STORYMIRROR

Sunanda Mohanty

Children Stories Inspirational Children

4  

Sunanda Mohanty

Children Stories Inspirational Children

ଇମୋଜୀ

ଇମୋଜୀ

3 mins
341


ଅଦିନିଆ ବର୍ଷା ପାଗରେ ବି ଗୁରୁବାର ପାଇଁ ଜେଜେମା ଯେତିକି ତରବର ହେଉଥିଲେ ବାପା ଟୁରରେ ଯାଇ ମିଟିଙ୍ଗକୁ ଯିବେ ବୋଲି ସେତିକି ଧଡ଼ପଡ଼. ମାଆ ମଧ୍ୟ ସାହିତ୍ୟ ଆସରକୁ ଯିବେ ବୋଲି ଧଡ଼ପଡ଼ ତ ମୁନା ଲକ୍ଷ କଲା ଜେଜେମାଆଙ୍କ ବ୍ୟସ୍ତତା. ମାଣବସା ଗୁରୁବାର ପାଇଁ ମୁନାର ସ୍କୁଲ ଛୁଟି ଥିଲା ତ କିଛି କାର୍ଡବୋର୍ଡ, ରଙ୍ଗ ଓ କତୁରୀ ଧରି ମୁନା ବିଭିର୍ନ୍ନ ସାଇଜର ଇମୋଜୀ କରିବାକୁ ଲାଗିଥିଲା. ମାଆ ଧଡ଼ପଡ଼ରେ ସ୍ୟାଣ୍ଡଉଇଚ ଆଣି ବାପାଙ୍କୁ ଦେଲାବେଳେ ଜେଜେମା ମଣ୍ଡାପିଠା ଟିଫିନଟାକୁ ବପାଙ୍କ ଆଡକୁ ଦେଇ କହିଲା ବାଟରେ ଖାଇନେବୁ. ହଠାତ ମାଆଙ୍କର ରାଗ ବଢିଯାଇଥିଲା ତ ଜେଜେମାଙ୍କୁ କହିଥିଲେ କି କାହିଁକି ଆପଣଙ୍କ ପୁଅଙ୍କ ମାନ ସମ୍ମାନ ତଳେ ପକେଇବାକୁ ଚାଁହୁଛନ୍ତି କହିଲେ ମାଆ! ଅଫିସ ଗାଡିରେ ସବୁ ଡିପାର୍ଟମେଣ୍ଟର ଅଫିସର ମାନେ ଯାଉଥିବେ. କିଏ କେତେ କଣ ଟିଫିନ ନେଉଥିବେ ତା ଭିତରେ ଆପଣଙ୍କର ଏହି ଗୋଲ ଗୋଲ ଧଳା ଧଳା ପୁଣି ପାଣି ମଣ୍ଡା ଖାଇଲେ କିଏ କଣ ଭାବିବ କହିଲେ? ମୁନା ଲକ୍ଷ କଲା ମାଆଙ୍କ କଥାରେ ବାପା ବୋଧେ ଖୁସି ନଥିଲେ ତ ଟିଫିନ ଧରି ଚାଲିଗଲେ କାରଣ ତଳେ ଗାଡି ପହଁଞ୍ଚିଯାଇଥିଲା. ଜେଜେମାଆ କହିଥିଲା ଆରେ ବୋହୁ ଏ ଯେଉଁ ଧଳା ଧଳା ଗୋଲ ଗୋଲ ମଣ୍ଡା ତତେ ଅପସନ୍ଦ ଲାଗୁଛି ତାହା ଆମ ସଂସ୍କୃତିର ପିଠା. ମାର୍ଗଶୀରମାସ ଗୁରୁବାରରେ ଶ୍ରଦ୍ଧାରେ ମାଆ ଲଷ୍ମୀଙ୍କୁ ବାଳ ଭୋଗରେ ଏ ପିଠା ଦିଆଯାଏ. ବଳାରାମଦାସଙ୍କ ଲଷ୍ମୀ ପୁରାଣ ନିଜେ ପଢିଲେ ଜାଣିବୁ ବୁଝିବୁ. ଆଉ ନିଜେ ନକରି ଅନ୍ୟ ଜଣେ କରିନେଉଥିବା ପିଠାକୁ ଅନ୍ତତଃ ସମ୍ମାନ ଦେବା ଉଚିତ ତୋର. ଏହା କହି ଜେଜେମା ପୁଣି ରୋଷେଇ ଘରକୁ ଚାଲିଯାଇଥିଲେ ଶଙ୍ଖୁଡି ଭୋଗ ପ୍ରସ୍ତୁତ କରିବେ ବୋଲି ଆଉ ମାଆ ତାର ସାହିତ୍ୟ ଆସରକୁ ବାହାରିଗଲା.

