ଗୁରୁ ପୂର୍ଣ୍ଣିମା
ଗୁରୁ ପୂର୍ଣ୍ଣିମା
ଜ୍ଞାନର ଅନ୍ୟ ନାମ ବିଦ୍ୟା ମଣିଷର ବିଦ୍ୟା ବୁଦ୍ଧି ଜ୍ଞାନ ଅଟେ ଶ୍ରେଷ୍ଠ ବନ୍ଧୁ ସେ ବନ୍ଧୁତାର ଅନ୍ତ ନାହିଁ ସେ ଅନନ୍ତ. ନାହିଁ ତାର ଶେଷ ଠିକଣା ସେଇ ବନ୍ଧୁ, ଦରଦୀ ବୁକୁରେ ମହକାଏ ପ୍ରେମର ଅମିୟ ଧାରା ତୋଳିଥାଏ ଅନ୍ତରର ଭାବାବେଗ. ସଦିଛାର ଅନୁରାଗ ପ୍ରାଣର ପ୍ରତିଟି ଅଣୁରେ ଆଣିଥାଏ ହସ ଓ ବିଶ୍ବାସ ତାର ରେଣୁରେ ଜୀବନର ଚଲାପଥେ ଛାଇ ପରି ସାଥେ ଥାଏ. ସୁଖେ ଦୁଃଖେ ସାଥି ସିଏ ଆଶା ଆଶ୍ବାସନା ଦିଏ ଜୀବନର ସଙ୍କଟ ମୁହୂର୍ତ୍ତେ ସେ ନିଃସ୍ବାର୍ଥ ପ୍ରହରୀ ସିଏ ଶୁଭାକାଂକ୍ଷି ମିତ୍ର ଜୀବନର ବିପଦର ସନ୍ଧିକ୍ଷଣ ବେଳେ ଧୈର୍ଯ୍ୟର ମହକ ବାଣୀ ହୃଦୟେ ସେ ବୁଣି ଦିଏ
ସୃଷ୍ଟିରେ ଗୁରୁ ତାଙ୍କର ଜ୍ଞାନ ଆତ୍ମତତ୍ତ୍ୱ ବଳେ ସତ୍ୟ ଧର୍ମ ପଥ ଦେଖାଇ ଥାଆନ୍ତି. ମଣିଷର ସଦଗୁଣକୁ ବଢାନ୍ତି. ଜ୍ଞାନ ଆଲୋକ ଦେଖାଇ ଆଦର୍ଶ ଜୀବନର ଭିତ୍ତିଭୂମି ଗଠନ କରନ୍ତି. ଅନ୍ଧକାର ପଥୁ ବିଦ୍ୟା ବୁଦ୍ଧି ଜ୍ଞାନ ଆଲୋକର ପଥ ଦେଖାନ୍ତି ଛାତ୍ରଙ୍କୁ ଗୁରୁ ତାଙ୍କ ଶିକ୍ଷା ବଳେ ଜ୍ଞାନ ପାଇ ସମସ୍ତେ ଅଜ୍ଞାନରୁ ମୁକ୍ତ ହୁଅନ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାଣ ଥିବା ଯାଏଁ ସର୍ବେ ଶିକ୍ଷା ପାଇଥାନ୍ତି ଶିକ୍ଷା ଗ୍ରହଣରେ କାଳ ପାତ୍ରର ସ୍ଥାନ ନାହିଁ. ଆଲୋକ ବର୍ତ୍ତିକା ଦ୍ୱାରା ନୂତନ ଦିଗନ୍ତ ପଥର ସଂସ୍କାର ପ୍ରଦୀପ ପ୍ରଜ୍ଜ୍ଵଳନ ଶିଖା ତେଜୋଦ୍ଦୀପ୍ତ ଶକ୍ତି ଯୋଗାନ୍ତି ଗୁରୁ. ଗୁରୁ ଦିବ୍ୟ ଜ୍ୟୋତି ଜ୍ଞାନ ଶକ୍ତିକୁ ଶିକ୍ଷାଦ୍ୱାରା ସମୃଦ୍ଧି ଆଣୁ ଥିବାରୁ ସେ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ଵର ହେଉଛି ଏକ ବାସ୍ତବତାଭରା ବାଣୀ
"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ଵର l
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମଶ୍ରୀ ଗୁରୁବେ ନମଃ l
ବ୍ୟାସଦେବ, ବିଶ୍ବାମିତ୍ର, ଭୃଗୁ, ସନ୍ଦିପନୀ
