Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Mitali Paik "Akshyara"

Others

4.4  

Mitali Paik "Akshyara"

Others

ଗପ ହେଲେ ବି କଥା ଟି ସତ(ମୋ ବାପା)

ଗପ ହେଲେ ବି କଥା ଟି ସତ(ମୋ ବାପା)

5 mins
389


 ୭୫ବର୍ଷ ହେଲାଣି, ତା ସହିତ ଡାଇବେଟିସ ଆଉ ଲୋ ବିପି । ଆଜି କାଲି ଦେହ ଭଲ ରହୁନି ବାପାଙ୍କର । ମା' କେତେଥର ଫୋନ କଲାଣି ମୋତେ ଟିକେ ବାପାଙ୍କୁ ଦେଖିଆସିବା ପାଇଁ । ମୁଁ ଏଠି ସ୍କୁଲ ଚାକିରୀ ଆଉ ସ୍ୱାମୀ ଏବଂ ପିଲାଙ୍କ ଗହଣରେ ଏତେ ବ୍ୟସ୍ତ ଯେ ଓଡ଼ିଶା ଯିବାକୁ ସମୟ ହଉନି । ଏବେ ଗରମ ଛୁଟି ଆସୁଛି । ଆସନ୍ତା ଶୁକ୍ରବାର ଟିକେଟ କରିଛି ଟିକେ ବାପାଙ୍କୁ ଦେଖିବାକୁ ଯିବି । ଆଜି କାହିଁକି ବାପାଙ୍କ କଥା ବହୁତ ମନେପଡୁଛି । ବାପା,ବାହାରୁ ନଡିଆ ଭଳି ଶକ୍ତ ଆଉ ଭିତରୁ ରସଗୋଲା ଭଳି ନରମ । ଛୁଆଟେବେଳେ ବାପାଙ୍କ ସାଙ୍ଗରେ ବସରେ ବସି ମାମୁଁ ଘରକୁ ଯାଉଥିଲା ବେଳେ ହଠାତ ପ୍ୟାଣ୍ଟ ରେ ଝାଡା କରିଦେଲି । ବାପା ବଅସ ଅଟକେଇ ମୋତେ ପାଞ୍ଛେଇ ଦେଇଥିଲେ । କୁଟା ଖଣ୍ଡକୁ ଦୁଇଖଣ୍ଡ ନକରୁଥିବା ବାପାଙ୍କ ର ସେଇ କଥା ମନେପଡିଲେ ଆଜି ବି ବହୁତ ହସ ଲାଗେ । ସେଥିପାଇଁ ମା'ବି ସବୁବେଳେ ବାପାଙ୍କୁ ଦେଖେଇ କି କୁହେ ନିଜର ଡ୍ରେସ ଟିକେ ବି ଉଠେଇ କି ରଖା ହଉନି କିନ୍ତୁ ଝିଅ କୁ କିଛି ହେଲେ ଦୁନିଆ ଏପଟ ସେପଟ କରିଦଉଛ ।


ମୋ ବାପା ଜଣେ ସିଭିଲ ଇଂଜିନିୟର । ମୋତେ ସବୁବେଳେ ଗଣିତ ଆଉ ବିଜ୍ଞାନ ପଢାନ୍ତି । ଯେତେ ଥକିକି ଅଫିସରୁ ଆସିଥିଲେବି ମୋତେ ପଢେଇବା ଭୁଲନ୍ତିନି । କଉଗୋଟେ ମାଷ୍ଟର ମୋତେ କହିଲା ତୋର ତ୍ରିକୋଣମିତି ହବନି । ଏତେ ବୁଦ୍ଧି ତୋର ନାହିଁ । ଘରେ ଆସି ବହୁତ କାନ୍ଦିଲି । ବାପା କଣ ଆଉ ଝିଅର ଏଇ ଦୁଃଖ ଦେଖି ପରିଥାନ୍ତେ,ଦ୍ରୋଣାଚାର୍ୟ ଅର୍ଜୁନଙ୍କୁ ଜ୍ଞାନ ଦେଲାଭଳି ତ୍ରିକୋଣମିତି ଟା ଦୁଇ ଦିନଭିତରେ ବୁଝେଇଦେଲେ । ଆଜି ତ୍ରିକୋଣମିତିର ଏମିତି କଉ ପ୍ରଶ୍ନ ନାହିଁ ଯଉଟାକି ମୁ ସମାଧାନ ନ କରି ପାରିବି । ଇତିହାସ ଆଉ ଭୂଗୋଳ ରେ ବହୁତ କମ ନମ୍ବର ରହୁଥିଲା । ଆଉ କୋଡିଏ ଦିନ ପରେ ଦଶମ ବୋର୍ଡ଼ ପରୀକ୍ଷା । ସେଇ କୋଡିଏ ଦିନ ବାପା ଆଉ କଣ ଶୋଇଛନ୍ତି,ରାତି ଗୋଟେ ପର୍ଯ୍ୟନ୍ତ ବୋଇତାଳୁ କାଟି ଅକ୍ଷାଂଶ, ଦ୍ରାଘିମା, ବୁଝେଇବା ଠାରୁ ଆରମ୍ଭ କରି ହରପ୍ପା ମହେଞ୍ଜୋଦାର ସଭ୍ୟତା ଆଉ ମୋଗଲ ଶାସନ ଭଳି କଷ୍ଟ ବିଷୟକୁ ଛୋଟ ଛୋଟ କାହାଣି ଆକାରରେ ଶୁଣାଉଥିଲେ ।


