STORYMIRROR

sekhar Samal

Children Stories

4  

sekhar Samal

Children Stories

ବୀର ସହୀଦର ଗାଥା

ବୀର ସହୀଦର ଗାଥା

1 min
202

ବୀର ସହୀଦର ଶୂର ହାତେ ଆମ ସରହଦ ମଜବୁତ

ଲେହ ଲଦାଖର ବିଯୁକ୍ତ ତାପରେ ସୁରକ୍ଷା କରେ ନିଶ୍ଚିତ।

ରାଜସ୍ଥାନ ମରୁ ଭୂମି ବାଲିବନ୍ତ ଓଟ ପିଠିପରେ ବସି

ଖାଦ୍ୟ ଯହିଁ ଅପହଞ୍ଚ ସେହିଠାରେ କର୍ତ୍ତବ୍ୟ କରେ ସେ ହସି।


ପଡୋଶୀ ଆମର ଚୀନା ପାକିସ୍ତାନୀ ଏକକୁ ଆରେକ ବଳି

ବାରମ୍ବାର ଅସ୍ତ୍ର ବିରତି ଲଙ୍ଘନ୍ତି ନହୁଏ ତାହାଙ୍କୁ କଳି।

ପଞ୍ଚଷଠି ସାଲ ପାକିସ୍ତାନ ସେନା ସୀମାରେ ଦମନ ଲୀଳା

ଭାରତୀୟ ବୀର ଲାହୋରରେ ପଶି ତିନିପଟୁ କିଳକିଳା।


ପୂର୍ବ ପାକିସ୍ତାନ ଆକ୍ରମଣ ଏକସ୍ତରି ସାଲ ପାକିସ୍ତାନୀ 

ଭାରତୀୟ ସେନା ଗୋଡାଇଲେ ତାଙ୍କୁ ଧାଇଁଲେ ବାନ୍ଧି ବସ୍ତାନି।

ଷାଠିଏ ହଜାର ପାକିସ୍ତାନ ସେନା ଯୁଦ୍ଧବନ୍ଦୀ କରି ଆଣି

ଚୁକ୍ତିବଳରେ ମୁକ୍ତି ଦେଲେ ତାଙ୍କୁ ସରକାର ଦୟା ମଣି।


ଶତୃ ସୈନ୍ୟ କାରଗିଲ ପାହାଡରେ ବଙ୍କର ଖୋଳି ଛକି

ଆକ୍ରମଣ କଲେ ସୈନିକ ଆମର ହତବାକ ନ ହେବ କି !

ଧଇର୍ଯ୍ୟ ସାହସ ଏକଜୁଟ କରି ନିଶାର୍ଦ୍ଧର ଅନ୍ଧକାରେ 

ବୋଫର୍ସ କମାଣ କାନ୍ଧରେ ପକାଇ ପାହାଡ ଚଢିଲେ ଧୀରେ।


ଶତୃ ସୈନ୍ୟ କିଛି ବୁଝିବା ଆଗରୁ ବଙ୍କର ତାଙ୍କ ଭାଙ୍ଗି

ଛିନଛତ୍ର କରି ଗୋଡାଇ ମାରିଲେ ଧାଇଁଲେ ବନ୍ଧୁକ ଟାଙ୍ଗି।

ବନ୍ୟା ଭୂମିକମ୍ପ ବିପର୍ଯୟ ବେଳେ ସେନା ଅଦମ୍ୟ ସାହସେ 

ଉଦ୍ଧାର କାର୍ଯ୍ୟରେ ଅଗ୍ରଣୀ ହୁଅନ୍ତି ଆଖିକୁ କାହାର ଦିଶେ !


ବୀର ସେନାନୀର ବୀରତ୍ଵ କାହାଣୀ ବର୍ଣ୍ଣନା ଲୋମ ଟାଙ୍କୁରା

ତ୍ୟାଗ ବଳିଦାନ ଶେଷରେ ସହୀଦ କରମ ଲିଖନ ହେଲା।

ରାଷ୍ଟ୍ରୀୟ ସମ୍ମାନ ମରଣୋତ୍ତର ସେତିକି ସମ୍ବଳ ତାଙ୍କ

ସନ୍ତାନ ଅନୁପ୍ରାଣିତ ହୁଅନ୍ତି କରିବାକୁ ଶତୃ ବାଙ୍କ।


ରାଷ୍ଟ୍ରୀୟ ମର୍ଯ୍ୟଦା ଦେଶକୁ ଜଣାଏ ସହୀଦର ସନମାନ 

ସଲାମ୍ ସହୀଦ ତୁମ ଯୋଗୁଁ ସରହଦର ରହୁଛି ମାନ।

ସ୍ଵାଧୀନ ଦେଶର ନାଗରିକ ଆମେ ଗରବେ ଫୁଲାଉ ଛାତି

ତୁମେ ଯେଣୁ ସୀମାପରେ ସଚେତନ ଛାତିକୁ ଦେଉଛ ପାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