ଜୟ ହୋ
ଜୟ ହୋ
1 min
8
ଟିକି ପିଲାଟି କଥା କହି ଶିଖିନଥିଲା. ଠୁକୁ ଠୁକୁ ଚାଲି ପକେଇ ଘର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଚାଲୁଥିଲା ଭିତରେ ସେଦିନ ସ୍କୁଲ ପିଲାମାନେ ଧାଡି ବାନ୍ଧି ଜୟ ଗାନ୍ଧିଜୀ କି ଜୟ, ଜୟ ଜବାହାରଲାଲ ନେହେରୁ କି ଜୟ, ଜୟ ଶାସ୍ତ୍ରୀଜୀ କି ଜୟ ଇତ୍ୟାଦି ଧ୍ୱନି ଦେବା ସହ ଜୟ ହୋ, ଜୟ ହୋ ଧ୍ୱନି ପ୍ରକମ୍ପିତ ହେଉଥିଲା ତ ଟିକି ପୁଅଟି ଜାଫ୍ରି ଏପଟୁ ଚାହିଁ ରହି ଶୁଣୁଥିଲା ଜୟ ହୋ ଓ ଦେଖୁଥିଲା ପିଲାମାନେ ସବୁ ଧାଡିବାନ୍ଧି ପତାକା ହାତରେ ଧରି ଜୟ ହୋ ଧ୍ୱନି ଦେଇ ପ୍ରଭାତ ଫେରିରେ ଯାଉଥିଲେ. ଟିକି ପୁଅ ଏସବୁର ଅର୍ଥ ବୁଝିନଥିଲା ବରଂ ଘର ଲୋକ ଓ ତା ପରିଚିତ ଲୋକ ସବୁ ତାର କଥା କହିବାକୁ ଅପେକ୍ଷା କରି ଚାହିଁ ରହିଥିଲେ.ମାଆ ରୋଷେଇ ଘରୁ ଆସି ଜାଫ୍ରି ଖୋଲି ଜାତୀୟ ଦିବସରେ ଜାତୀୟ ପତାକାଟିଏ ଦାଣ୍ଡ ଦୁଆରେ ଥାପି ଦେଇ ଗଲାବେଳେ ତାହା ଫରଫର ଉଡୁଥିଲା ଓ ଛୋଟ ପୁଅ ବାବା ତାକୁ ଦେଖି ତାଳିମାରି ଚାଲିଥିଲା ବେଳେ ମାଆ ଭାବୁଥିଲେ ପୁଅ ବାବା ବଡ଼ ହେଲେ ତାକୁ ସେ ସହଜ ଓ ସରଳ ଉପାୟରେ ପତାକାରେ ଥିବା ତିନିରଙ୍ଗ ମନେରଖିବାର ଉପାୟ ବତାଇ ଦେବେ.
ତଳେ ଥିବା ଘାସ ଗାଲିଚାର ନେଳି ରଙ୍ଗ ହିଁ ପତାକାର ତଳ ରଙ୍ଗ ନୀଳ , ତା ପରେ ବାବାର ଅଧିକାଂଶ ଡ୍ରେସ ରଙ୍ଗ ପରି ତଥା ତାଙ୍କ ଘରେ ଥିବା ଧଳା ପାରା ରଙ୍ଗ ପରି ମଝିରେ ଧଳା ରଙ୍ଗ ସହ ତା ଉପରେ ଅଶୋକ ଚକ୍ର ଓ ସବା ଉପରେ ବାବା ଭଲ ପାଉଥିବା କମଳାର ରଙ୍ଗ ପରି ନାରଙ୍ଗୀ ବୋଲି ଶିଖେଇଦେବେ ଭାବିଲା ବେଳକୁ ଶିଶୁ ପୁତ୍ର ବାବା ଓଠରେ ଦରୋଟି ଭାଷା ଜୟ ହୋ, ଜୟ ହୋ ଶୁଣି ମାଆ ସ୍ତବ୍ଧ, ଚକିତ ଓ ପୁଲକିତ ହୋଇ ପୁଅକୁ କାଖେଇ କହୁଥିଲେ ବନ୍ଦେ ମାତରମ.
