The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Raj Kishore Nayak

Others

3  

Raj Kishore Nayak

Others

ମୋ ମାନସୀ ଆଖିରେ ଲୁହ

ମୋ ମାନସୀ ଆଖିରେ ଲୁହ

3 mins
32



ମାନସୀ, ମୋ ପ୍ରେମିକା l ମୋ ଗାଁ ପାଖ ଗାଁର ଝିଅଟିଏ ଭାରି ଫୁଲେଇ ଓ ଅଳସୀ l ବାପା ମା'ଙ୍କ ଅଲିଅଳି ଗେହ୍ଲଇ ସହିତ ରୂପବତୀ ମଧ୍ୟ ଆଖି ଦୁଇଟି ହରିଣୀ ଛୁଆର ଆଖି ଭଳି ଛଳଛଳ ଚାନ୍ଦ ପରି ଗୋଲାକାର ମୁହଁ କୁ ଅସ୍ତଗାମୀ ସୂର୍ଯ୍ୟ ନାଲି ବିନ୍ଦି ପରି ଝଲସାଏ l ଓଠ ଦୁଇଟି ସଦ୍ୟ ଫୁଟିତ ଗୋଲାପ ଫୁଲ ପାଖୁଡା ପରି ଥରଥର ଚଞ୍ଚଳ ସାଙ୍ଗକୁ ନୀଳ ଜଳରାଶିର ଶାଢ଼ୀ ଓ ଗଗନର ମେଘମାଳା ପରି ଆଦ୍ର ମୁକୁଳା କେଶ ଲାଗେ ଯେମିତି ଭଗବାନଙ୍କ ସୃଷ୍ଟିର ସବୁଠାରୁ ସୁନ୍ଦର ସୃଷ୍ଟି ମଧ୍ୟରେ ଅନ୍ୟତମ l କହିବାକୁ ଗଲେ ସେ ଅନେକ ଗଳ୍ପର ନାୟିକା ହୋଇଛି ଅନେକ କବିଙ୍କ ପାଇଁ ପ୍ରେମିକାର ଅଭିନୟ କରିଛି ଓ ପ୍ରେୟସୀ ସାଜି ଅନେକ ଚିତ୍ରକର ର ଚିତ୍ରକୁ ଜୀବନ୍ତ କରିଛି ସେ ମୋ ପ୍ରେମିକା ମାନସୀ  ।

         ମୁଁ ତାକୁ ଅନେକ ଥର ଦେଖିଛି କିନ୍ତୁ ସେଦିନ ଦେଖାଟି ମୋ ହୃଦୟରେ ଏକ ଅବର୍ଣ୍ଣନୀୟ ରୋମାଞ୍ଚରେ ଭରିଗଲା l ମୋର ମନେହେଲା ଯେପରି ସେ ମୋର ବହୁଦିନର ପରିଚିତ ବାନ୍ଧବୀ l ତା ଓଠ ର ସାମାନ୍ୟ ହସ ଦେଖି ମୁଁ ପାଗଳପରି ନାଚିଉଠିଲି l ମୁଁ ମନପ୍ରଣରେ ସର୍ବଦା ତାକୁ ଖୋଜିବାକୁ ଲାଗିଲି ଶେଷରେ ଜାଣି ପାରିଲି ମୁଁ ତାକୁ ଭଲ ପାଇଁ ବସିଛି ଓ ମୋ ଭଲ ପାଇବା ନିଃଲୋଭ, ନିଃସ୍କମ ଓ ସ୍ୱାର୍ଥହୀନ ଥିଲା l ସେ ମଧ୍ୟ ଏ ସବୁ ଜାଣିପାରିଲା ମତେ ଓ ମୋ ପ୍ରେମକୁ ଗ୍ରହଣ କରିନେଲା l ମୁଁ ନିତିଦିନ ଅପରାହ୍ନରେ ତା ନିକଟକୁ ଯାଏ, ଆମେ ଦୁହେଁ ଅନେକ ସମୟ ଧରି ଗପୁ ଓ ସନ୍ଧ୍ୟାହେଲେ ମୁଁ ଫେରିଆସେ । ଏହିପରି ଭାବେ ସମୟ ଅତିବାହିତ ହୋଇଚାଲିଥାଏ ଓ ଆମ ଦୁହିଁଙ୍କ ପ୍ରେମ ସୁଦୃଢ ହୋଉଥାଏ l 

