gitanjali maharana

Children Stories Inspirational

3  

gitanjali maharana

Children Stories Inspirational

ଝିଅ କାନ୍ଧ

ଝିଅ କାନ୍ଧ

3 mins
150


ସକାଳୁ ସକାଳୁ ଠାକୁରଙ୍କୁ ମୁଣ୍ଡିଆ ମାରି ଉମେଶ ଅଟୋ ନେଇ ବାହାରିଲା. ଦୁଇ ମାସ ହେଲାଣି ଚାରି ପ୍ରାଣୀ ଓପାସ ଭୋକରେ ଅଭ୍ୟାସ ଥଣ୍ଡା ହେଇ ଗଲାଣି. ଅଟୋ ରୁ କେତେ ଆୟ ହୁଏ ଯେ ଭୁବନେଶ୍ୱର ପରି ଜାଗାରେ ଘର ଭଡା, ଖାଇବା ପିଇବା, ଦେହ ପା, ବନ୍ଧୁ ବାନ୍ଧବ, ବେଭାର ଅନ୍ତର ଦେଖିଲା ପରେ ସ୍ୱାମୀ ସ୍ତ୍ରୀ ଦିଟା ଲହୁ ଲୁହାଣ ହେଇ ଯାଆନ୍ତି ଆଉ ବ୍ୟାଙ୍କ ବାଲାନ୍ସ କରିବେ କଣ. ଏ ଲକ ଡାଉନ ସାଙ୍ଗରେ ଯଦି ପେଟରେ ଲକ ଡାଉନ ବି ହେଇ ଯାଇଥାନ୍ତା ଭଲା. ଓଲଟା ଭୋକ ରାକ୍ଷସ ପରି ମାଡ଼ିବସୁଚି. ଯୋଗକୁ ଘରେ ଅଟା ଚାଉଳ ଥିଲା ବୋଲି ଛୁଆଙ୍କୁ ଭାତ ଲୁଣ ଦେଇ ବଂଚେଇ ରଖିଲେ l ଏବେ ସବୁ ଅନ୍ଧାର. ଅଟୋ ନଗଲେ ନ ହବ. 

   ସକାଳ ଯାଇ ସଞ୍ଜ ହବାକୁ ବସିଲାଣି ଗୋଟେ ପାସେଞ୍ଜର ନାହାନ୍ତି. ଲକ ଡାଉନ ପୂର୍ବରୁ ଯେମିତି ଲୋକ ଗହଳି ଥିଲା ସେମିତି ନାହିଁ . କୋରନା ଭୟରେ ଯିଏ ବି ଆସୁଛନ୍ତି ଅଟୋ ରେ ନବସି ନିଜ ନିଜ ଗାଡ଼ିରେ ଯାଉଛନ୍ତି. ଯୋଗକୁ ଜଣେ ଲୋକ ଆସିଲା, ଶହେ ଟଙ୍କାରେ ମୂଳ ଚାଲ ଛିଣ୍ଡିଲା. 

