ପିଲାଦିନ 4
ପିଲାଦିନ 4
T
ସେତେବେଳେ ଆଠଦଶ ବର୍ଷର ହୋଇଗଲେ ଆମେ ନିଜକାମ ନିଜେ କରିବା ଆରମ୍ଭ କରିଦେଉଥିଲେ। ଯେପରିକି ଲୁଗାପଟା ସଫା , ଇସ୍ତ୍ରୀଦିଆ , ବହି ସଜାଡ଼ିବା ଇତ୍ୟାଦି। ଲୁଗାପଟା ସଫା ପାଇଁ ମୁଖ୍ୟତଃ ଧୋବାଖାର ବ୍ୟବହାର କରୁଥିଲେ। ଡ଼ିଟେର୍ଜେଣ୍ଟ ପାଉଡର ପ୍ରାୟ
ବଜାରରେ ଉପଲବ୍ଧ ନଥାଏ। ବେଳେବେଳେ ଖାର ପାଇଁ ପଇସା ନ ମିଳିଲେ ସଦ୍ୟ ପୋଡା ହୋଇଥିବା ଇଟାଭାଟି ତଳ ପୋଡାକାଠ ଭସ୍ମ ଧଳାପାଉଁଶ ମାଟି କଳସୀରେ ସଂଗ୍ରହ କରି ସେଥିରେ ଲୁଗା ସଫା କରୁଥିଲେ। ଡ୍ରେସ କହିଲେ ହଳେ କିମ୍ବା ଦୁଇ ହଳ। ତା ପୁଣି ପ୍ରତିବର୍ଷ କୁମାରପୂର୍ଣ୍ଣିମା ରେ ହିଁ ସିଲେଇ ହେବ। ତାକୁ ପିନ୍ଧି ସ୍କୁଲ ଯାଅ ବା ଯେ କୌଣସି ବନ୍ଧୁ ଘରକୁ ଯାଅ। ଏ କଥା ଶୁଣିଲେ ଆମ ପିଲାଙ୍କୁ ହସମାଡୁଛି। ଦିହକୁ ବାସ୍ନା ସାବୁନ ଆମକୁ ବହୁତ ଦୂର। ଗାଧୋଇ ଗଲେ ନଈ କିମ୍ଵା ପୋଖରୀ ହିଡରେ ମିଳୁଥିବା ଏକପ୍ରକାର କଳା ଚିକିଟା ମାଟିରୁ ଟେଳାଏରେ ଦିହ ଓ ମୁଣ୍ଡ ସଫା କରୁଥିଲୁ। ସେଥିରେ ପୁଣି ମୁଣ୍ଡଚୁଟି ପୁରା ଫରଫର । ସେତେବେଳେ ସୁରାଟ କିମ୍ବା ମୁମ୍ବାଇରୁ ଫେରିଥିବା କିଛି ନବଯୁବକ ବାସ୍ନା ସାବୁନ ନେଇ ପୋଖରୀ ତୁଠରେ ଗାଧୋଇବାବେଳେ ପରିବେଶକୁ ସୁଗନ୍ଧରେ ମହକାଇ ଦେଉଥିଲେ। ମୁଣ୍ଡ ଚୁଟିକୁ କାନ ଯାଏଁ ବଢ଼ାଇ କଲି ରଖି କାଟୁଥିଲେ।ସେମାନେ ପୋଷାକରେ ସୁଗନ୍ଧ ଅତର ଦେଇ ଦାଣ୍ଡରେ ଟହଲ ମାରନ୍ତି। ଅତର ବଦଳରେ ଆଜିକାଲି ଆମ
ଛୁଆ ବଡି ସ୍ପ୍ରେ ବ୍ୟବହାର କରନ୍ତି । ସେଇ ସମୟରେ ବେଲପ୍ୟାଣ୍ଟ,ଫୁଲସାର୍ଟ, ହାଇହିଲ ଜ୍ୟୋତା ଆଦିର ବହୁତ ଆଦର ଥାଏ।ଏଇନେ ପତଳା ଟାଇଟ ଡ୍ରେସ ରେ ଶରୀର ଢାଞ୍ଚା ବାହାରକୁ ପୁରା ସ୍ପଷ୍ଟ। ଚିପା ଜିନର ହାଫ ପ୍ୟାଣ୍ଟ।