           ଦିନେ କୌଣସି କାରଣ ଯୋଗୁଁ ମୋର ଯିବାରେ ଡେରି ହୋଇଯାଇଥାଏ, ମୁଁ ତରତର ହୋଇ ଯାଇ ଦେଖେ ମାନସୀ କାନ୍ଦୁଛି ! ଆଖିରୁ ତାର ଦୁଇ ଧାର ଲୁହ ଗଡି ଯାଉଛି l ମୋ ପାଦତଳୁ ମାଟି ଖସିଗଲା ମୁଁ ମଧ୍ୟ ତା ଲୁହ ଦେଖି କୋହ ସମ୍ଭାଳି ନ ପାରି କାନ୍ଦି ପକଇଲି ଆଉ କ୍ଷୀଣ ସ୍ୱରରେ ପଚାରିଲି ମାନସୀ କାହିଁକି କାନ୍ଦୁଛ ? ଦୟାକରି ମତେ କୁହ? ମାନସୀ ଧୀରେ ଧୀରେ କହିବା ଆରମ୍ଭ କଲା -ଏ ସମାଜ ଆଉ ବ୍ୟକ୍ତି ବିଶେଷ ସତରେ କେତେ ସ୍ୱାର୍ଥପର ନା 'ରାଜୁ' ମୁଁ କହିଲି ଯାହା କହିବାର ଅଛି ଖୋଲିକି କୁହ, ସେ କହିବାକୁ ଲାଗିଲା "କାହିଁ କୋଉ ଅବାହମାନ କାଳରୁ ମୁଁ  ମତ୍ସଜୀବି ମାନଙ୍କୁ ଜୀବନ ଜୀବିକା ଯୋଗାଇଦେଇ ଆସୁଛି କିନ୍ତୁ ସେଇମାନେ ଆଜି କିଛି ଟାଉଟର କଥାରେ ପଡି ମୋର ସର୍ବାଙ୍ଗକୁ ଖଣ୍ଡ ବିଖଣ୍ଡିତ କରି ମୋର ଶୋଭମୟ କଳେବରକୁ କୁତ୍ସିତ ରୂପରେ ସଜାଇ ଦେଇଛନ୍ତି l ମୋ ପାଇଁ ଗାଁ ଗାଁ ରେ ହଣାମରା, ମାଲିମକଦମା ଚାଲିବା ସହ ଗୁଳିବାରୁଦ ମଧ୍ୟ ଫୁଟୁଛି l କିଛି ଶସ୍ତା ରାଜନେତା ମାନେ ମୋ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରି ରାଜନୀତି କରୁଛନ୍ତି l ମୋ ସାରା ଦେହରେ ନାଇଲନ ଜାଲ ଓ ପ୍ଲାଷ୍ଟିକ ବୋତଲରେ ଭରିଦେଇ ମତେ ଅଣନିଶ୍ୱାସୀ କରିଦେଲେଣି l କିଛି ଲାଭଖୋର ଚିଙ୍ଗୁଡ଼ି ମାଫିଆ ମୋ ପାଦଦେଶରେ ବିଦେଶୀ ଧଳା ବେଞ୍ଜାମୀନ ଚିଙ୍ଗୁଡ଼ି ଚାଷକରି ମୋର ସମ୍ପୂର୍ଣ ଶରୀରକୁ ବିଷାକ୍ତ କରିସାରିଲେଣି, ଫଳରେ ମୋ ଉପରେ ଆଶ୍ରୟ କରି ବଂଚିଥିବା ଅନେକ ଜଳଜୀବ ଛଟପଟ ହୋଇ ମରୁଛନ୍ତି, ମା ଆଗରେ ସନ୍ତାନର ଯନ୍ତ୍ରଣା ଦାୟକ ମୃତ୍ୟୁ ସେମାନେ କେବେ ବୁଝିବେ? ଏହା ତ କିଛି ନୁହେଁ ତୁମେ ଜାଣିଛ ଏ ଲୋକ ମାନଙ୍କ ଲାଳସା ଏତେ ବଢ଼ି ଗଲାଣି ଯେ କିଛିଦିନ ପାଇଁ ଅତିଥି ହୋଇ ଆସୁଥିବା ବିଦେଶୀ ପକ୍ଷୀ ମାନଙ୍କୁ ମାରି ବିକ୍ରି କରୁଛନ୍ତି l ତା ଛଡା ଯେଉ ପାରିକୁଦ ବାସୀ ଙ୍କ ଆର୍ଥିକ ମାନଦଣ୍ଡ ପରିବର୍ତ୍ତନ ପାଇଁ ମୁଁ ସର୍ବଦା ସଂଘର୍ଷ କରିଆସୁଛି, ସେଇ ପାରିକୁଦ ବାସୀ ଆଜି ନିଜର ସୁବିଧା ପାଇଁ ମୋ ବକ୍ଷକୁ ଚିରି ସଡକ ପଥ କରିବ ବୋଲି କହୁଛି ତ କେତେବେଳେ ମହାପୁରୁଷର ପ୍ରତିମୂର୍ତ୍ତି ଠିଆ କରିବ ବୋଲି କହୁଛି ଆଉ କେତେବେଳେ ଉଡ଼ାଜାହାଜ ପକାଇବ ବୋଲି କହୁଛି ଏ ସବୁ ଶୁଣି ଶୁଣି ମୁଁ ଥକି ସାରିଲିଣି l କଥାରେ ନାହିଁ "ଗରିବ ମାଇପ ସଭିଙ୍କ ଶାଳୀ " ମୋ ଅବସ୍ଥା ତାହା ହୋଇ ସାରିଲାଣି l ତମ ପୂର୍ବରୁ ଅନେକ ଆସିଛନ୍ତି ମୋ ପ୍ରେମରେ ପଡିଛନ୍ତି, ମୋ ରୂପକୁ ନେଇ ଅନେକ ଲେଖିଛନ୍ତି କିନ୍ତୁ ମୋ ଅବସ୍ଥା କିଛି ବି ବଦଳିନି କିନ୍ତୁ ମୁଁ ଭାଙ୍ଗି ଯିବି ନାହିଁ ଅଭୟ ଦାୟୀନି ହୋଇ ସର୍ବଦା ମୋ ସନ୍ତାନ ମାନଙ୍କର ରକ୍ଷା କରୁଥିବି l ମୁଁ ଜାଣିଛି ମୋ ସନ୍ତାନ ମାନେ ଟିକେ ବାଟବଣା ହୋଇଯାଇଛନ୍ତି ଦିନେନା ଦିନେ ଭୁଲ ବୁଝି ଫେରିଆସିବେ l କିନ୍ତୁ ତମେ ମତେ ମୋ ଅବସ୍ଥାରେ ଛାଡିଦିଅ 'ରାଜ', ମତେ ଭୁଲି ଯାଅ 'ରାଜ' ଭୁଲିଯାଅ........। 

               

                        


Rate this content
Log in