ପରି ଜୀବନ ନିର୍ମାଣ ଧର୍ମ କର୍ମ, ଗୁରୁ ଶିଷ୍ୟର ପରମ୍ପରା ଅନାଦି କାଳରୁ ଏ ଯାବତ ବଜାଇ ରହି ଆସି ଅଛି ଜୀବନର ପ୍ରତେକଟି ସ୍ଥଳରେ ଗୁରୁଙ୍କର ଆବଶ୍ୟକ ରହିଛି ସେଥି ଲାଗି ଗୁରୁ ସ୍ଵୟଂ ଈଶ୍ଵରଙ୍କ ଅବତାର ଏକଲବ୍ୟ ଓ ଅର୍ଜ୍ଜୁନ ମହାବୀର ଗୁରୁ କୃପାରେ ଅମର ବେଦ ଗ୍ରନ୍ଥର ରଚିତା ପରମ ଜ୍ଞାନୀ ବ୍ୟାସଦେଵ ପବିତ୍ର ଆଷାଢ ପୂର୍ଣ୍ଣିମା ତିଥି ପିତା ପରାଶର ମାତା ସତ୍ୟବତୀ କୋଳରେ ଜନ୍ମ ଦିନକୁ ଗୁରୁ ପରମ୍ପରା ପାଳିବା ପାଇଁ ଗୁରୁ ପୂର୍ଣ୍ଣିମା
ଗୁ ଶବ୍ଦର ଅର୍ଥ -ଅନ୍ଧାର ଏବଂ ରୁ ଶବ୍ଦର ଅର୍ଥ ଆଲୋକ ମଣିଷକୁ ଅଜ୍ଞାନରୁ ଜ୍ଞାନର ଆଲୋକ ଦିଅନ୍ତି ସେ ହେଉଛନ୍ତି ଗୁରୁ ପିତା ମାତା ସର୍ବ ପ୍ରଥମେ ଆଦ୍ୟ ଗୁରୁ ଯିଏ ଆମକୁ ଦୁନିଆଁର ଦୁଃଖ କଷ୍ଟ ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ମଣିଷ କରନ୍ତି, ଏ ଦୁନିଆଁର ଆଲୋକ ଦେଖନ୍ତି ଆମକୁ ଜନ୍ମ ଦେଇ, ନିଜେ ନଖାଇ ଆମକୁ ଖାଇବାକୁ ଦିଅନ୍ତି ବିଦ୍ୟା ଗୁରୁ ଆମକୁ ବିଦ୍ୟା ପ୍ରଦାନ କରନ୍ତି, ଜ୍ଞାନରେ ପରିପୂର୍ଣ୍ଣ କରନ୍ତି ଆମ ମସ୍ତିଷ୍କରେ ଜ୍ଞାନର ବୀଜ ରୋପଣ କରି ଓମଣିଷ ପରି ମଣିଷ ହେବାକୁ ଗଢି ତୋଳନ୍ତି କର୍ମ ଗୁରୁ ନିଜ ଯୋଗ୍ୟତା ଦକ୍ଷତା ମୁତାବକ ଆତ୍ମ ସଂସ୍ଥାନ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଥିଲେ ଅର୍ଜୁନ ଙ୍କୁ -:କର୍ମ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ
ଭଗବାନଙ୍କୁ ବି ଗୁରୁ ଗ୍ରହଣ କରିବାକୁ ପଡି ଥିଲା ଅବଦୁତ ଭାଗବତରେ ଚବିଶ ଗୁରୁ ଗ୍ରହଣ କରିଥିଲେ ଗୁରୁ କେବେ ଉଚ୍ଚ ନୀଚ୍ଚ, ଜାତି,ଧର୍ମ, ବୟସ କିଛି ଦେଖେନା. ଗୁରୁ ସବୁବେଳେ ପୂଜନୀୟ ବନ୍ଦନୀୟ
ନମସ୍ୟ ସେଥି ପାଇଁ କଥାରେ ଅଛି -
"ଗୁରୁ ଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ଵର l"
ଗୁରୁ ପୂର୍ଣ୍ଣିମାରେ ମୋ ଗୁରୁ ମାନଂକୁ ଭକ୍ତି ଭରା ପ୍ରଣାମ ।