ପ୍ରମୋସନ
ପ୍ରମୋସନ
ମୁଁ ବୃତ୍ତିରେ ଜଣେ ରାଜ୍ୟ ସରକାର କର୍ମଚାରୀ । ମୋର ପୋଷ୍ଟିଂ ମଧ୍ୟ ଦଶ ପନ୍ଦର ବର୍ଷ ପରେ ଏବେ ମୋ ହୋମ୍ ଟାଉନରେ । ମୋର ଅସ୍ଥିରୋଗ ସଂପର୍କୀୟ ସମସ୍ୟା ଥୁରୁ ମୋର ଚଳପ୍ରଚଳ, ଗତିବିଧ ସୀମିତ । ମୁଁ ମୋର ସ୍କୁଟିରେ ଘରୁ ଅଫିସ,
ଅଫିସରୁ ଘର । ତା ପରେ ଅତି ଦରକାର ନ ହେଲେ ଘରୁ ବାହାରକୁ ଯାଏ ନାହିଁ । ଘରେ ରହି ଟି.ଭି ଦେଖୁ, ଖବର କାଗଜ ପଢ଼ି ବା କିଛିଟା ଲେଖାଲେଖ୍ କରେ । ଆମେ ତିନି ଭାଇ, କଣେ ଭଉଣୀ । ଭଉଣୀ କ୍ୟାପିଟାଲରେ ଦଶ ବର୍ଷ ରହିବା
ପରେ ଏବେ ଆମ ସହରକୁ ଆସିଛି । ମା ଗଲା ପରେ, ସମସ୍ତଙ୍କ ଠାରୁ ବଡ ମୋ ନାନୀ ଭାବେ ମାର ଅଭାବ ପୂରଣ କରୁଅଛି । ଭଣଜା ଭାଣିଜୀ ଉଭୟେ ବାଂଗାଲୋରରେ ଆଇ.ଟି. କଂପାନୀରେ କାର୍ଯ୍ୟରତ । ମୋ ଝିଅ ଫଳାବରେ ବି.ବି.ଏ କରୁଅଛି । ଭଗବାନ ବଡ଼ ଲୋକ । କରୋନା ଜନିତ ଲକଡାଉନ ଘୋଷଣା ହେବାର ଦୁଇଦିନ ପୂର୍ବରୁ ଘରକୁ ଫେରି ଆସିଲା ।
ଗୃହ ସଂଗରୋଧରେ ଚଉଦ ଦିନ ରହିବା ପରେ ଅନ୍ୟମାନଙ୍କ ସହ ମିଶିଲା । କଲେଜ ବଂଦ ଥିବାରୁ ଚତୁର୍ଥ ସେମିଷ୍ଟାର ଶେଷ ଭାଗ ପରୀକ୍ଷା ଘରେ ଥାଇ ଅନଲାଇନରେ ଦେଲା ।
ଏବେ ଏଇ ନିକଟ ଅତୀତରେ ମୋ ସହିତ ସଂଘଟିତ ହୋଇଥିବା ଏକ ହାଇଭୋଲଟେଜ୍ ଡ୍ରାମାର କାହାଣୀ କହୁଛି । ଦୁଇ ସପ୍ତାହ ତଳେ ରାଉରକେଲାରେ ଥିବା ମୋର ଜଣେ ବିଭାଗୀୟ ସହକର୍ମୀ ବଂଧୁ ଫୋନରେ କହିଲେ- ଭାଇ । ଏଇ ଆସଂତା ୨୨ ତାରିକରେ ଆମର ଡି.ପି.ସି. (ଡିପାର୍ଟମେଟାଲ ପ୍ରମୋଶନ କମିଟି) ବସିବ ।
ପ୍ରତ୍ୟୁତରରେ ମୁଁ କହିଲି- ବେଳ ପାଚିଲେ କାଉ କି ଯାଏ ? ବଂଧୁ କହିଲେ- ଅର୍ଥାତ ? ମୁଁ କହିଲି- ତୁମେ କଣ ଜାଣିନ ମୋ ନାଁରେ ଭିଜିଲାନସ କେସ ଅଛି । ଯଦିଓ ଗ୍ରେଡେସନ ଲିଷ୍ଟରେ ମୁଁ ଉପରେ ଅଛି କିନ୍ତୁ କେସ ଥିବାରୁ ତ ମୁଁ ପଦୋନ୍ନତି ପାଇପାରିବି ନାହିଁ । ବଂଧୁ କହିଲେ- ସେଟା ମୁଁ ଜାଣେ । ତଥାପି ମୁଁ କହୁଛି ତୁମର ପ୍ରମୋଶନ ହେବ ।
ମୁଁ ପଚାରିଲି କେଉଁ ନ୍ୟାୟରେ ?
