sekhar Samal

Others

4.0  

sekhar Samal

Others

ଫେରିବାର ବେଳ

ଫେରିବାର ବେଳ

2 mins
241



ତୁମ କଭର ଫଟୋ ଉପରେ ଏବେ ଯୁଗର ଅଳନ୍ଧୁ, ବାପା ! ତୁମ ଶାଳୁଆ କବାଟଟା ଏବେ ମୂଷା ମାନଙ୍କ ଆଶ୍ରୟ ସ୍ଥଳ।

ଏ ଯୁଗ ସରୁଛି ବାପା,ଦେଖୁନ ! ପଖାଳ ପାଇଁ ଦିବସ ବଂଚିଛି, ହେଲେ ଦିବସ ପାଇଁ ପଖାଳ କାହିଁ? ଚାରିଆଡ଼େ ଖାଲି ମାର୍ବଲ ଚଟାଣ। ମସୃଣ ଗାଲିଚା ପାଦରେ କିନ୍ତୁ ଯୁଗର ଅଳନ୍ଧୁ।  

     ଏମିତି ଏକ ସ୍ୱପ୍ନରେ ବାଉଳି ଚାଉଳି ହେଉଥାନ୍ତି ଶୁଭାଶିଷ ଵାଵୁ। କ'ଣ ଏମିତି ଵାଉଳେଇ ହଉଛ ନିଜେ ଶୋଇବେ ନାହିଁ କି ଅନ୍ୟକୁ ବି ଟିକିଏ ଶୁଏଇ ଦେଵେ ନାହିଁ। ଦିନଯାକର ଧାଂ ଧପଡ ରାତିଟା ହୋଇଛି ଟିକିଏ ମନଭରି ଶୋଇବା ପାଇଁ ନା ବାଉଳେଇ ହେବାପାଇଁ କର୍କଶ ସ୍ୱରରେ କହି ଉଠିଲେ ମିତା। ମିତା ଶୁଭାଶିଷ ବାବୁଙ୍କର ଏକମାତ୍ର ପତ୍ନୀ। ପତ୍ନୀଙ୍କ ଡାକରେ ନିଦ ଭାଙ୍ଗିଗଲା ଶୁଭାଶିଷ ବାବୁଙ୍କର। ଧଡ଼ ପଡ଼ ହେଇ ଉଠି ପଡ଼ିଲେ ଶୁଭାଶିଷ ବାବୁ।

    ସତରେ କାହିଁ ସେ ପୁରୁଣା ଦିନ। ଗାଁ ତ ଆଜି ସହର ପାଲଟି ଯାଇଛି। ହେଲେ ଗାଁରେ ଥିବା ଆପଣାର ଭାବଟା ସମୁଦ୍ରରେ ଵୁଢି ଯାଇଛି। କାହିଁ କେବେ ଠାରୁ ଭାଗବତ ବୋଲାଯାଉଥିବା ଭାଗବତ ଟୁଙ୍ଗିଟା ଏବେ ଗାଁ ପାଠାଗାର ହୋଇଛି ସତ, ହେଲେ ସେଠାରେ ଏବେ ତାସ ଖେଳ ସାଂଗକୁ ଗଞ୍ଜେଇର ମୋଟା ଆସ୍ତରଣରେ ଛାତଟା କଳା ହୋଇଗଲାଣି।

ଭାଗବତ ଟୁଙ୍ଗୀର ଚତୁଃପାର୍ଶ୍ଵରେ ପାନ ଆଉ ଗୁଟଖାର ଛେପରେ ମହକି ପଡୁଛି ସେ ଟୁଙ୍ଗୀର ବାହାର ଓ ଭିତର। ବାଳୁଙ୍ଗା ଟୋକାଙ୍କ ମୋବାଇଲ ଚିପା ତ ସାଧାରଣ ଘଟଣା।

