STORYMIRROR

sekhar Samal

Children Stories

3  

sekhar Samal

Children Stories

କର୍ମ ଘେନି ଫଳ

କର୍ମ ଘେନି ଫଳ

1 min
248


ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ। ତାଙ୍କର ତିନି ଜଣ ମନ୍ତ୍ରୀ ଥିଲେ। ସେ ମାନେ ନିଜକୁ ଭାରି କର୍ମ ତପ୍ତର ବୋଲି ଭାବୁଥିଲେ ହେଲେ ପ୍ରକୃତ କଥାଟି ହେଲା। ସେମାନେ ପରୀକ୍ଷା କରିବାକୁ ଭାଵିଲେ।ଆଉ ସେମାନଙ୍କୁ ପାଖକୁ ଡାକି କହିଲେ।

ତୁମେ ମାନେ ଜଙ୍ଗଲ ଭିତରକୁ ଅଲଗା, ଅଲଗା ହୋଇ ଯାଅ ଆଉ ପ୍ରତ୍ୟେକ ଲେଖାଁଏ ଗୋଟିଏ ଗୋଟିଏ ବସ୍ତା ଫଳ ସଂଗ୍ରହ କରି ଆଣ। ରାଜାଙ୍କ ପାଖରୁ ଆଦେଶ ନେଇ ତିନି ମନ୍ତ୍ରୀ ତାଙ୍କ କାମରେ ବାହାରିଲେ। ପ୍ରଥମ ମନ୍ତ୍ରୀ ଜଣଙ୍କ ବସ୍ତାଏ ଖାଦ୍ୟ ଉପଯୋଗୀ ଫଳ ସଂଗ୍ରହ କଲେ। ହେଲେ ଦ୍ବିତୀୟ ମନ୍ତ୍ରୀ ଜଣଙ୍କ ଭାବିଲେ ରାଜାଙ୍କ ପାଖରେ ଫଳ ଵସ୍ତା ଦେଖିବାକୁ ସମୟ କାହିଁ। ଯାହାବି ନେଇ ଗଲେ ଚଳିବ। ଏମିତି ମନେ, ମନେ ଭାବି ତାଙ୍କୁ ଯାହା ମିଳିଲା-ସେ ବସ୍ତାରେ ଭରିଦେଲେ ହେଲେ ତୃତୀୟ ମନ୍ତ୍ରୀଙ୍କ ଭାବନା ଥିଲା ସବୁଠୁ ନିମ୍ନ ଭାବି ସେ ଏମିତି ଫଳ ସବୁ ନିଜ ବସ୍ତାରେ ଭର୍ତ୍ତି କଲେ। ଯାହାକୁ ଖାଇବା ସମ୍ଭବ ପର ନ ଥିଲା। ଶେଷରେ ତିନି ମନ୍ତ୍ରୀ ଗୋଟିଏ ଲେଖାଏଁ ବସ୍ତା ଧରି ରାଜାଙ୍କ ପାଖରେ ପହଞ୍ଚିଲେ।

ରାଜା ସେ ବସ୍ତା ଗୁଡ଼ିକରେ କ'ଣ ଅଛି ଦେଖିବାକୁ ଚାହିଁଲେନି। ତିନି ମନ୍ତ୍ରୀଙ୍କୁ ଦିନେ ଭିନ୍ନ ଭିନ୍ନ କାରାଗାରକୁ କିଛି ଖାଇବାକୁ ଦିଆଯିବ ନାହିଁ। ସେମାନେ ନିଜ, ନିଜ ବସ୍ତାରେ ଯାହା ଆଣିଅଛ ତାକୁ ଖାଇ ବଂଚିବେ। ଶେଷରେ ପରିଣାମ ଏମିତି ହେଲା ଯେଉଁ ମନ୍ତ୍ରୀ ଜଣକ କୈାଣସି ଖାଦ୍ୟ ଉପଯୋଗୀ ଆଣିଥିଲେ ସେ ମାତ୍ର କିଛି ଦିନ ତିଷ୍ଠି ପାରିଲେ । କିନ୍ତୁ ଯେଉଁ ମନ୍ତ୍ରୀ ଜଣକ ବାଛି ,ବାଛି ଖାଦ୍ୟ ଉପଯୋଗୀ ଆଣିଥିଲେ। ତାଙ୍କର କିଛିଵି ଅସୁବିଧା ହେଲାନି ଶେଷରେ ଏ କାହାଣୀରୁ ଗୋଟିଏ କଥା ଶିଖିବାକୁ ମିଳିଲା "ଉଚିତ୍ କାମ ଉଚିତ୍ ଫଳ", ଆମେ ଯେପରି କାମ କରିବା , ଫଳ ଆମକୁ ସେମିତି ହିଁ ମିଳିବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