Chittaranjan Nanda

Others

3  

Chittaranjan Nanda

Others

ଲୋକସଂସ୍କୃତି,ଗଣକବି ବୈଷ୍ଣବ ପାଣି

ଲୋକସଂସ୍କୃତି,ଗଣକବି ବୈଷ୍ଣବ ପାଣି

2 mins
313



ଶିକ୍ଷାର ନୂତନ ଆଲୋକ ଲୋକ ସଂସ୍କୃତି ମାଧ୍ୟମରେ. ଅବକ୍ଷୟମୁଖୀ ସମାଜକୁ ସୁସ୍ଥ ରଖିବାର ମୂଲ୍ୟବୋଧର ବାର୍ତ୍ତା ସଞ୍ଚାର କରେ ଲୋକସଂସ୍କୃତି. ଲୋକନୃତ୍ୟ ଓ ଲୋକସଙ୍ଗୀତର ପରମ୍ପରାରେ କଳଙ୍କି ଆସୁଥିଲା ବେଳେ, ବ୍ୟଥିତ ଥିଲେ ୨୧ ବର୍ଷୀୟ ଯୁବକ କଟକ ଠାରୁ ଦୂର ମଫସଲ କୋଠପଦାର ମଠରେ ! 

ଚିନ୍ତା ଥିଲା 

ଓଡ଼ିଆ ସଂସ୍କୃତିକୁ ପୁଷ୍ଟ କରି ଲୋକନାଟକକୁ କ'ଣ ବଞ୍ଚାଇ ରଖି ହେବନି ? 

ବଙ୍ଗଳା ଭାଷା ପରି ଉତ୍କଳର ଭାଷାରେ କ'ଣ ଲୋକନାଟକ ଲେଖା ଯାଇ ପାରିବନି ?

 ଆଧୁନିକ ବଙ୍ଗଳାଶୈଳୀ ପରିବର୍ତ୍ତେ ଉତ୍କଳୀୟ ଲୋକମଞ୍ଚ ଶୈଳୀରେ କି ନୂତନତ୍ବ ଅଣା ହିଁ ପାରିବନି ? 

ସେହି ପ୍ରଶ୍ନ ଗୁଡିକର ଉତ୍ତର ପାଇଁ ସେହି ୨୧ ବର୍ଷୀୟ ଯୁବକର ମନରେ ଦିବାନିଶି ଗୋଟିଏ କଥା, ଭାବନା ଥିଲା ଉତ୍କଳୀୟ ଲୋକନୃତ୍ୟର ବିକାଶ. ମଠର ଇଷ୍ଟଦେବ ମହାପ୍ରଭୁ ବିନୋଦବିହାରୀଙ୍କ ନାମରେ ଶପଥ ନେଲା ସେଇ ଯୁବକଟି ! ସେ ଗାଇଲା ବିପ୍ଳବର ଗୀତ ! ସେହି ୨୧ ବର୍ଷୀୟ ଯୁବକ ହେଉଛନ୍ତି ଆଶୁକବି, ଲୋକକବି, ଗଣକବି

ବୈଷ୍ଣବ ପାଣି. 

ସ୍ବାଭିମାନର ଗୀତ.....

"ଆରେ ବାପ ବନମାଳୀ, 

ତୋ ସଙ୍ଗୀତ କରି ଗଳାରେ ମାଳି,

ଲୋକେ ଗାଉଛନ୍ତି ଦୁଇଓଳି, କୁମରରେ ।।

ରାଧାନାଥ କବିବର - 

ରବିତଳେ ଯଶ ଉଦିତ ତୋର, 

ତୋତେ ହଜାଇ ହୃଦ ଅସ୍ଥିର, କୁମରରେ ।।

ଘୁମୁସର ଅଧୀଶ୍ଵର, 

ଉପଇନ୍ଦ୍ର ଭଞ୍ଜ କବି ପ୍ରବରରେ, 

ରସକାବ୍ୟ କଲୁ ତୁ ପ୍ରଚାର, କୁମରରେ" ।।

ସେ ସ୍ବଳ୍ପଶିକ୍ଷିତ ଯୁବକଟି ରଚିଲା ଓଡ଼ିଆ ଭାଷା ସାହିତ୍ୟର ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ:

"ବିଂଶ ବାହୁ ଦେଖି ବଂଶନିଧନ କାରଣ,

ମନ୍ତ୍ରୀଙ୍କୁ ଚାହିଁ ରାଜା କରଇଁ କାରୁଣ୍ୟ, 

ମନ୍ତ୍ରୀ ମୋର ସ୍ବର୍ଣ୍ଣଲଙ୍କା ହେଲା ଛାରଖାର 

କାହୁଁ ଆସି ରଘୁପତି ବିହିଲା ବିପତ୍ତି,

କିପରି ମରିବେ ବନରେ ବେନି ଯତି;

ନର ହୋଇ ନାଶିଲା ମୋ କୁମ୍ଭକର୍ଣ୍ଣ ଭାଇ !"

 ବିନୋଦ ବିହାରୀ ମଠ ପରିସରରୁ ଯାଇ ପହଞ୍ଚିପାରିଲା କଟକ ସମେତ ଅଗଣିତ ପୁରପଲ୍ଲୀରେ ! ସ୍ପର୍ଶକଲା ଜନସାଧାରଣଙ୍କ ମନପ୍ରାଣକୁ ! ଉତ୍କଳ ଦୀପିକା ଥିଲା ଗୀତିନାଟ୍ୟ ତଥା ଯୁବକର ପ୍ରଶଂସାରେ ଶତମୁଖ. ସେଇ ଯୁବକ ଉତ୍କଳୀୟ ନାଟ୍ୟପରମ୍ପରାର ସେକ୍ସପିୟର୍ ଭାବେ ଜଣା.

୧୮୮୨ ମସିହା କୁମାର ପୂର୍ଣ୍ଣିମା ଦିନ ଉତ୍କଳୀୟ ସାରସ୍ବତ ଗଗନରେ ପୂର୍ଣ୍ଣଚନ୍ଦ୍ର ଭାବେ ଉଦିତ ହୋଇଥିଲେ ଗଣକବି. ତାଙ୍କ ସାରା ଜୀବନର ସାଥୀ ଥିଲା ତଟିନୀ ବିରୂପା. ତାହାର କୂଳରେ ବସି ଗଣକବି ଦେଇ ଯାଇଗୋଟିଏ ପରେ ଗୋଟିଏ କାଳଜୟୀ ଲେଖା


Rate this content
Log in