ତାଙ୍କ ଏ ପରିଶ୍ରମ ବୃଥା ବି କେମିତି ଯାଆନ୍ତା?ଦଶମ ବୋର୍ଡ଼ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଭଲ ଅଙ୍କରେ ପାଶ ହେଲି । ଗଣିତ ବିଜ୍ଞାନରେ ତ ଭଲ ଅଙ୍କ ମିଳିବ ଜାଣିଥିଲି କିନ୍ତୁ ଇତିହାସ ନମ୍ବର ମୋତେ ଆଉ ବାପାଙ୍କୁ ଆଶ୍ଚର୍ଯ୍ୟ କରିଥିଲା,୭୦/୭୫ । ମୋ ବାପା ବାସ୍ତବରେ ଖୁବ ପରିଶ୍ରମୀ ସହିତ, ପଢେଇବାର ଶୈଳୀ ଖୁବ ଭଲଭାବେ ଜାଣିଥିଲେ । ତାପରେ ଇଂଜିନିୟରିଂ ପୁରା କଲି । ଏବେ ବିବାହ ବୟସ । ମୁଁ ନିଜେ ପୁଅ ପସନ୍ଦ କରିଥିଲି । ବାପା କିନ୍ତୁ ତାଙ୍କ ତରଫରୁ ପୁଅର ବହୁତ ଛାନଭିନ କଲେ । ମନେହଉଥିଲା, ବାପା ନୁହଁ ଜଣେ ଇଂଭେସ୍ଟିଗେଟିଙ୍ଗ ଅଫିସର । ଯାହା ହଉ ବାପା ମା'ଙ୍କ ସମ୍ମତିରେ ବାହାଘର ଭି ସମ୍ପୂର୍ଣ୍ଣ ହେଲା । ପ୍ରଥମ ଡେଲିଭରି ଟାଇମ ରେ ବାପଘରକୁ ଯାଇଥିଲି । ବାପା ବହୁତ ଖୁସି ଥିଲେ । ମୁ ଯଉଦିନ ହସ୍ପିଟାଲରେ ଭର୍ତ୍ତି ହେଲି,ବାପା ଡାକ୍ତର ମ୍ୟାଡ଼ମଙ୍କୁ କହିଲେ,ମ୍ୟାଡ଼ମ ଜମା ନର୍ମାଲ ଡେଲିଭରି ମୋର ଦରକାର ନାହିଁ,ମୋ ଝିଅକୁ ବହୁତ କଷ୍ଟ ହବ,ଆପଣ ସିଜେରିଆନ କରିଦିଅନ୍ତୁ । ମୁଁ ବହୁତ ହସିଥିଲି । ନାତି ହେଲାପରେ ବାପାଙ୍କ ଛାତି ପୁରା କୁଂଣ୍ଡେମୋଟ । ଦୁଇ ଦିନ ବି ମୋତେ ହସ୍ପିଟାଲରେ ରହିବାକୁ ଦେଲେନି । ଶୀଘ୍ର ଘରକୁ ନେଇଆସିଥିଲେ । ଆଉ ଆଜି, ମୋର ଟିକେ ଦେହ ଖରାପ ହେଲେ ବି ପଚାରିବାକୁ କେହି ନାହାନ୍ତି ।


