କୃଷକ ଆମର ଅନ୍ନ ଦାତା
କୃଷକ ଆମର ଅନ୍ନ ଦାତା
ଗାଁ ର ନାମ ଚିକରଡ଼ା l ସେହି ଗାଁ ସବୁଜ ରଙ୍ଗରେ ପରି ପୂର୍ଣ୍ଣ l ଏହି ଗ୍ରାମରେ ସମସ୍ତେ କୃଷି କରି ପେଟ ପୋଷନ୍ତି l ଏହି ଗ୍ରାମ ରେ ଦୁଇ ଜଣ ପ୍ରିୟ ମିତ୍ର ଥିଲେ l ଜଣଙ୍କ ନାମ କ୍ରିଷ୍ଣା ଓ ଆଉ ଜଣଙ୍କ ନାମ ରାଜୁ l ସେ ଏହି ପରି ମିତ୍ର ଥିଲେ ଯେ ଗାଁ ବାସି କହନ୍ତି ଏମାନେ ସାଙ୍ଗ ପରି ରୁହନ୍ତି ନାହିଁ, ସେମାନେ ଏକଦମ ଲବ ଓ କୁଶ ପରି ଥାନ୍ତି ମାନେ ଦୁହି ଭାଇଙ୍କ ପରି କା l ତାଙ୍କ ଦୁହିଁଙ୍କ ପିତା କୃଷି କାମ କରନ୍ତି l ଦୁହିଁଙ୍କ ପିତା ଗରିବ ଥିଲେ l ସେହି ଗ୍ରାମରେ ଦୁଷ୍ଟ ପିଲାଙ୍କ ତିନିଜଣଙ୍କ ଦଳ ଥିଲେ l ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ସୁମନ ନାମ ପିଲା ଥିଲା l ସୁମନ ର ପିତା ଜଣେ ଅଫିସର ଥିଲେ lସୁମନ ପିତା ଧନୀ ଥିଲେ l ତେଣୁ ସୁମନ ସେହି ଦୁଇ ଜଣ ମିତ୍ର କ୍ରିଷ୍ଣା ଓ ରାଜୁ ଗରିବ ଥିବାରୁ ସେ ଦୁହିଁଙ୍କୁ ଘୃଣା କରିଥାଏ l କ୍ରିଷ୍ଣା, ରାଜୁ ଓ ସୁମନ ଗୋଟିଏ ବିଦ୍ୟାଳୟରେ ପଢ଼ନ୍ତି l ସମସ୍ତେ ଚର୍ତୃଥ ଶ୍ରେଣୀରେ ପଢ଼ନ୍ତି l
ସକାଳ ସମୟ ଗୋଟିଏ ଦିନ ସମସ୍ତେ ବିଦ୍ୟାଳୟରେ ଥାନ୍ତି l ଶିକ୍ଷକ ମଧ୍ୟ ଥିଲେ l ଶିକ୍ଷକ ପିଲାମାନଙ୍କୁ ପ୍ରଶ୍ନ ପଚାରୁ ଥିଲେ l ଏବେ ସୁମନର ପାଳି ଶିକ୍ଷକ ପଚାରିଲେ କୃଷକ ଆମର ଅନ୍ନ ଦାତା କିପରି ? "ସୁମନ ଉତ୍ତର ଦେଲା, ନାହିଁ ଗୁରୁଜୀ ଆପଣ ପ୍ରଶ୍ନ ଭୁଲ ପଚାରି ରିଲେ", "ଶିକ୍ଷକ କହିଲେ କଣ ଭୁଲ ପଚାରିଲୀ"! ସେ କହିଲା ସେମାନେ ଅନ୍ନ ଦାତା ନୁହଁନ୍ତି,ସେମାନେ କେବଳ ମାଟି କାମ କରନ୍ତି,ସେମାନେ ପରା ଗରିବ l ସେମାନେ ଆମର ପାଦ ତଳ ସହ ସମାନ ବି ନୁହନ୍ତି l ସେମାନଙ୍କର ଗୋଟିଏ ବର୍ଷ ର ଫସଲ ନଷ୍ଟ ହେଲେ ସେମାନେ ଭିକ ମାଗି ପେଟ ପୋଷନ୍ତି l ଏହା କହି ସେ ଓ ତାର ସାଙ୍ଗ ମାନେ ମୁରିକି ହସିଲେ l ସେ ଆଉ କଣ କହିବା ପୂର୍ଵ ରୁ କ୍ରିଷ୍ଣା ଉଠି କହିଲା "ଆରେ ଭାଇ ଆମେ ସବୁ ଇଶ୍ୱରଙ୍କ ସନ୍ତାନ l କୃଷକ କୃଷି କରି ଆମକୁ ଖାଦ୍ୟ ଦିୟନ୍ତି l ମୁଁ ପରା ଜଣେ କୃଷକ ର ପୁଅ 'ମୁଁ କହୁଛି, ଶୁଣ ହଁ ମୁଁ ଯେତିକି ଜାଣିଛି ବା ଦେଖିଛି ମୁଁ ସେତିକି କହୁଛି l ସେମାନ ସମସ୍ତେ ବର୍ଷା, ଖରା ଓ ଶୀତ ଆଦିକୁ ଖାତିର ନ କରି କଷ୍ଟ କରି ଆମକୁ ଖାଦ୍ୟ ଦିଅନ୍ତି l
ତୁ ତ ଜାଣି ଥିବୁ ଫସଲ ଭଲ ହେବା ପାଇଁ ଉପଯୁକ୍ତ ପାଣି ଦରକାର,ଆମ ଗ୍ରାମ ପାଣି ସୁବିଦା ଅଛି ବୋଲି ଆଉ କେତେକ ଗ୍ରାମରେ କଣ ପାଣି ର ସୁବିଦା ଅଛି l ସେମାନେ ବହୁ ଦୂର କୁ ଯାଇ ପାଣି ଆଣନ୍ତି l ପାଣି ଆଣି ସେଥିରେ ଗୋବର ମିଶେଇ ବିଲରେ ପାକାନ୍ତି ଫଳରେ ମାଟି ଉର୍ବର ହୁଏ l ତାପରେ ବିହନ ପକାଇ ଚାଷ କରନ୍ତି l ବିହନ ପକାଇଲେ ଉପଯୁକ୍ତ ପାଣି ଦରକାର ସେମାନେ ବିଲରେ ପାଣି ର କମ କରନ୍ତି ନାହିଁ l ସେମାନେ ଖାଇ ବା ପାଇଁ ଟମାଟ, କଲରା, ବାଇଗଣ, ବିଂଶ, ଅଲଡି, ଆଦି ବିଭିନ୍ନ ପନିପରିବା ଧାନ, ଗହମ, ଡାଲି ଆଦି ଶସ୍ୟ କପା,ତୁଳା, ଓ ବିଭିନ୍ନ କୃଷି କରନ୍ତି l ସେମାନେ ଗୋବର ଖତ, ପିଡିଆ, ଆଦି ପକାଇ ଚାଷ କରନ୍ତି l ସେମାନେ ଚାଷ କରିବା ଦ୍ଵାରା ଆମକୁ ଖାଇବା କୁ ଖାଦ୍ୟ ଭାତ, ଡାଲି, ରୋଟି, ଆଦିରୁ ଆରମ୍ଭ କରି ପିନ୍ଧିବା ପର୍ଯ୍ୟନ୍ତ ସେମାନେ କୃଷି କରନ୍ତି l ସେମାନେ ଚାଷ ନ କଲେ ଆମକୁ ଖାଦ୍ୟ ନ ମିଳି ଆମର ପେଟ ଭୋକ ରେ ଥାନ୍ତା l ଫଳରେ ଖାଦ୍ୟ ଖାଇ ନ ଥିବା ରୁ ଶରୀରରେ ଆବଶ୍ୟକ ପୋଷକ ନମିଳିଲେ ମୄତ୍ୟୁ ଘଟି ଥାନ୍ତା l ତେଣୁ କୃଷକ ଙ୍କୁ ବା ଖାଦ୍ୟ ଉତ୍ପନ୍ନ ଦାତାଙ୍କୁ ମାଟି କାମ କରୁଛନ୍ତି ବୋଲି କମ୍ ଭାବିବା ନାହିଁ l ତାଙ୍କୁ କମ୍ କହିବା ପୂର୍ବରୁ ଆମେ ତାଙ୍କେ ନଥିଲେ କଣ ହେବ ଚିନ୍ତା କରିବା ଉଚିତ l ତାହା ବୋଲି ଆଉ ସବୁ ଛୋଟ କାର୍ଯ୍ୟ କୁ କମ କହିବା ନାହିଁ l ପ୍ରତେକ କାର୍ଯ୍ୟ ପଛେ ଆମର ଏକ ଛୋଟ ଆବଶ୍ୟକତା ଥାଏ l ପୁଣି ସେହି ଆବଶ୍ୟକତା କାହାର ନୁହେଁ ଆମର ହିଁ l ତେଣୁ କୋଣସି କାର୍ଯ୍ୟକୁ କମ୍ କହିବା ନାହିଁ l କୃଷି କାର୍ଯ୍ୟ ରେ ଅଧିକ ଫସଲ ପାଇଁ କେତେକ କୃଷି କୀଟନାଶକ ଔଷଧ ବ୍ୟବହାର କରି ଥାନ୍ତି ଯାହା ଫଳରେ ସେହି ପରିବା କୁ ଖାଇ ପିଲା ଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ବିଭିନ୍ନ ରୋଗ ରେ ପୀଡିତ ହୋଇଥାନ୍ତି l ତେଣୁ କୃଷି ମାନଙ୍କୁ କୀଟନାଶକ ବା ବିଭିନ୍ନ ଔଷଧ କୁ ବ୍ୟବହାର କରିବା କୁ ରୋକିବା ଉଚିତ l ତାହା ବଦଳରେ କୃଷିକୁ ( organic) ଅର୍ଗାନିକ ବା ଜୈବିକ ଖତ ବ୍ୟବହାର କରିବାକୁ କହିବା l ତେଣୁ ଭାଇ ସେମାନେ କାର୍ଯ୍ୟ କୁ ଛୋଟ କହିବା ବନ୍ଦକରି ଉତ୍ସାହିତ କରିବା l ଯାହା ଫଳରେ ସେମାନେ ଆନନ୍ଦିତ ହୋଇ କାର୍ଯ୍ୟ କଲେ ଅଧିକ ଓ ସୁସ୍ଥ ଫସଲ ମିଳେ l ମୁଁ ଏତିକି କହିପାରିବି ଆଉରି ଥିବା କିନ୍ତୁ ମୁଁ ଜାଣିନି l ଧନ୍ୟବାଦ l ତାପରେ ଶିକ୍ଷକ ସୁମନ କୁ କ୍ଷମା ମାଗ ବୋଲି କହିଲେ l ସେ ସମସ୍ତଙ୍କୁ କ୍ଷମା ମାଗିଲା ଓ କ୍ରିଷ୍ଣା ଆଉ ରାଜୁ ସହ ସାଙ୍ଗ ହେଲା l ଶିକ୍ଷକ କହିଲେ ପିଲେ ଏବେ କୃଷିକ ପାଇଁ କେତୋଟି କୃଷି ଯନ୍ତ୍ର ବାହାରିଛି l ଫଳରେ କୃଷି କାର୍ଯ୍ୟ ସହଜ ଓ ସୁବିଧା ହୋଇଥାଏ l ତାପରେ ବିଦ୍ୟାଳୟ ପ୍ରସ୍ଥାନ ହେଲା l ସେ ଦିନରୁ ସୁମନ ଦୁଷ୍ଟ କାମ ଛାଡ଼ି ଓ ଉଚ୍ଚ ନୀଚ୍ଚ ଭେଦ ଭାବ ଛାଡି ଗାଁ ରେ ଭଲ ନାଁ ରଖିଲା ଓ ଭଲ ପାଠ ପଢିଲା l
