STORYMIRROR

Niladri Bihari Mahapatra

Children Stories

4  

Niladri Bihari Mahapatra

Children Stories

ପିଲାଦିନ - 5

ପିଲାଦିନ - 5

3 mins
211


         

     ପିଲାଦିନେ ଯାତ୍ରାଦେଖା କଥା ପଡ଼ିଲେ ହିଁ ମନରେ ଏକ ଅଦ୍ଭୁତ ଆବେଗ ତଥା ଉନ୍ମାଦନା ଖେଳି ଯାଏ ।

ଇଛା ହୁଏ ମନ ଯାନରେ ବସି ଅବିଳମ୍ବେ ଯାତ୍ରା ସ୍ଥଳରେ

ପହଞ୍ଚି ଏକା ଥରେ ସବୁ ଆନନ୍ଦ ପାଇଯାଏଁ । ଯାତ୍ରାରେ

ବୁଲିବୁଲି ଥକା ହେଲାଯାଏ ଏଣେ ତେଣେ ପ୍ରତ୍ୟେକ

ଘଟଣା ଦେଖି ଭରପୁର ମଜା ନାଉଥାଉଁ ।  ଆମେ ଯାତ୍ରାରେ ବିଭିନ୍ନ ରଙ୍ଗମଂଚରେ ପ୍ରଦର୍ଶିତ ନାଟକ ଖେଳ ଇତ୍ୟାଦି କହି ସାରିଛେ । ଏବେ ଆସିବା ରାତ୍ରିସାରା ବୁଲିବୁଲି କିପରି ବିଭିନ୍ନ ମିଠେଇ ଗରମ ପକଡି , ପିଆଜି , ବରା , ଭଜାବାଦାମ , ମିକ୍ସର , ଦାଂତକିଲି , ଲସି , ସର୍ବତ , ଲେମ୍ବୁପାଣି , ସୋଢାପାଣି , ଇତ୍ୟାଦି ଥଣ୍ଡା ପାନୀୟ ପିଇବାର ମଜା । ଆଜିକାଲି ଭଳି ଚାଇନିଜ ଫାଷ୍ଟଫୁଡ଼ ଯଥା ଚଉମିନ , ଅଣ୍ଡା ରୋଲ ,ଚାଟ ଆଦି ନଥାଏ । ହଁ ଅଣ୍ଡା ଅମଲେଟ ଠାଏ ଠାଏ ମିଳୁଥାଏ । ଗୋଟିଏ ଅଣ୍ଡା ଆମଲେଟ ଏକଟଙ୍କା ଡବଲ ଅଣ୍ଡାକୁ ଦୁଇଟଙ୍କା ଯାହା ଆଜି ଆମେ କୋଡ଼ିଏ ପଚିଶ ଟଙ୍କା ଦେଇ ଛୁଆଙ୍କପାଇଁ କିଣୁଛେ । ପୁଣି ଆଜିକାଲି ଭଳି ପାଞ୍ଚ ଦଶଟଙ୍କିଆ ଡ୍ରାଏଫୁଡ଼ ପ୍ୟାକେଟ ଯଥା କୁରକୁରେ , ତେଡ଼େମେଡ , ଲେସ , ଇତ୍ୟାଦି ନଥାଏ।ହଁ ବୟସ୍କମାନେ ଚାହା ପାଉଁରୁଟି ଖାଆନ୍ତି । ଆମେ ପିଲାଙ୍କ ପାଇଁ

ଚାହାପାନ ନିଷେଧ ।ସେତେବେଳେ ଚାହାପାନ ବୟସ୍କଙ୍କ ପାଇଁ ଉଦ୍ଧିଷ୍ଟ ଥାଏ । ଆମେ ଛୁଆମାନେ ଚାହା ପିଇଲେ ଜିଭ ବି ଫୋଟକା ହୋଇଯାଏ । ଆମ ଘର ମାନଙ୍କରେ ଚାହାପାନ ପ୍ରଥା ନ ଥାଏ । ଗାଁ ମାନଙ୍କରେ ସମ୍ଭ୍ରାନ୍ତଘର ମାନଙ୍କରେ ବି ଚାହାପାନ ହେଉ ନଥିଲା । କେବଳ ସହର ମାନଙ୍କରେ ଥିଲା ବାଲା କିମ୍ବା ଚାକିରିଆଙ୍କ ଘରେ ହିଁ ସୀମିତ ଥାଏ । ଆମ ଅଜାଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଚାହାମୁଡ଼ି ହୁଏ। ଅଜା ଚାହା ପିଇଲାବେଳେ ଆମେ ଛୁଆମାନେ ଛୋଟ କଂସା ଧାତୁର ଗିନାଟିଏ ଧରି ତାଙ୍କୁ ଘେରି ଯାଉଥିଲୁ । କଂସା ଧାତୁର ମୋଟା ଗିନାରେ ଚାହା ଶୀଘ୍ର ଶୀତଳ ହୋଇ ଯାଏ । ସେ ତ ଢାଳେଚାହା ଧରି ବସୁଥାଆନ୍ତି । ପାଖରେ ଆଇବୁଢ଼ୀ । ଆମ ପ୍ରତ୍ୟେକଙ୍କ ଗିନାରେ ଟିକେ ଚାହା ଓ ମୁଠାଏ ମୁଢି ପକାଇ ଦିଅନ୍ତି । ଆମେ ତାକୁ ଫୁଙ୍କିଫୁଙ୍କି ଅଜାଆଇ ପିଇଲା ଭଳି

