Sunanda Mohanty

Children Stories Inspirational Others

4  

Sunanda Mohanty

Children Stories Inspirational Others

ମୁନାର ଭୟ ଦୂର ହେଲା

ମୁନାର ଭୟ ଦୂର ହେଲା

2 mins
356


ଖୋଲା ଆକାଶ ତଳେ ମୁନା ଆକାଶକୁ ଚାହିଁଥାଏ। ଏହି ସମୟରେ ଟୁଟା ତାରା କେଇଟା ଖସିଲେ ମୁନା ଭୟରେ ବୋଉ ବୋଉ ଡାକ ପକେଇଲା ତ ଜେଜେମାଙ୍କ ସହ ବୋଉ ଛାତ ଉପରକୁ ଦଉଡି ଦଉଡି ଆସି ଦେଖନ୍ତି ତ ମୁନା ଡରିଯାଇଛି। ତାର ଟୁଟା ତାରା ଦର୍ଶନ କଥା ଶୁଣି ଜେଜେମା ମଧ୍ୟ ଆଶଙ୍କିତ ହୋଇ ପଡିଲେ କହିଲେ ଉଲକା ଖସିବା ଦେଖିଲେ ଅଶୁଭ ହୁଏ। ମୁନା ଆହୁରି ଡରିଯାଇ ଭୟଭୀତ ହୋଇ ପଡିବା ଦେଖି ବୋଉ ଜେଜେମାଆଙ୍କୁ ବୁଝାଇ କହିଲେ ନାହିଁ ଶାଶୁମା, ଏଗୁଡିକ ପୁରୁଣା କାଳିଆ ଅନ୍ଧବିଶ୍ୱାସ।

   ମୁନା ପଚାରିଲା ଅନ୍ଧବିଶ୍ୱାସ କଣ ବୋଉ? ବୋଉ କହିଲେ ତୁ ଶୁଣିଥିବୁ, ରାସ୍ତାରେ ଯାଉଥିବା ବେଳେ ବିଲେଇ, ଆଗରେ ରାସ୍ତା କାଟି ଏପଟରୁ ସେପଟକୁ ଗଲେ, ଆକାଶରେ ଚିଲ ଶାଗୁଣା ଉଡ଼ିଲେ, କୁକୁରମାନେ କାନ୍ଦିବା ଭଳି ସ୍ୱର କଲେ ଆମେ ଅଶୁଭ ସଂକେତ ବା ଅଶୁଭ ହେବ କହି ଭୟଭୀତ ହେଉ କିନ୍ତୁ ଏଥିରେ ସତ୍ୟତା ନଥାଏ ତେଣୁ ଏହା ଅନ୍ଧବିଶ୍ୱାସ। ଜେଜେମା କହିଲେ, ରାସ୍ତାରେ ଯାଉଥିଲା ବେଳେ, ନେଉଳ ରାସ୍ତା କାଟିଲେ, ଗାଈ ବାଛୁରୀକୁ କ୍ଷୀର ପିଆଉ ଥିବା ଦୃଶ୍ୟ ଦେଖିଲେ, ଆକାଶରେ ହଳଦୀବସନ୍ତ ଓ ଭଦଭଦଳିଆ ଚଢେଇ ତଥା ଶଙ୍ଖଚିଲ ଉଡ଼ିଲେ ଆମେ ଶୁଭ ହେବ କହିଥାଉ ।ବୋଉ ବୁଝେଇଦେଲା ହଁ ଏସବୁ ମଧ୍ୟ ଅନ୍ଧବିଶ୍ୱାସ। ସବୁ ଜିନିଷର ଆସ୍ତି ଓ ନାସ୍ତି ଦୁଇପାଖ ଭଳି ଶୁଭ ଅଶୁଭ ଆମର ଭାବନା ମାତ୍ର। ବରଂ ଟୁଟା ତାରା ବା ଉଲକା ପାତ ଦେଖିଲେ ଭଲ ହେବ। ସବୁ ଜିନିଷର ଭଲ ଫଳାଫଳ ରହିଛି ବିଶ୍ୱାସ କଲେ ଭଲ ହିଁ ହେବ ମୁନା।

    ରାତିରେ ଜେଜେବାପା ଓ ବାପା ଘରକୁ ଫେରିବା ବେଳେ ଆମ୍ବ ଓ ପଣସ ନେଇଆସିଥିଲେ। ଖରା ଗରମ ଦିନେ ରଜ ସାବିତ୍ରୀ ଭଳି ପର୍ବ ବେଳେ ପାଚୁଥିବା ତାଳ, ସପୁରି, ଆମ୍ବ,ପଣସ, ଖଜୁରୀ ଆଦି ଫଳର ମଞ୍ଜି ସଂଗ୍ରହ କରି ମୁନା ରାସ୍ତାର ଦୁଇପାର୍ଶ୍ୱ, ତାଙ୍କ ନିଜ ବାଡ଼ି, ବଗିଚା ଓ ତୋଟାରେ ପକାଇବା ସହ ଚାରିଆଡେ ଫିଙ୍ଗିଲା। ବାପାଙ୍କ କଥା ଓ ଜେଜେଙ୍କ କଥା ମାନି, ବଳକା ମଞ୍ଜି ସବୁ ଫୋପାଡି ନଦେଇ, ଜନଶୁନ୍ୟ ସ୍ଥାନ ମାନଙ୍କରେ ମଞ୍ଜି ପକେଇବା ଦ୍ୱାରା ରଜକୁ ମୌସୁମୀ ବର୍ଷାରେ ସେସବୁ ଗଛ ଉଠିବା ଦେଖି ମୁନା ବହୁତ ଖୁସି ହେଲାବେଳେ ବୋଉ କହିଥିଲେ ଟୁଟା ତାରା ଖସିବା ଦୃଶ୍ୟ ଦେଖିଥିବାରୁ ତୋ ହାତରେ କେତେ ସୁନ୍ଦର ଗଛ ଉଠିପାରିଲା ଜାଣେ। ତେଣୁ କୌଣସି ଦୃଶ୍ୟ ବା କଥାକୁ ମନ୍ଦ ନଭାବି ଭଲ ଭାବିଲେ ତୁମ ଦ୍ୱାରା ଜଗତକଲ୍ୟାଣ କାମ ହୋଇପାରିବ।ତୋ ହାତରୁ ବଢିଥିବା ଗଛର ଛାଇରେ ବସି ପଥିକ ଥକ୍କା ମେଣ୍ଟାଇପାରିବା ସହ, ଆମ୍ବ, ପଣସ, ଜାମୁ, ଖଜୁରୀ କୋଳି, ତାଳ ଖାଇ ସମସ୍ତେ ଖୁସି ହେବେ। ପକ୍ଷୀମାନେ ଓ ପଶୁମାନେ ମଧ୍ୟ ଉପକାର ପାଇବେ। ମୁନା ଖୁବ ଖୁସି ହେଲା ଏସବୁ ଶୁଣି। ମୁନା ମନରୁ ଭୟ ଦୂର କରି ବୋଉଙ୍କ ସ୍ବପ୍ନ ସତ ହେଇଥିବାରୁ ସେ ମଧ୍ୟ ଖୁସି ଥିଲେ।


Rate this content
Log in