Mitali Paik "Akshyara"

Children Stories Drama

4.9  

Mitali Paik "Akshyara"

Children Stories Drama

ମୋ ଆଖିର ତାରା

ମୋ ଆଖିର ତାରା

2 mins
317


ଆଜି ରବିବାର।ସପ୍ତାହରେ ଛ ଦିନ କାମ କରି ସାରିବା ପରେ ଆଜି ଟିକେ ଶାନ୍ତିରେ ନିଃଶ୍ୱାସ ମାରିବାର ଦିନ।ସକାଳୁ ଉଠି ଜଳଖିଆ ସାରିବା ପରେ ଲୁଗାପଟା କାଚିବାରେ ବ୍ୟସ୍ତ ଥିଲି।ହଠାତ ମୋ ପୁଅର ଜୋର ରେ ପାଟି ଶୁଣି ବେଡ଼ରୁମକୁ ଦୌଡ଼ିଗଲି।ମୋ ପାଞ୍ଚ ବର୍ଷର ଝିଅ କୁନି,ହାତରେ କଇଁଚିଟା ଧରି ମୋ ବପଘରୁ ଆସିଥିବା ସାବିତ୍ରୀ ଅମାବାସ୍ୟା ଶାଢୀଟାକୁ କାଟିବାରେ ବ୍ୟସ୍ତ।ପୁଅ ଚିଲ୍ଲେଇ ଚିଲ୍ଲେଇ କହୁଥାଏ,ମା',ଦେଖେ କୁନି ତୋ ନୂଆ ଶାଢ଼ୀ ଟାକୁ କେମିତି କାଟୁଛି।ମୋ ଆଖି ଆଗରେ ୩ହଜ଼ାର ଟଙ୍କାର ଶାଢ଼ୀର ଦୁରାବସ୍ଥା ଆଉ ଦେଖି ହେଲାନି।ଝିଅ ଗାଲରେ ଚାପୁଡାଟିଏ କସିଦେଲି।ପୁଅ ପିଠିରେ ବି ଗୋଟେ ପାହାର ପଡିଲା।ଭାବିଥିଲି ଆଜି ରବିବାର ଟିକେ ପିଲାମାନଙ୍କ ସାଙ୍ଗରେ ଖେଳିକି ସମୟଟା କାଟିବି,କଉଠି ହେଇପାରିଲା।ଦିଜଣଙ୍କୁ ଟାଣି ଟାଣି ତାଙ୍କ ବାପା ପାଖକୁ ନେଇଗଲି।ଜୋରରେ ଚିଲ୍ଲେଇ କହିଲି ଖାଲି ମୋବାଇଲ ଟା ଧରି ଟୁକର ଟୁକୁର କରୁଥାଅ,ଟିକେ ପିଲାଙ୍କୁ ବି ଧ୍ୟାନ ଦିଅ।ମୋ ସ୍ୱାମୀ ମୋତେ ଟିକେ ଚାହିଁ କହିଲେ କାହିଁକି ସକାଳୁ ସକାଳୁ ଏତେ ଚିଲ୍ଲାଉଛ।ମୋତେ ଜୋରରେ ରାଗ ଚଢି କି ଥିଲା ସେଥିପାଇଁ କହିଦେଲି, ବୋପାର ବେଶୀ ପଇସା ତ ପିଲା ଦି'ଟାଜିନିଷ ନଷ୍ଟ କରିବାରେ ପାରଙ୍ଗମ।କୁନି ଆଡକୁ ନଜ଼ର ନେଇ ମୋ ସ୍ୱାମୀ କହିଲେ କଣ ହେଲା କିଲୋ କୁନି ତୁ କଣ କଲୁ।