ସବୁବେଳେ ମନେପଡେ ବାପାଙ୍କ କଥା । ବାହାଘର ପରେ ଯେତେବେଳେ ବି ଘରକୁଯାଏ ଗୋଟେ ବ୍ୟାଗ ନେଇକି ଯାଏ କିନ୍ତୁ ଆସେ ତିନିଟା ବ୍ୟାଗ ନେଇ । ସେଇ ଯଉ ଅଧିକା ଦିଟା ବ୍ୟାଗ ଥାଏ,ସେଥିରେ ନାତି ନାତୁଣୀଙ୍କ ପାଇଁ ଖେଳନା,ଜାମା ପଟା,ଝିଅ ଜୋଇଁ ଙ୍କ ପାଇଁ କପଡା,ମିଠା,ଚିଙ୍ଗୁଡ଼ି ଆଉ ଇଲିଶି ମାଛ ଭଜା କେତେ କଣ । କହିବାକୁ ଗଲେ ସେଇ ବ୍ୟାଗ ଦୁଇଟା ମୋ ବାପାଙ୍କ ସ୍ନେହରେ ଭରା ଥିଲା । ଜୋଇଁଙ୍କ କଉ କଥା ଖରାପ ଲାଗିଲେ ମୋତେ ଶୁଣେଇକି ବି କହୁଥିଲେ ନିଜେ ପସନ୍ଦ କଲେ ଯାହା ହୁଏ । ମନ କଷ୍ଟ ହେଲେ ବି ବୁଝି ପାରୁଥିଲି ସିଏ ଜଣେ ବାପା । ନିଜ ପସନ୍ଦରେ ବାହାଘର କରିଥିଲେ ତାଙ୍କୁ ୟେ ଗ୍ଲାନି ନଥାନ୍ତା । ସବୁବେଳେ ମୋତେ ଷ୍ଟେସନ ରେ ଛାଡିବାକୁ ଆସନ୍ତି । ଆଉ ମୋତେ କୁହନ୍ତି କାହାକୁ ଡ଼ରିବା ଦରକାର ନାହିଁ । ତୋ ବାପା ଯେତେ ପର୍ଯ୍ୟନ୍ତ ବଞ୍ଚିଛି,ତୋତେ ପାଳିବ । ବାପାଙ୍କ ଏଇ କଥା ଦୁଇପଦ ଅନେକ ଆଶ୍ୱାସନା ଦେଇଥାଏ ମନକୁ । ଆଖିରେ ଆଖିଏ ଲୁହ ନେଇ ଫେରେ ସବୁବେଳେ । ଏଇ କିଛି ଚାରି, ପାଞ୍ଚ ବର୍ଷ ହେଲା ଘରକୁ ଯାଇନି । ଆଜି ଶୁକ୍ରବାର । ଜଲଦି ଜଲଦି ଲୁଗାପଟା ସଜାଡ଼ି ହାତରେ ଗୋଟେ ବ୍ୟାଗ ଧରି ଓଡ଼ିଶା ପାଇଁ ବାହାରିଲି । ଘରେ ପହଞ୍ଚି ବାପାଙ୍କ ରୁମ କୁ ଯାଇ ଦେଖେ ବାପା ପୁରା ଦୁର୍ବଳ ହେଇଯାଇଛନ୍ତି । ମୋତେ ଦେଖି ବହୁତ ଖୁସି ହେଲେ ଆଉ ଯୋର ରେ କହିଲେ ମା' କୁ,ଏଇ ଦେଖେ ମୋ ଝିଅ ଆସିଗଲାଣି ଏବେ ମୁଁ ପୁରା ଭଲ ହେଇଯିବି । ଆସେ ମା, ମୋ ପାଖରେ ଟିକେ ବସେ । ଟିକେ ତୋ ସହିତ ଗପ ସପ କରେ । କିଛି ସମୟ କଥା ହେଲାପରେ ଦେଖିଲି, ମା', ଭାତ, ମାଛ ତରକାରୀ,ଘାଣ୍ଟ ଆଉ ବୋଇତାଳୁ ଫୁଲ ଭଜା ଆଣି ଆମ ସମସ୍ତଙ୍କୁ ଖାଇବାକୁ ଡାକିଲା । ସବୁ ମୋ ପସନ୍ଦର ଖାଇବା । ଖାଇବା ଦେଖି ମା'କୁ ପଚାରିଲି, ଏତେସବୁ ବଜ଼ାର ଘାଟ କିଏ କଲା । କିଏ ଆଉ ତୋ ବାପା ପରା କାଲିଠାରୁ ଶୋଇ ନାହାଁନ୍ତି । ସକାଳ ହେଲାମାତ୍ରେ ପଡ଼ିଶା ଘର ସେଇ ବାପି କୁ ଡାକି ତାସହିତ ବଜ଼ାର ଯାଇ ଏଇ ସବୁ ଆଣିଛନ୍ତି । ବାପାଙ୍କ ଆଡକୁ ଚାହିଁ ମନେ ମନେ ଭାବୁଥିଲି,ମୁଁ ବାପାଙ୍କୁ ଦେଖିବାକୁ ଆସିଛି କି ବାପା ମୋତେ ଏବେ ବି ଦେଖୁଛନ୍ତି । ସାତ ଦିନ ଘରେ ରହିଲି । ବାପାଙ୍କୁ ବହୁତ ଭଲ ଲାଗିଲା । କହିଲେ ମା, ଟିକେ ମଝିରେ ମଝିରେ ଆସୁଥିବୁ । ବାସ ,ଏବେ ମୋତେ ଫେରିବାକୁ ପଡିବ । ଆସିଲାବେଳେ ବାପାଙ୍କୁ କହିଲି,ବାପା ଟିକେ ନିଜର ଯତ୍ନ ନେଉଥିବା । ମୁଁ ମୋ ବ୍ୟାଗ ଟା ଧରି ଅଟୋରେ ବସି ଷ୍ଟେସନକୁ ବାହାରିଲି । ଅଟୋରୁ ଓଲ୍ଲେହି ଟିକେ ଆଗକୁ ପ୍ଲାଟଫର୍ମ କୁ ବଢିଛି,ବାପାଙ୍କ ଡାକ ମୋ କାନରେ ପଡିଲା । ଦେଖେ ତ ବାପା ସେଇ ପଡ଼ିଶା ବାପି ଟୋକା ଟା ସହିତ ଗାଡ଼ିରେ ବସି, ହାତରେ ଦୁଇଟା ବ୍ୟାଗ ଧରି ମୋ ସାମନାରେ ହାଜିର । ମା' ତୁ ଖାଲି ହାତରେ କେମିତି ବାପଘରୁ ଯାଉଛୁ । ଜୋଇଁ କଣ ଭାବିବେ,ମୋ ନାତି ନାତୁଣୀ ପଚାରିବେ ଅଜା ଆଈ କଣ ପଠେଇଛନ୍ତି?ନେ,ବାପି ଏଇ ଦୁଇଟା ବ୍ୟାଗ, ଦେଈ ର ଟ୍ରେନ ଡବା ଭିତରେ ରଖିଦେ ।