ସେ କହିଲେ- ଆଦିତ୍ୟ ଗଡନାୟକ କେସ ପଢ଼ । ଜାଣି ପାରିବ । ସେ ଦିନ ଆମର ଆଳାପ ଏତିକିରେ ସୀମିତ ରହିଲା । ତାପରେ ସେ କେସ ହିଷ୍ଟ୍ରି ପଢ଼ି ଜାଣିଲି- ଆଦିତ୍ୟ ଗଡନାୟକ ଆମ ବ୍ୟାଚର ପିଲା । କିନ୍ତୁ ଗ୍ରେଡେସନ ଲିଷ୍ଟରେ ତଳକୁ ଥିବାରୁ ତାର
ପ୍ରମୋଶନ ହୋଇ ପାରୁନଥିଲା । ଏପରିକି ଆମ ପ୍ରମୋଶନ ପରେ ଆଉ ଦି ଦି ଥର ପ୍ରମୋଶନ ଦିଆଗଲା । ତଥାପି ସେ ଅଣଦେଖା ହୋଇ ରହିଯାଇଥିଲା । ଆଉ ତା ନାରେ ମଧ୍ୟ ଭିଜିଲାନ୍ସ କେସ ରହିଛି ।
ଏଇ ଗଲା ଡିସେମ୍ବରରେ ସବୁ ବିଭାଗର ପ୍ରମୋଶନ ଅଦାଲତ କ୍ୟାପିଟାଲରେ ବସିଲା । ସେଠାକୁ ଆଦିତ୍ୟ ଓ ଆମ ଅପିସର ୨ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରାମ ଓ ମାଧବ ବି ଯାଇଥିଲେ । ଆଦିତ୍ୟର ନମ୍ବର ଆସିବାରୁ ଅଦାଲତ ମୁଖ୍ୟ ତାଙ୍କର
ସହକାରୀମାନଙ୍କୁ ପଚାରିଲେ- ଏ ବାବୁଙ୍କର କେସ କଣ ? ସେମାନେ ଉତର ଦେଲେ- ସାର ତାଙ୍କ ନାରେ ଭିଜିଲାନ୍ସ କେସ ଅଛି ।
ଏହା ଶୁଣି ଆଗ୍ନେୟଗିରିରୁ ନିର୍ଗତ ଲାର୍ଭା କରି ଆଦିତ୍ୟ ଗର୍ଜି ଉଠିଲା । ସିଂହ ରଡି ଛାଡି ସେ କହିଲା- ସାର ମୋ ନାରେ ଭିଜିଲାନ୍ସ କେସ ଅଛି ସତ । କିନ୍ତୁ ଏ ପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ ହୋଇ ନାହିଁ । ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ନ ହେବା
ଯାଏ ମୋତେ ମୋର ସଂବିଧାନିକ ଅଧୁକାରରୁ କାହିଁକି ବଂଚିତ କରାଯାଉଅଛି ।
ଏହା ଶୁଣି ସଭାରେ ଅଖ୍ୟ ନୀରବତା ଛାଇ ଗଲା । ଅଦାଲତ ମୁଖ୍ୟ ଭିଜିଲାନ୍ସ ଡି.ଜି.କ ସହ ପାଂଚ ମିନିଟ୍ ଫୋନରେ କଥା ହେଲେ । ତା ପରେ ସେ କହିଲେ- ଆଦିତ୍ୟ ବାବୁ ଠିକ୍ କହୁଛନ୍ତି । ଡି.ଜି ଭିଜିଲାନ୍ସ ବି ସେଇ କଥାରେ ଏକମତ ପ୍ରକାଶ
କରିଛନ୍ତି । ତେଣୁ ତାଙ୍କୁ ଅବିବେ ପ୍ରମୋଶନ ଦିଆଯାଉ ।
ଏହା ଜାଣି ମୋ ମନର ଏକ କୋଣରେ ଆଶାର ଅଂଜୁରଟିଏ ଫୁଟି ଉଠିଲା । ଯେଉଁ ଦି ଜଣଙ୍କ କଥା କହୁଥୁଲି ସେମାନେ ବି ପ୍ରମୋଶନ ଅଦାଲତରୁ ପ୍ରମୋସନ ଅର୍ଡର ଧରି ବାହୁଡିଲେ । କିନ୍ତୁ ମାଧବ ସେଇ ମାସରେ ଅବସର ନେଉଥିବାରୁ ତାପାଇଁ ଏହି ଆଦେଶଟି ମୂଲ୍ୟହୀନ ହୋଇଗଲା । ଆଉ ରାମର କେସଟି ଏ ଯା