ବେଳେବେଳେ ନୁଆଁ ଲମ୍ବା ଜିନ ପ୍ୟାଣ୍ଟର ଦୁଇଆଣ୍ଠୁ ସମାନରେ ପୁରା ଫଟା ଓ ଚିରା। ଏମିତିକା ଚିରା ପ୍ୟାଣ୍ଟର ଦାମ କୁଆଡେ ଅଧିକା । ଭଲ ଓ ନୁଆଁ ପୋଷାକ କୁ ଚିରି ଓ କାଟି ପିନ୍ଧିବା । ଏହା ହିଁ ବିକୃତ ମାନସିକତା। ସେଥିରେ ଭଲିବଲ ଟିଏ ଅତି ସହଜରେ ଗଳି ପଡିବ। ଏଭଳି ଚିରା ଓ ଫଟା ଡ୍ରେସର ବହୁତ ଆଦର ବିଶେଷକରି ବଡ ସହରରେ ପଢୁଥିବା ପୁଅ ଓ ଝିଅଙ୍କ ଠାରେ ଦେଖିବାକୁ ମିଳେ। ଡ୍ରେସ ଇସ୍ତ୍ରୀ ଦିଆକଥା ଭାବିଲେ ହସମାଡ଼େ। ଓଜନିଆ କଂସାଥାଳି ପଛପାଖକୁ ଖରାରେ କିଛି ସମୟରଖି ତାକୁ ଦୁଇ ହାତରେ ଧରି ମଡ଼ାଇ ଦେଉଥିଲୁ ।
ସେତେବେଳେ ଗାଁ ବାରିକ ପିଣ୍ଡାରେ ଆମ ଚୁଟି କାଟି ଖିଅର କରୁଥିଲା।ଆଜିକାଲି ଛୁଆମାନେ ସେଲୁନରେ ଚୁଟି କାଟନ୍ତି। ପୁଣି ବିଚିତ୍ର ଢଙ୍ଗରେ । ମୁଣ୍ଡଉପରେ ମେଞ୍ଚାଏ ଚୁଟି ରଖି ଚାରିପାଖ ପୁରା ଖିଅର । ଆମ ବେଳେ ଖଣ୍ଡିଏ ପାନିଆ ଓ କଇଁଚିରେ କାମ ଶେଷ।କିନ୍ତୁ ଆଜକାଲି ବିଭିନ୍ନ ମୂଲ୍ୟବାନ ବୈଦ୍ୟୁତିକ ଯନ୍ତ୍ରପାତିରେ ଚାଲେ ସେଲୁନ ରେ ଚୁଟିକଟା । ୟାକୁ କୁଆଡେ କହନ୍ତି ଛତୁକଟିଂ। କେତେକ ଛୁଆଙ୍କ ମସ୍ତକ ରେ ଟିକିଟିକି ଚୁଟି ଦେହରେ ବିଭିନ୍ନ କଳାକୃତି। ଦେଖିଲେ ଜଣାପଡେ ବାହାର ଦୁନିଆରୁ ଖସି ପଡିଥିବା ଏକବିଚିତ୍ର ମାନବ। ସମୟ ସହିତ ତାଳଦେଇ ଆଜିର ଯୁବସମାଜ ଆମର ଭାରତୀୟ ସଂସ୍କୃତି ଠାରୁ କ୍ରମେ କିପରି ଦୁରେଇ ଯାଉଛନ୍ତି ତା ବିଚାର୍ଯ୍ୟ। ଏହା ନିଶ୍ଚିତ ଆମ ସଂସ୍କୃତିର ତଥା ସମାଜରେ ଭୁସ୍ଖଳନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ପାଶ୍ଚାତ୍ୟ ସଭ୍ୟତାର ଭାରତରେ ଅଭୟୁତ୍ଥାନ । ଯେତେବେଳେ
ପଶ୍ଚିମର ୟୁରୋପୀୟ ମାନେ ଉଗ୍ର ଆଧୁନିକତା ରେ ଆକ୍ରାନ୍ତ ପୂର୍ବକ ଅତିଷ୍ଠ ଓ ମ୍ରିୟମାଣହୋଇ ଆମ ସନାତନ ହିନ୍ଦୁଧର୍ମ କୁ ଅପଣାଇ ନେଉଛନ୍ତି କିନ୍ତୁ ଆମର ଉତ୍ତର
ପୀଢ଼ିମାନେ ସେଇ ପଶ୍ଚିମ ସଭ୍ୟତା ଆଡ଼କୁ ଅଗ୍ରସର । ଏହା ଠାରୁ ବିଡମ୍ବନା ଆଉ କଣ ହୋଇପାରେ ? ସଂକ୍ଷିପ୍ତ ରେ କହିବାକୁ ଗଲେ ପାଶ୍ଚାତ୍ୟ ସମାଜରେ ମାତ୍ରାଧିକ ବ୍ୟକ୍ତି ସ୍ୱାଧୀନତାର ଫଳ ସ୍ୱରୂପ ସମଗ୍ର ପାଶ୍ଚାତ୍ୟ ଜଗତରେ ପାରିବାରିକ ଓ ସାମାଜିକ ବ୍ୟବସ୍ଥା