ଜୋରରେ କାନ୍ଦି କି କହିଲା ମୁଁ ତ ମୋ କଣ୍ଢେଇର ବାହାଘର ଶାଢୀ ବନଉଥିଲି ମା'ଶାଢ଼ୀ କୁ କାଟିକି।ଭାଇ ଚିଲ୍ଲେଇକି ମା କୁ ଡ଼ାକିଦେଲା।ମା' ର ତ ଏତେ ଲମ୍ବା ଶାଢ଼ୀ, ଟିକେ କାଟିଲେ କଣ ହେଇଯିବ।ତା କଥା ଶୁଣି ମୁଁଁ ପୁରା ହତବାକ।ମୋ ସ୍ୱାମୀ ପୁଅକୁ ଦେଖି ପଚାରିଲେ ତୁ କଣ ମଜ଼ା ଦେଖୁଥିଲୁ।ଆଜି ଦିଜଣଙ୍କୁ ଦଣ୍ଡ ମିଳିବ।ଆଜି ସନ୍ଧ୍ୟାରେ ତୋ ମା ଆଉ ମୁଁଁ ତମ ଦିଜଣଙ୍କୁ ବିକିଦେବୁ।କୁନି କୁ ଆମ ଘରକୁ ଯଉ ଶାନ୍ତି ଆଣ୍ଟି ଘରକାମ କରିବାକୁ ଆସୁଛି ତାକୁ ଦେବା ଆଉ ପୁଅକୁ ଆମ କ୍ଷୀର ବାଲା ଚଗଲା ମଉସାକୁ ।ଏକଥା ଶୁଣିବା ମାତ୍ରେ ଦିଜଣଙ୍କ ଅବସ୍ଥା ଖରାପ।ପୁଅ ମୋର ଝିଅର ହାତକୁ ଟାଣି ଟାଣି ନେଇ ବେଡ଼ରୁମକୁ ଦୌଡ଼ିଗଲା।ଆମେଦିଜଣ ଚୁପ ଚୁପ କବାଟ ପାଖରେ କାନଦେଇ ଶୁଣୁଥିଲୁ।ଝିଅ ମୋର କହୁଛି,ଭାଇ ତୁ ମୋତେ ମନା କାହିଁକି କଲୁନି ଶାଢ଼ୀଟା କାଟିବା ପାଇଁ।ଦେଖେ ବାପା ଆମ ଦିଜଣଙ୍କୁ ବିକିଦେବେ।ଏବେ କଣ କରିବା।ମୁଁଁ ତ ମା'ବିନା ରହିପାରିବିନି।ଶାନ୍ତି ଆଣ୍ଟି ଯଦି ମୋତେ ମାରିଲା ମୁଁ କଣ କରିବି।ମୋ ପୁଅ ଟିକେ ମୁଁହଁକୁ ସୁଖେଇ କହୁଥିଲା, ଜଣଙ୍କ ଘରେ ସିନା ବିକିଥିଲେ ହେଇଥାନ୍ତା, କିନ୍ତୁ ଅଲଗା ଅଲଗା କେମିତି ରହିବା।କୁନି ତୋ କଥା ବହୁତ ମନେପଡିବ।ରାକ୍ଷୀରେ ମୋତେ ମନେପକେଇବୁତ କୁନି?ମା' ହାତ ରନ୍ଧା ଆଉ ବାପା ଙ୍କ ଗେଲ ବହୁତ ମନେପଡିବ।ଭାଇ ପ୍ଲିଜ ସେମିତି ଜମା କହନା,ଆଉ ମା' କୁ କଣ ଆମ ଠାରୁ ତା ଶାଢ଼ୀଟା ବେଶୀ ପ୍ରୀୟ?ହଉ ଠିକ ଅଛି ଭାଇ ମା'ତ ରାଗିଛି,ଆଉ ଆମେ ଭୁଲ ଯେତେବେଳେ କରିଛନ୍ତି ଦଣ୍ଡ ତ ଭୋଗିବାକୁ ପଡିବ।ଦିଜଣ ଦିଜଣଙ୍କୁ କୁଣ୍ଢେଇକି ବହୁତ କାନ୍ଦୁଥିଲେ।ଏସବୁ ଶୁଣି କି ମୋ ଆଖିରେ ଲୁହ ଭରିଗଲା।ମୋ ସ୍ୱାମୀଙ୍କୁ ଟିକେ ରାଗିକି ଅନେଇ କହିଲି, ତମକୁ ବିକିବା କଥା କିଏ କହିବାକୁ କହିଲା ସେମାନଙ୍କୁ।ସେ ଟିକେ ମୁଁରୁକି ହସି କହିଲେ ତମେ ହିଁ ମୋତେ ଦଣ୍ଡ ଦେବାକୁ କହିଲ ଆଉ ଏବେ ଏ କି କଥା,ସାଙ୍ଗେ ସାଙ୍ଗେ ତରଳି ଭି ଗଲ।ତମ ମାତୃତ୍ୱ ମୋ ବୁଦ୍ଧିର ବାହାରେ।କବାଟ ଟାକୁ ଧକା ଦେଇ ଭିତରେ ପଶିଲି।ପିଲାଦିଟାଙ୍କ ଆଖିରେ ଆଖିଏ ଲୁହ।ଝିଅ ପୁଅ ମୋର ଦଉଡି ଆସିଲେ ମୋ କୋଳକୁ ଆଉ କଇଁ କଇଁ ହେଇ ମୋତେ କହିଲେ ମା' ,ଆଉ କେବେ ବି କରିବୁନି ଏମିତି ଭୁଲ।ତୁ ଆମକୁ ବିକିଦେନି ।ମୁଁ ଆଉ ସମ୍ଭାଳି ପାରିଲିନି, ଦିଜଣଙ୍କୁ କୋଳେଇ ନେଇ କହିଲି ତମେ ଦିଜଣ ତ ମୋ ଆଖିର ତାରା,ମୋ ସୁନାର ପସରା।ତମକୁ କେମିତି ବିକିଦେବି।ଆମ ଭଲପାଇବା ଦେଖି ମୋ ସ୍ୱାମୀ କବାଟ ଫାଙ୍କରୁ ହସଭରା ଲୁହ ନେଇ ମୁଁରୁକି ହସ ଦଉଥିଲେ ।


Rate this content
Log in