       ଉମେଶ ସେ ଲୋକକୁ ତା ଘରେ ଛାଡି ଘରକୁ ଫେରୁ ଫେରୁ ଭାବୁଥାଏ ଶହେ ଟଙ୍କାରେ ଗାଡ଼ିରେ ତେଲ ପକେଇବି ନା ଘରେ ଓପାସରେ ଛୁଆ ଚାହିଁ ଥିବେ ସଉଦା ନେବି. ଯଦି ସଉଦା ନେବି ତେବେ କାଲି ଗାଡି ଚଲେଇ ହବନି ଏମିତି ଦୋ ଦୋ ପାଞ୍ଚ ଭିତରେ ଗାଡି ଚଲାଉ ଥାଏ ତ ଆଗରୁ ଦୁଇ ଜଣ ଟୋକା ବାଇକ ଆଣି ବାଡେଇ ଦେଲେ, ଅଳ୍ପକେ ଉମେଶ ବଞ୍ଚି ଗଲା ହେଲେ ଗାଡିର କାଚ ଚୂନ ଭୁତ.ଓଲଟା ଟୋକା ଦି ଟା ଉମେଶକୁ ଗାଡିରୁ ଟାଣି ଆଣି ଗାଳୀ ଗୁଲଚ କରି ତା ପକେଟରେ ଜବରଦସ୍ତ ହାତ ପୁରେଇ ଶହେ ଟଙ୍କା ନେଇ ଚାଲିଗଲେ, ଉମେଶ ଯେତେ କାକୁତି ମିନତୀ ହେଲେ କଣ ହବ. ସେମାନେ ତ ନିଶାରେ ଅଛନ୍ତି. ପାଟି ସିନା ମଦ ଗନ୍ଧ ହେଲେ ପୁଲିସ ଧରିବ. କି ନିଶା ଖାଇଛନ୍ତି କେଜାଣି ଖାଲି ଟଳୁଛନ୍ତି. ଉମେଶକୁ ଗୋଡ଼ରେ ଠେଲି ଦେଇ ଚାଲିଗଲେ. ସେଇ ରାସ୍ତାରେ ଗାଡିକୁ ଆଉଜି ଘଡ଼ିଏ ବସି କାନ୍ଦିଲା. ପୁଣି ଲୁହ ପୋଛି ଭଙ୍ଗା କାଚର ଗାଡିକୁ ଧୀରେ ଧୀରେ ଚଳେଇ ଘରେ ଆସି ପହଁଚିଲା. 

   ଗାଡି ଶବ୍ଦ ଶୁଣି ଝିଅ ଦିଟା ଦୌଡ଼ି ଆସି ଦୁଆରେ ବାପାକୁ ବିକଳରେ ଚାହିଁ ଛିଡା ହେଇଗଲେ . ବାପ ମୁହଁ ତଳକୁ କରି ଘରକୁ ଗଲା. ଝିଅ ଦି ଜଣ ବୁଝିଗଲେ ଯେ ଆଜି ପାଣି ପି ଶୋଇବାକୁ ପଡିବ. 

   ଦୁଆରେ ସପ ଉପରେ ବାପା ମା ବସି କଥା ହଉଥାନ୍ତି. ଉମେଶ କହିଲା ସତରେ ମୋର ଯଦି ଏ ଦିଟା ଝିଅ ନହେଇ ପୁଅ ହାଇଥାନ୍ତେ ତେବେ ବାର ତେର ବର୍ଷର ହେଲେ ବି ମୋ କାନ୍ଧକୁ କାନ୍ଧ ମିଳେଇ ଛିଡା ହେଇଥାନ୍ତେ. ମୋ ଭାଗ୍ୟ ତ ଖରାପ କହିବି କାହାକୁ.

କାଲି ପୁଣି କଣ କରିବି, ମାଲିକକୁ ଗାଡିର ଭଡା ଦବାକୁ ନାହିଁ ତା କାଚ କେମିତି ଲଗେଇବି . ତିନି ମାସର ଘର ଭଡା ପୁଣି କୋଉଠୁ ଆଣିବି.କାଲି ଛୁଆ ଖାଇବେ କଣ. ଚାଲ ସମସ୍ତେ ଏକାଥରେ ମରିଯିବା. ଆଉ ଝିନ ଝଟ ନଥିବ. ଏମିତି କହି ଉମେଶ ବାୟା ବିଚଳିତ ହେଉଥାଏ. 