    ବାପା ସନ୍ଦ୍ୟାରେ ଫେରିଲେ ସତ କିନ୍ତୁ ଏକୁଟିଆ ନୁହଁ. ତାଙ୍କ ଅଫିସର ସମସ୍ତ ବିଭାଗୀୟ ଅଫିସରମାନେ ଆସି ଜେଜେମାଙ୍କୁ କହୁଥିଲେ ମାଉସୀ ଆଜି ଆପଣଙ୍କ ହାତ ମଣ୍ଡା ଖାଇକି ଘରକୁ ଯିବୁ. ଆପଣ କେବଳ ଆପଣଙ୍କ ପୁଅକୁ ଦେବେ ଆଉ ଆମେ ସବୁ କୁଆଡେ ଯିବୁ?ଜେଜେମା ଅତି ଶ୍ରଦ୍ଧାରେ ଖେଚେଡ଼ି, ଡ଼ାଲମା, ଶାଗ, କ୍ଷୀରି, ଆମ୍ବିଳ ସହ ଚକୁଳି, ଚିତଉ, ପୁଳି ସହ ମଣ୍ଡାପିଠା ସମସ୍ତଙ୍କୁ ଖାଇବାକୁ ଦେଇଥିଲେ ତ ସମ

ସ୍ତେ ଜେଜେମାଙ୍କୁ ଭୁରି ଭୁରି ପ୍ରଶଂସା କାରିଥିଲେ. ଏସବୁ ସୁଆଦିଆ ଜିନିଷ ଆଉ ପାଟିରେ ବାଜୁନି କହି ଆଉ ମାଗି ଖାଉଥିଲେ. ସେମାନେ ଖାଇସାରିବା ପରେ ମୁନା ବନେଇଥିବା ଇମୋଜୀ ସବୁ ଦେଖି ଖୁବ ଖୁସି ହୋଇଥିଲେ କିନ୍ତୁ କୋଉ ମଣିଷ ଇମୋଜୀ ରାଗ ପ୍ରକାଶ କରୁଥିଲା ତ କୋଉ ମଣିଷ ଇମୋଜୀ ଖୁବ ଶାନ୍ତ ଥିଲା. ସେମାନେ ଯେବେ ମୁନାକୁ ପଚାରିଥିଲେ ଏ ସବୁ ମଣିଷ ଇମୋଜୀ କିଏ ମୁନା? ତୁମ ସ୍କୁଲର ଗୁରୁମା ଗୁରୁଜୀମାନେ କି? ମୁନା କିଛି ନକହି ଚୁପ ରହିଥିଲା.

   ତା ପରେ ପରେ ସମସ୍ତେ ଚାଲିଗଲା ପରେ ମାଆ ଫେରିଥିଲେ ତ ବାପା କହୁଥିଲେ ଦେଖ ତୁମ ପୁଅ କେତେ ସୁନ୍ଦର ମଣିଷ ଇମୋଜୀ କରିଛି. କୋଉ ଗୁରୁମା କି ସାର ଖୁବ ରାଗି ତ କୋଉ ଗୁରୁମା ଓ ଗୁରୁଜୀ ଖୁବ ଶାନ୍ତ ସେମାନଙ୍କ ପ୍ରତି ମୁନା ମନର ଭାବନା ସବୁ ଇମୋଜୀମାନଙ୍କ ମୁହଁରେ ପ୍ରତିଫଳିତ ହେଉଛି. ମୁନା କହିଥିଲା ଆମ ସ୍କୁଲରେ ସବୁ ଗୁରୁମା ଗୁରୁଜୀ ଶାନ୍ତ ଓ ସ୍କୁଲ ଏବେ ଦଣ୍ଡମୁକ୍ତ. ମାଆ କହୁଥିଲେ ତେବେ ଏସବୁ ମଣିଷ ଇମୋଜୀ କିଏ? ମୁନା କିଛି ଉତ୍ତର ଦେବା ପୂର୍ବରୁ ମାଆ କହିଥିଲେ ସତରେ ତ ମୋ ପୁଅ ଆମ ପରିବାର ସଦସ୍ୟଙ୍କ ଇମୋଜୀ କରିଛି. ସବୁଠୁ ଖରାପ ଇମୋଜୀଟି ନିଶ୍ଚୟ ମୋର.ଏହା କହି ମାଆ ଜେଜେମାଆଙ୍କୁ କ୍ଷମା ମାଗୁଥିଲେ କହିକି ଯେ ବଳାରାମ ଦାସଙ୍କ ଲିଖିତ ଲଷ୍ମୀପୁରାଣ ନପଢି ଆଜି ସାହିତ୍ୟ ଆସରରେ ଖୁବ ଲଜ୍ଜିତ ହେଲି ମାଆ. କାରଣ ଆଜିର ବିଷୟ ବସ୍ତୁ ଥିଲା ବଳାରାମ ଦାସଙ୍କ ଲଷ୍ମୀପୁରାଣ ଓ ନାରୀ. ମୁଁ ଯଦି ଶ୍ରଦ୍ଧାରେ ଆପଣଙ୍କ ପରି ପିଠା,ଝୋଟି, ଭୋଗ କରୁଥାନ୍ତି ଓ ଲଷ୍ମୀଙ୍କ ପୁରାଣ ବୋଲୁଥାନ୍ତି ଆଜି ହାରି ନଥାନ୍ତି ସାହିତ୍ୟ ଆସରରେ . ଏଣିକି ମୁଁ ସବୁ ବର୍ଷ ଯଥାବିଧି ବିଧାନ ପୂର୍ବକ ଲଷ୍ମୀ ପୂଜା କରିବି. ଆମ ସଂସ୍କୃତି ଓ ପରମ୍ପରା ବ୍ୟତିରେକେ ସାହିତ୍ୟର କିଛି ମୂଲ୍ୟ ନାହିଁ. ଶାଶୁମାଆ ଶ୍ରଦ୍ଧାରେ ବୋହୁ ପିଠିରେ ହାତ ବୁଲେଇ କହୁଥିଲେ ହାରିବା ପରେ ଜିତିବା ସୁନିଶ୍ଚିତ ବୋହୁ. ମୁନା ଧଡ଼ପଡ଼ ହୋଇ ଆଉ ଦୁଇଟି ଇମୋଜୀ କରିଚାଲିଥିଲା.ଏଣିକି ଖରା ହେଉ ଅବା ବର୍ଷା କି ଶୀତ ମୁନା ଟିଫିନରେ ସ୍ୟାଣ୍ଡଉଇଚ ବଦଳରେ କେଵେ ଧଳା ଧଳା ଗୋଲ ଗୋଲ ମଣ୍ଡା ପିଠା ତ କେଵେ କନା ପକେଇ ଚିତଉ ପିଠା ତ କେଵେ ସରୁଚକୁଳି ପିଠା ରହୁଥିଲା ।



Rate this content
Log in