 ଶୁଭାଶିଷ ବାବୁଙ୍କର ଦୁଇଟି ପୁଅ, ସେମାନେ ବିଦେଶରେ।ଘରକୁ ଆସିଲେ ରୁହନ୍ତି ଭୁବନେଶ୍ୱରରେ। ଶୁଭାଶିଷ ବାବୁ ଓ ମିତା ଦେବୀ ଯାଆନ୍ତି ଭୁବନେଶ୍ୱର ତାଙ୍କର ସେହି ପୁରୁଣା ଘରକୁ ଯାହା ଶୁଭାଶିଷ ବାବୁ କିଣିଥିଲେ ତାଙ୍କ ଚାକିରି ସମୟରେ। ହେଲେ ଶୁଭାଶିଷ ବାବୁଙ୍କୁ ସେଠାରେ ଭଲ ଲାଗେନି ନିଜ ଗାଁ କୁ ଚାଲି ଆସନ୍ତି। ଗାଁ ରେ ସମ ବୟସ୍କ ମାନେ ସକାଳୁ ବ୍ୟାୟାମ କରିବାପାଇଁ ନଦୀ ବନ୍ଧକୁ ଚାଲିଯାଆନ୍ତି, ଦୁଃଖ ସୁଖ କଥାବାର୍ତ୍ତା ପରେ ଫେରନ୍ତି ଘରକୁ।

ମନରେ ଶାନ୍ତି ଆସେ ଆସେ ଆନନ୍ଦ। ସତରେ ଗାଁ ବଡ଼ ଚମତ୍କାର, ଚମତ୍କାର ତା'ର ଭାବ। ସେହି ଭାବରେ ବନ୍ଧା ଶୁଭାଶିଷ ବାବୁ ଓ ମିତା ଦେବୀ।

  ଶୁଭାଶିଷ ବାବୁଙ୍କ ଦୁଃଖ, ପୁଅମାନେ ଗାଁ କୁ ନ ଆସିବା। ସେମାନେ ତ ପିଲାଟି ଦିନରୁ ସହରରେ ବଢ଼ିଲେ ଗାଁ ପ୍ରତି ମମତା ବା ଜନ୍ମିବ କାହୁଁ। ସହରୀ ସଭ୍ୟତା, ଚାକଚକ୍ୟ ଭରା ଦୁନିଆ, ଇଂରାଜୀ ଶବ୍ଦ ଗାଁରେ କାହୁଁ ମିଳିବ। ହେଲେ ବଂଚିଥିବା ଯାଏଁ ଗାଁ ରେ ହିଁ ରହିବାର ମସୁଧା କରିଥିଲେ ଶୁଭାଶିଷ ବାବୁ। ହେଲେ ସୁଖର କଥା ଏହି କୋରୋନା ସେମାନଙ୍କୁ ନେଇ ଆସିଛି ଗାଁକୁ। ଗାଁ ରେ ସେ ମଳିମୁଣ୍ଡିଆ ଘର ନାହିଁ କି ନାହାନ୍ତି ଆଉ ସେ ପୁରୁଣା କାଳିଆ ମଣିଷ। ଗାଁ ଏବେ ସହର ଠାରୁ ଉନ୍ନତ। ଏହାରି ଭିତରେ ଶୁଭାଶିଷ ବାବୁଙ୍କୁ ସମସ୍ତେ ଖୋଜିଲେ ହେଲେ କେଉଁଠି ବି ଦେଖାଯାଉନାହାନ୍ତି ଶୁଭାଶିଷ ବାବୁ। ସମସ୍ତେ ଦୈଡିଲେ ଆମ୍ବତୋଟା, ପୋଖରୀ କୂଳ। କେଉଁଠି ବି ଦେଖାଯାଉନାହାନ୍ତି। ଶେଷରେ ଠାବହେଲେ ପୋଖରୀର ଅଥଳ ଜଳରାଶି ଭିତରୁ। ଯେମିତି ଜୀବନ ହିଁ ଜଳ ଆଉ ଜଳ ହିଁ ଜୀବନର ଅନ୍ତିମ ପରିଚୟ।



Rate this content
Log in