   ଘରେ ସାନ ଝିଅ ପାଣି ପି ଶୋଇ ପଡ଼ିଲାଣି. ବଡ ଝିଅ ପିଙ୍କି ବାପକୁ ଦେଖିବା ଠୁ ତା ମାନ ଭଲ ଲାଗୁନି. ବିଛଣାରେ ସେମିତି ଚାହିଁ ଥାଏ. ବାପାର ଏମିତି କଥା ଶୁଣି ଶୋଇବା ବିଛଣାରୁ ଉଠି ଆସିଲା ବାପ ପାଟିରେ ହାତ ଦେଇ କହିଲା ଛି ବାପା , ଏ ଛୋଟିଆ କଥା ପାଇଁ ଏତେ ବଡ କଥା କହୁଚ. ପଶୁ ପକ୍ଷୀ କଣ ଭୋକ ଓପାସରେ ରହୁନାହାନ୍ତି କେବେ ଦେଖିଚ ସେମାନେ ଆତ୍ମହତ୍ୟା କରିବାର. ଆମେ କଣ ସେମାନଙ୍କ ଠୁ ବି ହୀନ. ଏ ମୂଲ୍ୟବାନ ଜୀବନ ଭଗବାନଙ୍କ ଆଶୀର୍ବାଦ ବାପା. ଅସୁବିଧା କେବେ ଆମଠୁ କି ଆମ ଜୀବନ ଠୁ ଅଧିକ ବଡ ନୁହେଁ. ଆଜିଯାଏ ତୁମକୁ ଦେଖି ଆମେ ଆଗକୁ ପାଦ ପକେଇ ବାର ସାହସ ପାଇଛୁ. ଏମିତି ଦୁର୍ବଳ କଥା କହି ଆମ ଭିତରେ ଥିବ ତୁମର ଆଦର୍ଶ ପ୍ରତିଛବିକୁ ଧୂଆଁ ଳିଆ କରନା. ଏମିତି କହି ବାପାକୁ କୁଣ୍ଢେଇ ପକେଇ କାନ୍ଦିଲା ଠିକ ଉମେଶର ମା ପରି. 

   ସକାଳୁ ସକାଳୁ ପିଙ୍କି ତା କୁଂପି ଆଣି ବାପା ଆଗରେ ଭାଙ୍ଗିଲା ଦୁଇ ତିନି ବର୍ଷ ହେଲାଣି ନିଜ ଖର୍ଚ୍ଚ ସାଇତି ଥିଲା. 350 ଟଙ୍କା ହେଲା.ବାପା ହାତରେ ଧରେଇ ଦେଇ କହିଲା ବାପା ପଡିଶା ଘର ଦିଦି ମୋବଇଲରେ ଦେଖିଥିଲି ଲବଙ୍ଗ, ଅଳେଇଚ, ପତ୍ର ଚା.... ଏଇ ମସଲା ସବୁ ପକେଇ କାଢା କରି ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବ. ଯାହା କୋରାନା ପାଇଁ ନିହାତି ଜରୁରୀ. ତମେ ଯାଅ ବଜାରରୁ ଏ ମସଲା ନେଇ ଆସ ମୁଁ ତିଆରି କରିଦେବି ତମେ ଛକ ଉପରେ ନେଇ ବିକିବ. 

    ପିଙ୍କି ଭାଗ ମାପରେ ସାତ ଆଠ ଲିଟର ପାଣିରେ କାଢା ତିଆରି କରିଦେଲା. ଉମେଶ ଛକ ଉପରେ ଗୋଟେ ଟେବୁଲ ରଖି ତାଉପରେ ଷ୍ଟୋଭ ଥୋଇ ସେଥିରେ ଏ କାଢା ଗରମ କରି ବିକିଲା. 

ପ୍ରଥମ ଦିନ ଘରକୁ ହସି ହସି ଫେରିଲା. କାରଣ ସେ କାଢା ଯେତିକି ନେଇଥିଲା ଘଣ୍ଟାଏ ଦି ଘଣ୍ଟାରେ ସରିଗଲା. ନଅଟା ନ ବାଜୁଣୁ ଉମେଶ ଆଠ ସହ ଟଙ୍କା ଆଣି ଝିଅ ହାତରେ ଧରେଇ ଦେଇ କହିଲା ଆଜି ଯାଏ ଭ୍ରମରେ ଥିଲି ପୂଅ ମାନେ ବାପା କାନ୍ଧରେ କାନ୍ଧ ମିଶାନ୍ତି ଆଜି କିନ୍ତୁ ଜାଣିଲି ଝିଅମାନେ ବାପା କାନ୍ଧରେ କାନ୍ଧ ଆଉ ମା ହାତରେ ହାତ ମିଶାଇ ପାରନ୍ତି. ବେଳ ପଡିଲେ ମା ର କୋଳ ଦେଇ ବାପାକୁ ଶାନ୍ତି ବି ଦିଅନ୍ତି  l 

              


Rate this content
Log in