମ୍ବର ମଧ୍ୟ ଦେଖି ପାରି ନଥିଲା ।ତାକୁ ବିଦ୍ୟାଳୟ ପରିବେଶ କାମୁଡି ଗୋଡେଇଲା ଭଳି ଲାଗିଲା ।ଗୁରୁଜୀ ଗୁରୁମା ଓ ସାଙ୍ଗମାନଙ୍କ ଯେପରି ତାକୁ ତାଚ୍ଛଲ୍ୟ କରୁଛନ୍ତି , ସେ ଏମିତି ଭାବିଭାବି କେତେବେଳେଯେ ଘରେ ଆସି ପହଞ୍ଚି ଯାଇଛି ସେ ଜାଣି ପାରିଲା ନାହିଁ । ସିଧା ଘରେ ପଶି ତା'ର ଦୈନନ୍ଦିନ ଡାଏରିରେ ଏମିତି କିଛି ଲେଖିବାକୁ ଲାଗିଲା ।ମୋର ପ୍ରିୟ ବାବା,ମାମା,ଗୁରୁଜୀ,ଗୁରୁମାମାନେ ମୋତେ କ୍ଷମା କରିଦେବେ । ଆପଣମାନେ ମୋ ଉପରେ ବହୁତ ଭରସା କରିଥିଲେ ।ମୁଁ ଆପଣମାନଙ୍କ ଭରସା ଭାଙ୍ଗି ଦେଇଛି । ଭଲ ନମ୍ବରରତ ଦୂରର କଥା ସି ଗ୍ରେଡ ମଧ୍ୟ ରଖି ପାରି ନାହିଁ । ପ୍ରିୟ ମାମା ମୋତେ କ୍ଷମା କରି ଦେ ମୁଁ ତୋ କଥା ନମାନି ମନ ଇଛା ମୋବାଇଲ ଦେଖିଲି ।କାର୍ଟୁନ ଓ ଗେମରେ ସମୟ ନଷ୍ଟ କଲି ବାବାଙ୍କୁ କିପରି ରେଜଲ୍ଟ ଦେଖେଇବି। ପ୍ରିୟ ସାଙ୍ଗମାନେ ମୁଁ ତୁମ୍ଭମାମଙ୍କ ଭଲ ସାଙ୍ଗ ହୋଇ ପାରିଲି ନାହିଁ । ଭଲ ଗ୍ରେଡ ରଖି ପାରିଲି ନାହିଁ। ଏମିତି ଡାଏରି ଲେଖୁ ଲେଖୁ କାଜଲର ନିଦ ହୋଇ ଯାଇଛି ।ମାମା ତା ପାଇଁ ଖାଇବା ଥାଳି ନେଇ ଡ୍ରଇଂ ରୁମକୁ ଆସିବା ସମୟରେ ତାଙ୍କ ନଜର ଡାଏରୀ ଉପରେ ପଡିଲା ।କାଜଲ ଶୋଇ ପଡିଥାଏ । ଡାଏରି ପଢି ମାମା ସବୁକଥା ଜାଣି ପାରିଲେ । ସଂଧ୍ୟା ହୋଇ ଯାଇ ଥାଏ । କାଜଲର ଅନ୍ୟ ସାଙ୍ଗମାନେ ତାକୁ ଦେଖା କରିବାକୁ ତା ଘରକୁ ଆସିଥାନ୍ତି । ଏଇ ସମୟରେ କାଜଲ ବାବା ମଧ୍ୟ ଅଫିସରୁ ଫେରି ଥାନ୍ତି । କାଜଲର ମୁହଁ କାନ୍ଦ ି କାନ୍ଦ ି ଲାଲ ପଡି ଯାଇଥାଏ । ସମସ୍ତେ ସାଙ୍ଗ ଏକାଠି ଡ୍ରଇଁଗରୁମରେ ବସିଥାନ୍ତି । କାଜଲ ବାବା ଡାଏରି ପଢିବାକୁ ଲାଗିଲେ । କାଜଲସହ ତା'ର ସମସ୍ତ ସାଙ୍ଗ କାନ୍ଦ ିବାକୁ ଲାଗିଲେ । ସମସ୍ତଙ୍କ ପରୀକ୍ଷାଫଳ ଖରାପ ହୋଇଥିଲା ।କାଜଲ ବାବା କହିଲେ ପିଲାଏ ତୁମ୍ଭମାନଙ୍କୁ ମାଗଣାରେ ମିଳିଥିବା ଜିନିଷଟି ହେଉଛି" ସମୟ" । ଏହାକୁ ହାସଲ କରିବା ପାଇଁ ତୁମକୁ କିଛି ମୁଲ ଦେବାକୁ ପଡି ନଥାଏ ।ତୁମେ ପରିଶ୍ରମ କରି ଏହାକୁ କାର୍ଯ୍ୟରେ ଲଗାଇ ପାରିବ । ତୁମ୍ଭମାନଙ୍କ ପରୀକ୍ଷାଫଳରୁ ଯାହା ଜଣା ପଡୁଛି ,ତୁମ୍ଭେମାନେ ଏପରି କରିନାହଁ । ଏବେ ତୁମ୍ଭେମାନେ ପ୍ରାୟଶ୍ଚିତ କରୁଛ ।ଯାହା ଜଣା ପଡୁଛି ତୁମ୍ଭେମାନେ ଏବେ ସମୟର ମୂଲ ବୁଝିଗଲଣି । ଶେଷ ହୋଇଥିବା ଅମୂଲ୍ୟ ସମୟକୁ ତ ତୁମେ ଫେରି ପାଇବ ନାହିଁ । କିନ୍ତୁ ଏହି ସମୟ ତୁମକୁ ଏକ ବିରାଟ ଶିକ୍ଷା ଦେଇ ଗଲା କି "ସମୟର ମୂଲ ବଡ ଅମୂଲ"। ଆଗକୁ ତୁମର ବାର୍ଷିକ ପରୀକ୍ଷା ରହିଛି । ଏବେଠାରୁ ପରିଶ୍ରମ କର । ଖାଲି ସେତିକି ନୂହଁ ,ତୁମ୍ଭମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଯେପରି ପେଣ୍ଟିଙ୍ଗ ଓ କାର୍ଟୁନ କରିବା, ନାଚ ଗୀତ, ଖେଳକୁଦ କରିବା ଓ ସୃଜନଶୀଳତାକୁ ଗୁରୁତ୍ବ ଦେଲେ ତୁମେ ଜୀବନରେ ଦିନେ ସଫଳ ହେବ ।