ମୁଁ ବାପାଙ୍କୁ ଏକ ଲୟରେ ଚାହିଁଥିଲି । ଆଉ ପଚାରିଲି ବାପା ତମେ ଏଇ ଅବସ୍ଥାରେ ଆଉ ଏଇ ବୟସ ରେ ଭି ମୋତେ ଖାଲି ହାତରେ ଯିବାକୁ ଦଉନ । ଆଉ ତମେ ତ ବାପିକୁ ପଠେଇଦେଇଥାନ୍ତ,ନିଜେ କାହିଁକି ଆସିଲ,ତମ ଦେହଟା ଭଲ ନାହିଁ । ବାପା ଟିକେ ସ୍ମିତହାସ୍ୟ ଦେଇ କହିଲେ ମା',ମୁ ପରା ବାପା । ଜୀବନରେ ଏତେ ସମୟ ପର୍ଯ୍ୟନ୍ତ ଯେତେବେଳେ ତୋତେ କେବେ ଏକା ଛାଡିନି,ଆଜି କେମିତି ଛାଡ଼ିଦେବି । ଯାଆ ମା' ଯାଆ । ଗାଡି ଛାଡ଼ିଦେଵ । ଭଗବାନ ତୋର ମଙ୍ଗଳ କରନ୍ତୁ । ଗାଡ଼ିରେ ଚଢ଼ିଗଲି,ବାପା କେତେବେଳେ ମୋ ଆଖିସାମ୍ନାରୁ ଧୀରେ ଧୀରେ ଅନ୍ତର୍ଦ୍ଧାନ ହେଇଗଲେ ଜାଣିପାରିଲିନି । ସେଇଥିପାଇଁ ବୋଧେ ଲୋକେ କହନ୍ତି କି, ମା ବାପାଙ୍କ ଋଣ କେବେବି ସୁଝିହୁଏନି । ଭଗବାନ ଙ୍କୁ ସବୁବେଳେ ଏଇୟା ହି ପ୍ରାର୍ଥନା କରୁଛି କି ସବୁ ଜନ୍ମରେ ମୋତେ ଏଇ ବାପା ହିଁ ମିଳନ୍ତୁ । ସିଏ ପରା ବାପା,ବାହାରୁ ସିନା ନଡିଆ ଭଳି ଶକ୍ତ କିନ୍ତୁ ଭିତରୁ ପୁରା ରସଗୋଲା ଭଳି ନରମ । । ।            


Rate this content
Log in