ବ୍ୟଭିଚାରରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ ରୂପେ ଧ୍ବସ୍ତବିଧ୍ବସ୍ତ । ଏଇ ଯେପରିକି ପଶ୍ଚାତ୍ୟ ଜଗତର ପୁଅ ଓ ଝିଅ ବିବାହ ପୂର୍ବରୁ ଦଳଦଳ ହୋଇ ପୁରୁଷ ବନ୍ଧୁଙ୍କ ସହିତ ଅନ୍ୟଦେଶ ଭ୍ରମଣରେ ଯାତ୍ରା। ରାତ୍ରି ଯାପନ। ଲିଭଇନ ରିଲେସନସିପରେ ଏକତ୍ରବାସ ।ସାମୁଦ୍ରିକ ବେଳାଭୂମିରେ ଅର୍ଦ୍ଧନଗ୍ନ ନୃତ୍ୟ ଇତ୍ୟାଦି।ପାଶ୍ଚାତ୍ୟ ସମ୍ଭୋଗ ଏବଂ ଭୋଗବାଦୀ। କିନ୍ତୁ ଆମେ କର୍ମ ଓ ଆଧ୍ୟାତ୍ମବାଦୀ।କର୍ମ ଓ ଆଧ୍ୟାତ୍ମବାଦ ଆଧାରରେ ପ୍ରତିଷ୍ଠିତ ସାମାଜିକ ଓ ପାରିବାରିକ ବନ୍ଧନ ଅତି ସୁଦୃଢ । ଏକ ସରଳ ଉଦାହରଣ ଆମେ ଏଠି ନେଇପାରିବା । ଆମେ ଏଠାରେ ପରିଣତ ବୟସରେ ଆମ ପିତା ମାତାଙ୍କ ସେବାକୁ ଆମର କର୍ତ୍ତବ୍ୟ ମନେକରି ସମ୍ପାଦନ କରୁ।ଏହାକୁ ଆମ ସନ୍ତାନମାନେ ଦେଖି ଅନୁକରଣ କରନ୍ତି। ଏହା ଆମ ବ୍ୟବସ୍ଥା ଓ ସଂସ୍କୃତିର ପରମ୍ପରା। କିନ୍ତୁ ପାଶ୍ଚାତ୍ୟରେ ବାର୍ଦ୍ଧକ୍ୟ ବେଳେ ପିତାମାତା ଙ୍କୁ ବୃଦ୍ଧାଆଶ୍ରମ ରେ ଛାଡିବା ପରମ୍ପରା । ଏହା ହିଁ ବୈଦିକ ଓ ପାଶ୍ଚାତ୍ୟ ମଧ୍ୟରେ ପାର୍ଥକ୍ୟ । ଏପରି ଅନେକ ପାର୍ଥକ୍ୟ ଅଛି । ବର୍ତ୍ତମାନ ଭାରତର ଯୁବକ ମାନେ ସେଇ ମାତ୍ରାଧିକ ବ୍ୟକ୍ତି ସ୍ୱାଧୀନତା ଆଡ଼କୁ ଆକର୍ଷିତ ହୋଇ ବ୍ୟଭିଚାରର ଶିକାର। ଫଳସ୍ୱରୂପ ଦିଲ୍ଲୀ , ମୁମ୍ବାଇ ,ଭୁବନେଶ୍ୱର , ବ୍ରହ୍ମପୁର , ଆଦି ସହର ମାନଙ୍କ ପାର୍କ ଓ ସର୍ବ ସାଧାରଣ ସ୍ଥାନ ମାନଙ୍କରେ ପୁଅ ଓ ଝିଅ ମାନଙ୍କ ଯୋଡିଯୋଡି ହୋଇ ମୁକ୍ତ ବିଚରଣ ଆମେ ଦେଖୁ । ୟାଠୁ ଅଧିକ କଦର୍ଯ୍ୟ ଦୃଶ୍ୟର ଅବତାରଣା ଆମେ ଏଠି ଦେବା ଅସମୀଚୀନ ମନେ କରୁ । ସେଥିରୁ ଆମ ଝିଅ ଓଭଉଣୀ ମାନେ ବି ବାଦ ନୁହନ୍ତି। ଏହା ତ ଆମ ସଂସ୍କୃତି ର ଘୋର ବିରୋଧାଭାସ। ମୁଁ ଆମ ପିତାମାତା ତଥା ଅଭିଭାବକ ଓ ପାଠକ ମାନଙ୍କୁ ଅନୁରୋଧ କରେ ଯେ ନିଜନିଜ ସନ୍ତାନ ମାନଙ୍କୁ ଏହା ଠାରୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ନଚେତ ଉଚ୍ଚ ଶିକ୍ଷା ନାମରେ ସେମାନଙ୍କୁ ବାହାର ଦୁନିଆ ରେ ମୁକ୍ତ ଭାବେ ଛାଡି ଦେବା ନିର୍ବୋଧତା ବ୍ୟତୀତ ଆଉ କିଛି ନୁହେଁ । ଅବଶ୍ୟ କେତେକ କ୍ଷେତ୍ରରେ ଯେପରି କିଅଧ୍ୟୟନ , ବିବାହ , ବୃତିଗତ , ସାମାଜିକ , ସାଂସ୍କୃତିକ ଆଦି କ୍ଷେତ୍ରରେ ସନ୍ତାନ ମାନଙ୍କୁ ସ୍ୱାଧୀନତା ଦିଆଯାଇପାରେ କିନ୍ତୁ ପାଶ୍ଚାତ୍ୟ ସଭ୍ୟତାଭଳି ମାତ୍ରାଧିକନୁହଁ।ଈଶ୍ୱରଙ୍କ ସୃଷ୍ଟିରେ ଗୋଟିଏ ପୁରୁଷ ଓ ନାରୀ ବିବାହ ବୈଦିକ ସମ୍ମତ। କିନ୍ତୁ ବ୍ୟକ୍ତି ସ୍ୱାଧୀନତା ନାମରେ ସମଲିଙ୍ଗୀ ବିବାହ ଅର୍ଥାତ ଦୁଇଟି ପୁରୁଷ କିମ୍ବା ଦୁଇଟି ସ୍ତ୍ରୀ କିପରି ବୈବାହିକ ସମ୍ପର୍କ ରଖି ପାରିବେ ? ଏହା ପୁଣି ଆମର ଅଦାଲତ ଦ୍ୱାରା ଅନୁମୋଦିତ । ଅର୍ଥାତ ପାଶ୍ଚାତ୍ୟ ସଭ୍ୟତାର ବିକୃତ ମାନସିକତାକୁ ଆମ ସମ୍ବିଧାନ ସଭାରେ
ବ୍ୟକ୍ତି ସ୍ଵାଧୀନତା ନାମରେ ଅନୁମତି କ୍ରମେ ଆମ ଦେଶରେ ପ୍ରସାର କରାଇ ଆମ ଶୃଙ୍ଖଳିତ ଯୁବସମାଜ କୁ ପାଶ୍ଚାତ୍ୟଙ୍କ ପରି ବିକୃତି ଓ ଧ୍ବଂସାଭିମୁଖୀ କରାଇବା। ମାନେ ଆମ ଗୋଡ଼କୁ ଆମେ ଚୋଟମାରି ଆମେ ଛୋଟା ହେବାଭଳି ପରିସ୍ଥିତି ଆମ ପରିବାରରେ ତଥା ଆମ ଦେଶରେ ଆମେ ସୃଷ୍ଟିକରିବା । ଫଳରେ ଆମ ଶୃଙ୍ଖଳିତ ସାମାଜିକ ଓ ସାସ୍କୃତିକ ବ୍ୟବସ୍ଥା ଅଚିରେ ଭୁଶୁଡି ପଡିବ। ଅବଶ୍ୟ ଏଠାରେ ଭାରତର କୌଣସି ଅନୁଷ୍ଠାନ ରାୟ ଉପରେ ଆଙ୍ଗୁଳି ନିର୍ଦ୍ଧେଶ ଆମର ଆଦୌ ଉଦ୍ଧେଶ୍ୟ ନୁହେଁ କିମ୍ବା କାହାର ଧାର୍ମିକ ଭାବନା କ୍ଷୁର୍ଣ୍ଣ ବି ନୁହେଁ । ଏହା କେବଳ ପିତାମାତାଙ୍କ ନିଜନିଜ ସନ୍ତାନ ମାନଙ୍କ ପ୍ରତି କର୍ତବ୍ୟ ସମ୍ପାଦନା ପାଇଁ ଦ୍ରଷ୍ଟବ୍ୟ ଓ ସନାତନ ହିନ୍ଦୁଧର୍ମ ଭଳି ଏକ ଶୃଙ୍ଖଳିତ ଓ ବୃହତ ଗୋଷ୍ଠୀର ସାମାଜିକ ଓ ସାଂସ୍କୃତିକ ଅଧିକାରର ମୌଳିକତା ବଜାୟ ରଖିବା ପାଇଁ ଉଦ୍ଧିଷ୍ଟ ? ଏଣୁ ଲେଡି ଗୁଡ଼ ଯେପରିକି କହୁଣୀକୁ ବୋହି ନଯାଏ ଆମ୍ଭେ ସମସ୍ତେ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ।
