, ଐତିହ୍ୟର ଦେଶ ଭାରତ
, ଐତିହ୍ୟର ଦେଶ ଭାରତ
ଯେ ଦେଶର ମାତା ଗୋ ଗଂଗା ଗାୟତ୍ରୀ ଦେଶ ଯହିଁ ମାତା ରୂପ
ପ୍ରାଚ୍ୟର ପ୍ରାଚୀନ ସଭ୍ୟତା ଭାରତ ଭରତ ଯା'ର ନୁରୁପ।
ହିମାଳୟ ଯହିଁ ସରଗେ ସୋପାନ ଗଂଗା ସରଗୁ ଆନୀତ
ପ୍ରବାହିତ ଜନ କଲ୍ୟାଣ ଲାଗି ଚୀରସ୍ରୋତା ପ୍ରବାହିତ।
ଦେବଭାଷା ଦିନେ କଥିତ ଭାଷାର ମାନ୍ୟତା ଥିଲା ପ୍ରାପତ
ବେଦୋପନିଷଦ ଜୀବନ ଧାରାର ମାନ ନିର୍ଦ୍ଧାରକ ସ୍ୱତ୍ବ।
ବୈଦିକ ଗଣିତ ମହାକାଶ ଗବେଷଣା ପାଇଁ ଉପଯୋଗ
ଗାଣିତିକ ସଂଖ୍ୟା ଶୁନ୍ୟର ମାନ୍ୟତା ବୀଜ ଗଣିତ ମହାର୍ଗ।
ପଂଚମ ବେଦ ନାଟ୍ୟବେଦ ସ୍ୱୟଂ ନଟରାଜ ବିରଚିତ
ଆୟୁର୍ବେଦ ଶିକ୍ଷା ଔଷଧୀୟ ଗୁଣ ଗାଇ ଚରକ ଶୁଶୃତ।
ବିକ୍ରମାଦିତ୍ୟ ସିଂହାସନ ଠାରେ ନବରତନ ପଣ୍ଡିତ
ବରାହମିହିର କାଳିଦାସ ଭବଭୁତି ତା'ମଧ୍ୟରେ ଶ୍ରେଷ୍ଠ।
ଦେବଭୂମି ଖ୍ୟାତ ଅବତାର ନେଇ ଅମର ଆସନ୍ତି ଧାଇଁ
ଭୀଷ୍ମ ଦ୍ରୋଣ କର୍ଣ୍ଣ ଅରଜୁନ କେତେ ରଥୀ ମହାରଥୀ ଯହିଁ।
ବିଷ୍ନୁ ରୂପ ବ୍ୟାସ ଦାନୀ କର୍ଣ୍ନ ପତିପ୍ରାଣା ସତୀ ଅନସୁୟା
ନପାହୁ ଏ ରାତି ନମରନ୍ତୁ ପତି ପତିଙ୍କର ଛାୟା ଜାୟା।
ବିକ୍ରମାଦିତ୍ୟ ହର୍ଷବର୍ଦ୍ଧନ ବୀର ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
ଅଶୋକ ଶିବାଜୀ ଶେରଶାହ ରାଣା ପରତାପ ପୃଥିରାଜ।
ଚାଣକ୍ୟ କୌଟିଲ୍ୟ ଖ୍ୟାତ ଆର୍ଯ୍ୟଭଟ୍ଟ ତାନସେନ ବୀରବଲ
ମୋଗଲ ସଭାର ମଣ୍ଡନ ରାଜା ମାନସିଂହ ତୋଡରମଲ୍ଲ।
ପିତାମାତା ପାଇଁ ଜୀବନର ବାଜି ପୁତ୍ର ଶ୍ରବଣ କୁମାର
ଅହଲ୍ୟା ଦ୍ରୌପଦୀ କୁନ୍ତୀ ମନ୍ଦୋଦରୀ ତାରା ପଂଚସତୀ ସ୍ମର।
ଗାର୍ଗୀ ମୈଥିଳି ବିଦୁଷୀ ସଂଯୁକ୍ତା ଆମ୍ରପଲ୍ଲୀ ଧାଇ ପନ୍ନା
ରେଜିୟା ସୁଲତାନା ରାଣୀ ଲକ୍ଷ୍ମୀବାଇ ପଦ୍ମାବତୀ ବୀରାଂଗନା।
ଜାତିବାଦ ଉଚ୍ଚନୀଚ ଭେଦଭାବ ପରଖି ବିଦେଶୀ ଶକ୍ତି
ଛଳବଳେ କଲେ ରାଜୁତି ହଜାର ବରଷ ଏ ଦେଶ ମାଟି।
ବିଲାତି ଶାସକ ଥରହର କଲା ଭୁଖଣ୍ଡକୁ ନିର୍ଯ୍ୟାତିତ
ଲଂଗଳା ଫକିର ଗାନ୍ଧୀ ମହାତମା ଲାଲ ବାଲ ପାଲ ମିତ।
ଚନ୍ଦ୍ରଶେଖର ରାଜଗୁରୁ ସୁଖଦେବ ଭଗତ ସହୀଦ
ନେତାଜୀ ସୁବାଷ ଉନ୍ମାଦେ ଫଉଜ ଗଢ଼ିଲେ ଆଜାଦ ହିନ୍ଦ।
ଷଡଚାଳିଶ ସାଲ ଅଗଷ୍ଟ ପନ୍ଦର ଦେଶ ହୋଇଲା ସ୍ୱାଧୀନ
ତ୍ରିରଂଗା ପତାକା ଉଡ଼ି ଫରଫର ଯତାଏ ତାହାର ମାନ।
ଧରଣୀର ସର୍ବ ବୃହତ୍ତମ ଗଣତନ୍ତ୍ର ପୁଣି ମହା ଶକ୍ତି
ବିକାଶଶୀଳରୁ ବିକଶିତ ଦିଗେ ଧାଉଁଛି ଦୃତ ପ୍ରଗତି।
ଜୟ ଜବାନ ଜୟ କିଷାନ ସହିତ ମିଶିଲା ଜୟ ବିଜ୍ଞାନ
ପୋଖରାନ ପରୀକ୍ଷଣ କଲା ଦେଶ ପରମାଣୁ ଶକ୍ତିମାନ।
ବିବେକାନନ୍ଦଙ୍କ ବାଣୀ ଉତ୍ତିଷ୍ଠତ ଜାଗ୍ରତ ଅଗ୍ରସରୁ
ଚାଲିବା ଚାଲିବା ନପଡ଼ିବା ଥକି ହେବା ଆମେ ବିଶ୍ୱ ଗୁରୁ।
ଜନରାଜ୍ୟ ଦିବସରେ ରାଜପଥ ପରେ ଶକ୍ତି ପ୍ରଦର୍ଶନ
ବିଶ୍ୱ ଦେଖେ ବୃହତ ସାର୍ବଭୌମ ଗଣତନ୍ତ୍ରର ମାନ।
