STORYMIRROR

Tasneem Sultana

Children Stories

3  

Tasneem Sultana

Children Stories

ଏକ ନିଆରା ଈଦ୍

ଏକ ନିଆରା ଈଦ୍

2 mins
470


ଏକୋଇଶ ଜୁଲାଇ ୨୦୨୧ ତାରିଖ । ଏହା ଆୟତ ଓ ତା ସାଙ୍ଗମାନଙ୍କ ପାଇଁ ଥିଲା ଏକ ବିଶେଷ ଦିନ ।କାରଣ ଗୋଟିଏ ଦିନରେ ପଡୁଛି ଈଦୁଲ ଜୁହା ଓ ରଥଯାତ୍ରାରେ ଜଗନ୍ନାଥଙ୍କ ସୁନାବେଶ ।ଏହି ଦିନକୁ ସ୍ବତନ୍ତ୍ର ଭାବେ ପାଳନ କରିବା ପାଇଁ ସେମାନେ ସପ୍ତାହେ ପୂର୍ବରୁ ଯୋଜନା କରିଥିଲେ ।ସଂଗୀତାର ନନା ଯାହାଙ୍କୁ ଆୟତ ଦେବନା ବୋଲି ଡାକେ ।ଆମେ କିନ୍ତୁ ତାଙ୍କୁ ଦେବ ନନା ବୋଲି ଡାକୁ ।ସେ ଭୂବନେଶ୍ବରର ଏକ ସ୍ବେଚ୍ଛାସେବୀ ସଂସ୍ଥାରେ କାମ କରୁଥାନ୍ତି । ସେ ରବିବାରରେ ଘରକୁ ଆସି ଥିବାର ଜାଣି ଆୟତ ତାଙ୍କ ଘରକୁ ଗଲା ।ଆୟତ ଓ ସଂଗୀତାକୁ,ଏକାଠି ଦେଖି ସେ ଖୁସି ହୋଇ ପଚାରି ବସିଲେ ,ପିଲାମାନେ ଏଥର ଯୋଜନାସବୁ କ'ଣ ରହିଛି । ଆୟତ କହିଲା ଦେବନା ଆପଣ ଆମକୁ ସାହାଯ୍ୟ କଲେ ଆମ ଯୋଜନା ସଫଳ ହେବ । ସଙ୍ଗୀତା ଘର ପଛ ପଟ ବାଡିରେ ଆୟତ, ସଙ୍ଗୀତା ଓ ଦେବନନା ନଡିଆ ପତ୍ର ପଟ୍ଟ ିରେ ବସି କଥାହେଲେ । ଆୟତ କହିଲା ନନା -ଏଥର ଗୋଟିଏ ଦିନରେ ଈଦୁଲ୍ ଜୁହା ଓ ସୁନାବେଶ ପଡୁଛି । ଆମେ ଉଭୟ ଗାଁ ଓ ବୃଦ୍ଧାଶ୍ରମରେ ଥିବା ବୁଢାବୁଢୀଙ୍କୁ ସେଇ ଦିନ ଗୋଟିଏ ବକତ ଖାଇବାକୁ ଦେବାର ଯୋଜନା କରିଛୁ । ଏକଥା ଶୁଣି ଦେବ ନନା ବହୁତ ଖୁସି ହେଲେ । ହେଲେ ଏଥିପାଇଁତ ବହୁତ ପଇସା ଦରକାର । ଏତେ ପଇସା ତୁମେ ଛୋଟ ପିଲା କେଉଁଠୁ ଆଣିବ ? ସଙ୍ଗୀତା କହିଲା- ନନା, ଆପଣ ବୃଦ୍ଧାଶ୍ରମର ମୂଖ୍ୟଙ୍କ ସହ ଯୋଗାଯୋଗ କରନ୍ତୁ । କେତେ ପଇସା ଖର୍ଚ ହେବ ଆମେ ସେଇ ଅନୁସାରେ ବ୍ୟବସ୍ଥା କରିବୁ । ଶେଷରେ ବୃଦ୍ଧାଶ୍ରମରେ ଥିବା ଷାଠିଏ ଜଣ ଓ ଉଭୟ ଶୁଆଖିଆ ଓ ଫକିରସାହିରେ ଥିବା ଚାଳିଶ , ଏହିପରି ଶହେ ଜଣ ବୁଢାବୁଢୀଙ୍କ ପାଇଁ ପନିର୍ ଓ ଭେଜ୍ ବିରିଆନିର ବ୍ୟବସ୍ଥା ହେଲା । ଏହାର ଏକ ବିବରଣୀ ତିଆରି କରି ଆୟତଘର ମୋବାଇଲ ନମ୍ବର ସହ ବ୍ଲକ୍ ପ୍ରେସ କ୍ଲବର ହ୍ବାଟସ୍ ଅପ୍ ଗ୍ରୁପରେ ଦେବ ନନା