ପ୍ରଶାସନିକ ନାଲି ଫିତା ତଳେ ବଂଧା ହୋଇ ରହିଅଛି । ଏକ ସୁନେଲି ଭବିଷ୍ୟତ ସ୍ୱପ୍ନ ଦେଖୁଥିବା ରାମ ବ୍ୟସ୍ତ ବିବ୍ରତ ହୋଇ ଶ୍ରୀହୀନ ହୋଇ ପଡି ରହିଛି । ଦୁଃଖ ପ୍ରିୟମାଣ ଲାଗୁଛି ।
ଆଦିତ୍ୟ ସଂପର୍କରେ ଜାଣି ମନଟା ଖୁସ ବି ହେଲା ଆଉ ସେହି ପରିମାଣରେ ଦୁଃଖି ବି ହେଲା । ଆଦିତ୍ୟ ଓ ମୋ କେସ ସମାନ । ମୋର ଟା ବି ଅନୁସଂଧା ଚାଲିଅଛି । ସେହି କାରଣରୁ ଯଦିଓ ପ୍ରମୋଶନଟା ହୋଇ ଯାଇପାରେ, କିନ୍ତୁ କୋର୍ଟ ତ ନିଜ ସହରରେ ହେବ ନାହିଁ । ଆଉ ଦୂର ଜାଗାକୁ ପୋଷ୍ଟିଂ ହେଲେ ସେଠି
ଏକା କ୍ଲାର୍ଟର ବା ଭଡା ଘରେ ରହିବି । ଏ ପଟେ ଝିଅ କଲେଜକୁ ଫେରିଯିବା ପରି ମୋର ପ୍ରୀତିଲଗ୍ଲା ପତ୍ନୀ ଘରେ ଏକୁଟିଆ ହୋଇଯିବ । ଏଭଳି ତ୍ରିଶଂକୁ ଅବସ୍ଥା ଭାବି ସେ ରାତିରେ ମୁଁ ଶୋଇ ପାରିଲିନି । ସମୟ ଯଦି ଗତାନୁଗତିକ ଭାବେ ସମାନ
ଥାନ୍ତା, ତେବେ ବି ମୁଁ ଏତେଟା ଚିନ୍ତା କରି ନଥାନ୍ତି । କିନ୍ତୁ କରୋନା ପରି ମହାମାରୀର ଶୀର୍ଷ ସମୟରେ ମୋ ପ୍ରୀତିନଂଦା ପ୍ରିୟୀକୁ ଛାଡି ମୁଁ ଏକା ବାହାର ଯିବି ସେ କଳ୍ପନାରେ ମୁଁ ଦୋଦୁଲ୍ୟମାନ ହୋଇ ରହିଲି । ଶେଷରେ ମନସ୍ଥ କଲି ଆଗ ପ୍ରମୋଶନ ଆଉ ପୋଷ୍ଟିଂ ଟା ଆସୁ, ତା ପରେ ଦେଖାଯିବ ।
ଆଉ ତା ପରେ ମୋର ଭଗ୍ନ ସ୍ଵାସ୍ଥ୍ୟ । ନିଜ ସହରରେ ଯଥା କଥା ଚଳିଯାଉଥିଲା । ଆଉ ଏକ ସଂପୂର୍ଣ୍ଣ ରୂପେ ଅଜଣା, ଅଚିହ୍ନା ସହରରେ ମାସ ମାସ ଧରି ଏଇ ଛୋଟା ଗୋଡରେ ଭଡାଘରୁ ଅଫିସ, ସେଠାରୁ ହୋଟେଲ, ପୁଣି ଘର ଆସିବାକୁ ହେଲେ ବସଷ୍ଟାଣ୍ଡ ବା ରେଲଷ୍ଟସନ କେମିତି ଯା ଆସ କରିବି
କଥା ଭାବି ମୋର ମୁଡ ଗରମ ହୋଇଗଲା ।
ଅରକ୍ଷିତକୁ ଦଇବ ସାହା ଭଳି ମୋର ପ୍ରମୋସନ ଓ ପୋଷ୍ଟି ଆମ ସହର ହୋଇଗଲା । ଆମ ଅଫିସର ମୁଖ୍ୟ ଭାବେ ମୁଁ ଅବସ୍ଥାପିତ ହେଲି । କେମିତି ହେଲା- ତାହା ଉଭୟ ମୋର କଳ୍ପନା ଓ ଆଶ୍ଚର୍ଯ୍ୟ ବୋଧର ବାହାରେ ।