ପିଉଥାଉ । ବେଳେବେଳେ ଆବେଗରେ ତରତର

ହେଲେ ଜିଭ ଫୋଟକା ହୋଇଯିବା ମୋର ମନେ

ଅଛି । ସେତେବେଳେ ଚାହାଗୁଣ୍ଡ ପ୍ୟାକେଟ ପାଞ୍ଚ , ଦଶ , ପଚିଶ ପଇସିଆ ପ୍ୟାକେଟ ହୋଇ ଦୋକାନରେ

ମିଳୁଥାଏ । ପରେ ପଚାଶ ପଇସିଆ ଟଙ୍କିକିଆ

ହୋଇଯିବା ମୋର ମନେପଡେ। ତା ପୁଣି ସକାଳେ

ଓ ସନ୍ଧ୍ୟାରେ ଦୁଇଥର ହିଁ ଆମ ପିଲାମାନଙ୍କ ଦ୍ୱାରା ହିଁ ଦୋକାନରୁ କିଣାହୋଏ। ପାଞ୍ଚ ପଇସିଆ ଚାହା ପ୍ୟାକେଟକୁ ଦଶ ପଇସାର ଚିନି । ସେଥିରେ ପୁଣି ଢାଳେଚାହା ହେଲେ ଅଜାଆଈ ଓ ପଲେ ନାତି ନାତୁଣୀ ପିଆଳି । ସେତେ ବେଳେ ମାମୁଁ କେହି ଘରେ ଉପସ୍ଥିତ ଥିଲେ ବି ପିଅନ୍ତି। ମାଇଁ ଓ ମାଉସୀ ଙ୍କୁ ବୋଧେ ଚାହା ନିଷେଧ ଥାଏ ନା କଣ କି ? ଆଇ ଘରେ ଚାରି ମାଉସୀ , ଚାରି ମାଇଁ , ଚାରି ମାମୁ ଅଜାଆଇ । ପୁଣି ସବୁବେଳେ ଗୋଟିଏ ଦୁଇଟି ଝିଅର ଦୁଇ ଚାରିଟା ନାତିନାତୁଣୀ । ଘରେ ଦୁଇ ବେଳା ଭୋଜି । ସକାଳେ ପଖାଳଭାତକୁ ଘାଣ୍ଟ , କାଞ୍ଜି , ଶାଗଘଣ୍ଟା । ରାତ୍ରିବେଳା ଡାଲିଭାତକୁ ଆଳୁ ଭଜା । ବେଳେବେଳେ ଫୁଲକୋବି ବନ୍ଧାକୋବି ମସଲାଦିଆ ତରକାରୀ । ଏ ଥିଲା ସେତେ ବେଳର ପ୍ରାୟ ପ୍ରତିଘର ରୋଷେଇଶାଳର ମେନୁ । ଆମେ ଢ଼ିଙ୍କିଶାଳରୁ ଢେଙ୍କାନାଳ ଚାଲିଗଲେ । ଯାତ୍ରାଦେଖାରୁ ଚାହାପାନକୁ ଭିତ୍ତିକରି ଅଜାଘର କାହାଣୀ କହିବସିଲି । ବାସ୍ତବରେ ପିଲାଦିନର ପ୍ରତ୍ୟେକ ଘଟଣାକୁ ଭାବି ଦେଲେ ଗୋଟିଏ କାହାଣୀ ଏବଂ ଗାଇଦେଲେ ଗୀତଟିଏ ହୋଇ ଯାଏ । ସେତେବେଳେ ଅଜାଘର ,ମାଉସୀଘର କିମ୍ବା କୌଣସି କୁଣିଆଘରକୁ ଭୋଜିଖାଇ ବା ଯାତ୍ରା ଦେଖିବା କଥା ପଡିଲେମନରେ ଯେଉଁ ଉତ୍ସାହ ତାର ସୀମାନଥାଏ । ଯେଉଁ ଦିଗେ ଯାଅ ଚାଲିଚାଲି । ଦୁଇଚାରିଦିନ ଆଗରୁ ପ୍ରସ୍ତୁତି ।ଗଲାବେଳେ ହାତଖର୍ଚ କୁ ବୁଢ଼ୀମା ଆଠଅଣି ଟିଏ ଦେଇଥାଏ । ପୁଣି ମାମୁଁଘରୁ ଫେରିଲାବେଳେ ଆଇ ଟଙ୍କେ ଦୁଇ ଟଙ୍କା ଦିଏ ତାକୁ ଆମେ ଖର୍ଚ୍ଚ ନକରି ମାଟି ସରାଗାତରେ ରଖି ଦେଇଥାଉ । ସରାଗାତ ଭର୍ତି ହୋଇଗଲେ ବାବା ବୋଉ ତାକୁ ଭାଙ୍ଗି ଅଭାବ ବେଳେ ଘରେ ଖର୍ଚ କରିଦିଅନ୍ତି । ଆମେ କାନ୍ଦିଥାଉ । ସତେ କି ସେଇ ଦଶକୋଡ଼ିଏ ଟଙ୍କାରେ ଆମେ ସ୍ୱର୍ଗ ଟାଏ କିଣି ଦେଇଥାନ୍ତେ । ଏହେଲା ଆମ ପିଲାଦିନର ଅଭୁଲା ସ୍ମୃତି ।

