ମନୁଷ୍ୟତ୍ୱ
ମନୁଷ୍ୟତ୍ୱ
ଆଖି ଖୋଲି ଦେଖିଲେ ଏ ଦୁନିଆକୁ, ନିଃସଙ୍ଗତା ଧାଇଁ ଆସେ. ଶୂନ୍ୟତାରେ କିଛି ପାଇବାର ମନ ହୁଏ. ତିକ୍ତତାରୁ ମନକୁ ଖୁସି ଆଡକୁ ନେବାରେ ଉଚ୍ଚ କୋଟୀର କବିତା ଅବା ଗଳ୍ପ ସୃଷ୍ଟି କରେ ମଧୁମୟ ଜୀବନ ! ସାହିତ୍ୟର ରଥି ମୁନସି ପ୍ରେମଚାନ୍ଦଙ୍କ ଦୁଧ କା ଦାମ ସେହିପରି ଏକ ଉଚ୍ଚ କୋଟୀର ସମାଜ ସଂସ୍କାର ମୂଳକ ଗଳ୍ପ l
ଜଣେ ସଭ୍ୟ ଉଚ୍ଚ ଜାତିର ଜମିଦାର ଘରେ ବହୁତ ଦିନ ପରେ ପୁଅଟିଏ ଜନ୍ମ ହୋଇଛି l କିନ୍ତୁ ଶିଶୁଟିକୁ କ୍ଷୀରଦେବା ପାଇଁ ମା ସ୍ତନରେ କ୍ଷୀର ହେଲାନାହିଁ l ଜମିଦାରଙ୍କ ଘରେ ଭୁଙ୍ଗୀ ବୋଲି ନିଚ୍ଚ ସମ୍ପ୍ରଦାୟର ଧାଈଟିଏ କାମ କରୁଥାଏ l
ତାର ସେହି ସମୟରେ ପିଲାଟିଏ ଜନ୍ମ ହୋଇଥିବାରୁ ତା ଠାରେ କ୍ଷୀର ଥାଏ l ଏହି ପିଲାଟି ସେହି ଧାଈ ଠାରୁ କ୍ଷୀର ଖାଇଛି l ଧାଈ ଠାରୁ କ୍ଷୀର ଖାଇ ଥିବାରୁ ସମାଜ ପିଲାଟିକୁ ନୀଚ୍ଚ ଦୃଷ୍ଟିରେ ଦେଖିଛି l ପିଲାଟି ବଡ଼ ହେଲା ପରେ ଜାତିବାଦ ବିରୁଦ୍ଧରେ ସଂଗ୍ରାମ କରି ଭୁଙ୍ଗୀଠାରୁ ଖାଇଥିବା ଦୁଧର ମୂଲ୍ୟ ପରିଶୋଧ କରିଛି l
ଏତେ ଆପଣାର ମନୋଭାବ l ନାହିଁ ତା ଉପମା. ନାହିଁ ଏଠି ସ୍ୱାର୍ଥପରତା। ଜୀବନରେ ମନୋବୃତ୍ତିର ପ୍ରୟୋଜନ ସଦା ରହିଥିବ. ଏହି ଦୁନିଆରେ ଏହି ପ୍ରକାର ମନୋବୃତ୍ତି ଦୁର୍ଲଭ l
କାହାଣୀଟିରେ ଯେତେ ବେଳେ ଧାଈର କ୍ଷୀର ଖାଇବା କଥା ଉଠିଛି ଧର୍ମଧ୍ୱଜାକାରୀ ମାନଙ୍କ ପାଖରୁ ପ୍ରତିବାଦ ଆସିଛି l କାହିଁକି? ଜାତି ବିଚାର କାହିଁକି?
ହୃଦୟର କଥା ମନର ବ୍ୟଥାକୁ ଯାହାର ମନୁଷ୍ୟତ୍ୱ ଅଛି ତା ଛଡା ଆଉ କେ ବୁଝି ପାରିବ ?
