STORYMIRROR

Ajayakumar Mohanty

Children Stories Others

4  

Ajayakumar Mohanty

Children Stories Others

ମାଆ

ମାଆ

1 min
178


ମାଆଟି ମୋର କେଡ଼େ ନିଜର

 ତାପରି କେହି ନାହିଁ 

ଅଳି ଅର୍ଦ୍ଦଳି ସବୁ ସେ ବୁଝେ 

 ଟିକିଏ ହସି ଦେଇ। 

କାନିରେ ତାର ସକଳ ସୁଖ 

 ହୋଇଛି ପରା ବନ୍ଧା 

ପାଖରେ ତାର ଥିଲେ ଯେ ମୁହିଁ

 ଲାଗେନି କିଛି ବାଧା। 

ତାହାରି କୋଳେ ବଢ଼ିଛି ମୁଁ ଯେ 

ସେହି ମୋ ଆପଣାର 

ସାହା ଭରସା ସୁଖ ଦୁଃଖରେ 

 ହେବିନି କେବେ ଦୂର। 

ମାଆଯେ ମୋର ଅତି ନିଜର 

 ତାପରି କେହି ନାହିଁ 

ସେବାରେ ତାର ଜୀବନ ଦେଇ

 ଧନ୍ୟ ହୋଇବି ମୁହିଁ। 

ଅଜୟ କୁମାର ମହାନ୍ତି , ହରିପୁର,

 କବିରପୁର, ଯାଜପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