 ଚୈତ୍ରମାସରେ ଦଣ୍ଡଯାତ୍ରା ଦିନବେଳେ ଧୂଳିଦଣ୍ଡ

ରାତ୍ରରେ ଷ୍ଟେଜଉପରେ କଳାକାରମାନେ

ପୌରାଣିକ ବିଷୟବସ୍ତୁ ଆଧାରିତ ବିଭିନ୍ନ ନାଟକର ମଞ୍ଚଅଭିନୟ ଦେଖିବା ପାଇଁ ଲୋକଙ୍କ ଯେଉଁ ଉତ୍ସାହ ଓ ପ୍ରବଳ ଜନଗହଳି ଆମର ମନେପଡେ । ପ୍ରତିଦିନ ରାତିରେ ପାଖ ଗାଁରେ ହେଉଥିବା ଦଣ୍ଡନାଚ ଦେଖିବା ପାଇଁ ଦଳଦଳ ହୋଇ ଲୋକେ ଯାଉଥାନ୍ତି । ଆମେ ବି ସାଙ୍ଗହୋଇ ଯାଉ । ପ୍ରଥମେ କାଳିକା ନାଚପର୍ବ । ମା କାଳିଙ୍କ ଫୋଟଟିଏ କାଳିସି ତା ପିଠି ଉପରେ ବାନ୍ଧନ୍ତି । ପାଟ ଦଣ୍ଡୁଆ ଓ ସହଯୋଗୀ ଝୁଣାଝୁଲରେ ମା କାଳୀଙ୍କୁ

ଖେଳେଇ ଖେଳେଇ ଆବାହନ କରନ୍ତି ।

ଢୋଲବାଦ୍ୟ ତାଳେତାଳେ କାଳୀସି ନାଚିବା

ଦୃଶ୍ୟ ବାସ୍ତବରେ ଦେହରେ ଶୀହିରଣ ଖେଳି

ଯାଉଥିଲା। ତାପରେ ଚଢ଼େଇୟା ଚଢ଼େୟାଣୀ

ଓଡ଼ିଆ ଢଗଢମାଳି ଗାନ ପୂର୍ବକ ନାଚକରନ୍ତି।

ନାଟକ ଆରମ୍ଭ ହୁଏ ତାପରେ। ପୋଲସରା

ଦଣ୍ଡ ଖେଳନ୍ତି ମାଟିବୈକୁଣ୍ଠ ଓ କଂସବଧ।

ସେତେବେଳେ ଭାମଶ୍ୟାଳୀ ର କଂସବଧ ନାଟକ

ବିଖ୍ୟାତ । କଂସ ମହାରାଜାଙ୍କ ଅଟହାସ ଓ ଆଖିକୁ

ଘୁରାଇ ଘୁରାଇ ସଂଳାପ ଓ ଅଭିନୟ ବହୁତ ଖ୍ୟାତି

ଲାଭ କରିଥାଏ।ପଞ୍ଚୁଦଣ୍ଡ ହେଲେ ଭାମଶ୍ୟାଳୀ

ଦଳ କଂସବଧ ନାଟକ ମଞ୍ଚସ୍ତ କରି ସର୍ବଦା

ପୁରସ୍କୃତ ହୁଅନ୍ତି । ସୋଡକ ଦଳର ପ୍ରହଲ୍ଲାଦ ନାଟକ ମଞ୍ଚସ୍ତ ଦର୍ଶନୀୟ । ଟିକରପଡା ପଂକାଳ ବାଡିର ରାମାୟଣ ନାଟକ ପାଇଁ ନାମ ଥାଏ । ବୁଗୁଡା

ଦଳ ବି ମାଟିବୈକୁଂଣ୍ଠ ଓ କାଳ୍ପନିକ ନାଟକ

ପାଇଁ ଖ୍ୟାତିଲାଭ କରିଥାଏ । ବୁଗୁଡାର ଦଳର ଗୋଲା ଗୋଲୁଣି ଡୁଏଟ ଓ କବାଲି ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେଉ ଥାଏ।

                                  କ୍ରମଶଃ.............।

              


Rate this content
Log in