ପଠାଇଲେ । ତା ଆର ଦିନ ପିଲାମାନଙ୍କ ଏହି ମହତ ଉଦ୍ଦେଶ୍ୟର କାହାଣୀ ସମସ୍ତ ଖବର କାଗଜରେ ପ୍ରକାଶ ପାଇଲା ।ସୁନାବେଶ ଓ ଈଦୁଲ ଜୁହାକୁ ଆଉଛଅ ଦିନ ବାକି ଥାଏ ।ଖବରକାଗଜରୁ ଏସବୁ ପଢି ଆଖ ପାଖ ଗାଁ ସମେତ ସହରରେ ଥିବା ଅନେକ ସ୍ବେଚ୍ଛାସେବୀ ଯୁବକ,ପିଲାଙ୍କ ଏଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଫୋନ କରି ନିଜ ନିଜର ସହମତି ଜଣେଇଲେ ।କିଛି ଅନାଥ ଆଶ୍ରମ ଓ ମଦ୍ରସାର ମୂଖ୍ୟ ଏଥିରେ ତାଙ୍କ ଗରିବ ଓ ନିରାଶ୍ରୟ ପିଲାଙ୍କୁ ସାମିଲ କରିବା ପାଇଁ ଅନୁରୋଧ ମଧ୍ୟ କଲେ ।ଏଥି ପାଇଁ ବ୍ଲକର ପ୍ରେସ କ୍ଲବ ତରଫରୁ ଅନଇାଇନ ଭର୍ଚୁଆଲ ମିଟିଂର ବ୍ୟବସ୍ଥା କରାଗଲା । ପିଲାଙ୍କ ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ଶହ ଶହ ଯୁବକ ସମୟ ଦେବାକୁ ଓ ଟଙ୍କା ପଇସା ସାହାଯ୍ୟ କରିବାକୁ ଆଗେଇ ଆସିଲେ ।ଅନେକ ପରିବା ଦୋକାନି ବିଭିନ୍ନ ପ୍ରକାରର ପରିବା ନେଇ ଯାଉଛନ୍ତି ବୋଲି ଫୋନ କଲେ ।ଚାହୁଁ ଚାହୁଁ ପରିବାର ପାହାଡ ଗଦା ହୋଇଗଲା । ପୁଣି ଭର୍ଚିଆଲ ବୈଠକ ହେଲା । ରାଉରକେଲା, ଭୂବନେଶ୍ବର ଓ କଟକର ମୋଟ ଦଶଟି ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ,ମଦ୍ରସା ସହ ଫକିରସାହୀ ଓ ଶୁଆଖିଆ ସହ ଆଖପାଖ ଦଶଟି ଗ୍ରାମରେ ପ୍ରତି ପଚାଶ ଜଣରେ ଗୋଟିଏ ଦଳ ଗଠନ ହେବ ।ସେମାନଙ୍କ ଦାଇତ୍ବରେ ଯେଉଁମାନେ ରହିବେ ତା'ର ଏକ ତାଲିକା ସେମାନଙ୍କ ଫୋନ ନମ୍ବର ସହ ଗୋଟିଏ ଗୋଟିଏ ହ୍ବାଟସ ଗ୍ରୁପ କରି ଜଣେଇ ଦିଆଯିବ ବୋଲି ନିଷ୍ପତ୍ତ ି ନିଆ ଗଲା । ଶେଷରେ ସେଇ ଦିନଟି ଆସିଲା ।ଏଇଭଳି ଏଥରର ଈଦୁଲ ଜୁହା ଓ ସୁନାବେଶରେ ହଜାରରୁ ଅଧିକ ବୁଢାବୁଢୀ, ଅନାଥ ଓ ନିରାଶ୍ରୟ ପେଟଭରି ଭୋଜନ କଲେ । ଏସବୁ ଆୟତ ଓ ସଂଗୀତା ଭଳି ପିଲାଙ୍କ ଯୋଗୁଁ ସଫଳହୋଇଥିବାରୁ ତାଙ୍କ ପ୍ରସଂଶାରେ ସମସ୍ତେ ଶତମୂଖ ହେଲେ ।କିନ୍ତୁ ଆୟତ ଓ ସଙ୍ଗୀତା ଏକସ୍ବରରେ କହିଉଠିଲେ ଏହାଥିଲା ଆଲ୍ଲା ଓ ଜଗନ୍ନାଥଙ୍କ ଏକାନ୍ତ ଇଚ୍ଛା ।ସତରେ ଏମିତ ଏକ ନିଆରା ଈଦ୍ ଓ ସୁନାବେଶ ପ୍ରତି ବର୍ଷ ଆସନ୍ତାନି ।


Rate this content
Log in