ସମ୍ପର୍କ
ସମ୍ପର୍କ
ଦେବାଶିଷର ଘର କଟକ ଜିଲ୍ଲାର ଗୋଟିଏ ଅଖ୍ୟାତ ପଲ୍ଲୀରେ । ସେ ବୃତିରେ ସଫ୍ଟୱେର ଇଞ୍ଜିନିୟର । କରୋନା ପ୍ରଭାବିତ ଲକଡାଉନ୍ ସମୟରେ ସେ ହାଇଦ୍ରାବାଦର ଗୋଟିଏ କମ୍ପାନୀରେ କାର୍ଯ୍ୟରତ ଥିଲା । କଡାଇନ ଯୋଗୁଁ ତାକୁ ଘରୁ କାମ (ୱାର୍କ ପ୍ରମ ହୋମ) କରିବାର ଅନୁମତି ମିଳିଲା । ସେ ସମୟରେ ରେଳ ସେବା ବ୍ୟାହତ ଥିବାରୁ ସେ ନିଜ କାରରେ ରାଜପଥରେ ଆସି କଟକରେ ପହଞ୍ଚିଲା ଓ ଗୋଟିଏ ସରକାରୀ ସ୍ୱୀକୃତିପ୍ରାପ୍ତ ହୋଟେଲରେ ସଙ୍ଗରୋଧରେ ରହିଲା । ସଙ୍ଗରୋଧ ଅବଧ ଶେଷ ହେବା ପରେ ତାର ବୃକକ୍ ଟେଷ୍ଟ କରାଗଲା ଯେଉଁଥିରେ ରିପୋର୍ଟ ନେଗେଟିଭ ଆସିଲା । ଏହା ପରେ ମହାଉତ୍ସାହରେ ସେ ଆସି ତା ଗାଆଁ ସୀମାରେ ପହଞ୍ଚିଲା । ସେଇଠି ଦ୍ୱାରପାଳ ଭଳି ଜଗି ରହିଥିଲେ କେଇ ଜଣ ଗ୍ରାମବାସୀ । ଦେବାଶିଷ ସେମାନଙ୍କୁ ତାର କାହାଣୀ ଶୁଣେଇଲା ଓ ନିଜ ଘରକୁ ଯିବା ପାଇଁ ପାଦ ବଢ଼େଇଲା । କିନ୍ତୁ ଯମଦୂତ ଭଳି ତା ବାଟ ଓଗାଳିଲେ ଓ ଗାଆଁକୁ ଯିବାକୁ ଦେବୁନି ବୋଲି କହିଲେ । ଦେବାଶିଷ ଯେତେ କାକୁତି ବିନତି କଲେ ମଧ୍ୟ ସବୁ ପାଣିର ଗାର । ତାପରେ ଅନନ୍ୟୋପାୟ ହୋଇ ଦେବାଶିଷ କହିଲା- ଅନ୍ତତଃ ମୋ ଘର ଲୋକଙ୍କୁ ଖବର ଦେଇଦିଅ ସେମାନଙ୍କ ସହ ଦେଖା କରି ମୁଁ ଫେରିଯିବି । ତା ପରେ ଦେବାଶିଷ ଆସି ତା କାରରେ ବସିଲା ନିଜ ଘର ଲୋକଙ୍କ ବାଟ ଚାହିଁ । ଘଣ୍ଟା ପରେ ଘଣ୍ଟା ବିତିଗଲା- ସକାଳ ଯାଇ ସନ୍ଧ୍ୟା ହେଲା । ବାଧ୍ୟ ହୋଇ ଦେବାଶିଷ ତା କାର ଭିତରେ ଶୋଇ ରହି ରାତିଟି ବିତାଇଲା । ତା ପରଦିନ ସକାଳୁ ଉଠି ଦେବାଶିଷ ଦେଲା ଚୋରଙ୍କ ଭଳି ଲୁଚି ଲୁଚି ତା ବୁଢ଼ୀ ମାଆ ଚାଲି ଚାଲି ଆସୁଛି । ସେ ପାଦ ବଢ଼ାଉଥିଲା, କିନ୍ତୁ ମାଆ କହିଲା- ଆଉ ଆଗାନାରେ ପୁଅ । ସେଇଠି ଥାଆ । ତୋ ପାଖକୁ ଆସିଲେ ଗାଆଁ ଲୋକେ ଆମକୁ ଏକ ଘରକିଆ କରି ଦେବେ ବୋଲି କହିବାରୁ ଭୟରେ ଆମେ କେହି ଆସୁନଥିଲୁ । କିନ୍ତୁ ମା ମନ କଣ ବୁଝିବ ? ସେଇଥି ପାଇଁ ବଡି ଭୋରରୁ ଆସିଛି- କେହି ଯେମିତି ନ ଦେବେ । ଅଳପେଇସା କି ରୋଗଟା ଆସିଲା ଯେ ପୁଅକୁ ମାଠ, ଭାଇକୁ ଭାଇଠୁ ପର କରି ଦେଇଛି । ତୁ ଆଉ ଏଠି ରହନା । ତୋ କାମ ଜାଗାକୁ ଚାଲିଯାଆ । ମାଆ ମୁହଁରୁ ଏଇ କଥା ଦି ପଦ ଶୁଣି ଆପେ ଆପେ ଦେବାଶିଷର ଆଖରୁ ଲୁହ ଝରି ଆସିଲା । ଲୋତକଭରା ମୁହଁ ଓ ବାଷ୍ପରୁଦ୍ଧ କଣ୍ଠରେ କହିଲା- ମାଆ ତୁ ଘରକୁ ଫେରି ଯା । ପୁଣି ତୋତେ ଏଠି କିଏ ଦେଲେ କେତେ କଥା । ମାଆ ଯିବା ପଥକୁ କିଛି ସମୟ ଚାହିଁ ରହିଲା ଦେବାଶିଷ ଏଇ ଦି ଦିନର ତିକ୍ତ ଅନୁଭୂତିରେ ତା ହୃଦୟଟା ବିଷେଇ ଉଠିଛି ବ୍ୟବସ୍ଥା ଓ ସମାଜ ଉପରେ । ହେଲେ ସଂସ୍ପର୍ଶରୁ ସଂକ୍ରମିତ ହେଉଥିବା ଏହି ରୋଗ ଚାରିଆଡେ ଏମିତି କୋକୁଆ ଭୟ ଖେଳାଇ ଦେଇଛି ସେଇଠି ବିଚରା ଗାଆଁ ଲୋକେ ବି କରିବେ କଣ ? ଆପେ ବଞ୍ଚିଲେ ବାପାର ନା ନ୍ୟାୟରେ ଘରପୁଅ ଘରକୁ ଫେରି ପାରୁନି । କୋଭିଡରେ ମୃତ ବ୍ୟକ୍ତିକୁ କାଂଧ ମିଳୁ ନାହିଁ । କୋଭିଡ୍ ଯୋଦ୍ଧକ ଶବ ଘଣ୍ଟା ଘଣ୍ଟା ଧରି ରାଜ ରାସ୍ତାରେ ପଡି ରହୁଛି ଏମିତି ନାନାଦି ଆଖି ଦେଖା ଘଟଣା ।ଅଗତ୍ୟା ଦେବାଶିଷ ତା କର୍ମସ୍ଥଳୀ ଆଡେ ମୁହାଁଇଲା । ଫେରିବା ବାଟରେ ଅନେକ ପ୍ରକାରର ଚିନ୍ତା ଓ ଭାବନା ତା ମଞ୍ଜରେ ଆସି ପିଟି ହେଉଥିଲା । ମହାମାରୀ ଛଡେଇ ମାନବିକତା । ଏ ପ୍ରସଙ୍ଗକୁ ସେ ଯେତେ ଭୁଲିବାକୁ ଚେଷ୍ଟା କଲେ ହେଁ ବେଳାଭୂମିର ଭଜାଣି ଢ଼େଉ ପରି ତାହା ଆସି ଦେବାଶିଷର ଉଭ ହୃଦୟ ଓ ମନକୁ ଏକ ତିକ୍ତ କଷାୟ ଅନୁଭୂତିରେ ଭରି ଦେଉଥିଲା । ପ୍ରିୟଜନଙ୍କ ସହିତ ଏ ବିଚ୍ଛେଦ କ୍ଷଣସ୍ଥାୟୀ ନା ଚିରସ୍ଥାୟୀ- ସେ ବୁଝି ପାରୁନଥିଲା । ଦେବାଶିଷ ମନସ୍ଥ କଲା- କରୋନାର ଅନ୍ତ ନ ହେବା ପର୍ଯ୍ୟନ୍ତ ସେ ଆଉ ଘରକୁ ବାହୁଡିବ ନାହିଁ । ଏହି ସିଦ୍ଧାନ୍ତରେ ଉପନୀତ ହେବା ପରେ ତା ମନ କିଛିଟା ହାଲକା ଓ ଶରୀରଟା ବି ବେଶ ଫୁର୍ତ୍ତି ହୋଇଗଲା । ସେ ପୁଣି ତା କାମରେ ମନ ଲଗାଇଲା ।