ନୂଆ ଦାୟିତ୍ବ ଗ୍ରହଣ କରିବାର ଦଶ ପନ୍ଦର ଦିନ ପରେ ଦେଲି ମୋର ଆଡ୍ କରୁଥିବା ରାମ ସବୁ ବେଳେ ବିଂଚିତ ଓ ଅନ୍ୟମନସ୍କ ରହୁଛି । ଦିନେ ତାକୁ ମୋ ଟେବଲକୁ ଡାକି ଏକାଂତରେ ଏହାର କାରଣ ପଚାରିଲି ।
ରାମ କହିଲା- ଆପଣ ବି ଅଳ୍ପ ବହୁତେ ଜାଣିଥିବେ । ପ୍ରମୋସନ ଅଦାଲତ ନିର୍ଦ୍ଦେଶ ଆସିବା ପରେ ମଧ୍ୟ ଏ ଯାଏ ମୋର ପଦୋନ୍ନତି ହୋଇ ନାହିଁ । ତାକୁ ଅଭୟ ବାଣୀ ଦେଇ କହିଲି- ଚିନ୍ତା କରନି ତୁମେ କେମିତି ଶୀଘ୍ର ପ୍ରମୋଶନ ପାଇବ ସେ ଦାୟିତ୍ବ ମୋର ।
ତା ପର ଦିନ ଅଫିସ ପହଂଚିବା କ୍ଷଣି ବଡବାବୁ ଓ ଏଷ୍ଟାବ୍ଲିସମେଟ ଦାୟିତ୍ବ ଥିବା ବରିଷ୍ଠ ସହାୟକଂକୁ ଡାକିଲି । ସେମାନେ ଆସିବାରୁ ରୋକ ଠୋକ୍ ଶୁଣାଇ ଦେଲି- ରାମର ପ୍ରମୋଶନ ସମ୍ବନ୍ଧ ସମସ୍ତ କାଗଜପତ୍ର, ସାଧାରଣ ପ୍ରଶାସନ ବିଭାଗର ଲାଟେଷ୍ଟ ବିଜ୍ଞପ୍ତି ସହ ଡି.ପି.ସି. ବସାଇବାର ଡ୍ରାଫ୍ଟ ଦୁଇ ଦିନ ମଧ୍ୟରେ ମୋ ଟେବୁଲରେ ପହଂଚିବ- ନ ହେଲେ ଆପଣମାନଙ୍କର ଦରମା ବଂଦ ।
ମୁଁ ଲକ୍ଷ୍ୟ କଲି- ଏତିକି ଶୁଣି ସେମାନଙ୍କର ଝାଳ ଚଟାପଟ ମୋ ନଂବର ନିପ୍ରୀତ ହେଲେ । ତା ପରର କାହାଣୀ ସାମାନ୍ୟ ଓ ସାଧାରଣ । ଯଥା ସମୟରେ ରାମ ପ୍ରମୋସନ ପାଇ ଆମ ଅଫିସରେ କନିଷ୍ଠ ସହାୟକ ରୂପେ ଯୋଗଦାନ କଲା । କୃତଜ୍ଞତା
ନିଦର୍ଶନ ସ୍ବରୂପ ସେ ଦିନ ସଂଧ୍ୟାରେ କିଛି ଫଳ ଓ ମିଠା ଧରି ଆମ ଘରେ ପହଂଚିଲା ।
ରାମ କହିଲା- ସାର । ଗତ ୬ ମାସ ହେଲା ଯେଉଁ ମନସ୍ତାପ ମଧ୍ୟରେ ମୁଁ ଧୂଳିସାତ ମୋତେ ଏ ଦୁନିଆଟା ସଂପୂର୍ଣ୍ଣ ଅଂଧାର ଦିଶୁଥିଲା । ଏପରିକି ବେଳେ ବେଳେ ସୁଇସାଇଡ କରିଦେବାର ଇଚ୍ଛା ବି ମନରେ ଜାଗିଥିଲା ।
ତାକୁ ସେତିକିରେ ରୋକି ମୁଁ କହିଲି- ସେ ଶବଦଟା ।
ଓ ତା ପରେ ରାମ ଏକ ସୁନେଲି ସକାଳର ସ୍ୱପ୍ନ ନେଇ ବାହାରିଗଲା ଓ ମୁଁ ମଧ୍ୟ ଅସନ୍ତୋଷ ଲାଭ କଲି ଯେ, ଯା ହେଉ ମୁଁ ଅଂତତଃ ପକ୍ଷେ ଜଣକୁ ତାର ନ୍ୟାୟୋଟି ଦାବୀ ଓ ଅଧୁକାର ଦେଇ ପାରିଲି । ତେଣୁ ସମସ୍ତଙ୍କ ଜୀବନରେ ଏପରି ଦୋଛକି ଆସେ ଯାହାକୁ ଅତିକ୍ରମ କରିବା ପାଇଁ ଆଶାର କ୍ଷୀଣ ଆଲୁଅଟିଏ ଦରକାର ।
