STORYMIRROR

Sunanda Mohanty

Children Stories Tragedy Inspirational

4  

Sunanda Mohanty

Children Stories Tragedy Inspirational

ଗଛ ହିଁ ଜୀଵନ

ଗଛ ହିଁ ଜୀଵନ

2 mins
1

ପିଲାଦିନେ ଅଜାଙ୍କ ସଙ୍ଗେ ମିଶି ଲଗେଇଥିବା ଆମ୍ବଗଛଟାରେ ଏବେ ଫଳ ଆସିଲାଣି. ଅଜାଘର ପୁରୀରୁ ମାଆ ପାଇଁ ସାବିତ୍ରୀ ଭାରରେ ସବୁ ଜିନିଷ ପତ୍ର ସହ ଜଗନ୍ନାଥଙ୍କ ଅବଢ଼ା ଆଣି ଆସିଥାଆନ୍ତି ଅଜା. ବାପା ମଧ୍ୟ ଆମ ଗାଁରୁ ଯୋଗାଡ଼ କରିଥାନ୍ତି ଢେର ସାରା ପାଚିଲା ମିଠା ଆମ୍ବ. ଅଜା ଆମ୍ବ ଖାଇ ଖୁସି ହୋଇଯାଆନ୍ତି ଓ ସେହି ଆମ୍ବ ଖାଇସାରି ତାର ଟାକୁଆକୁ ବାଡ଼ିରେ ପୋତିଲା ବେଳେ ରାଜୁକୁ କହନ୍ତି ଖାଲି ଆମ୍ବ ଖାଇବାକୁ ଭଲ ପାଇଲେ ହେବନାହିଁ ରାଜୁ ବରଂ ଆଉ ଆଉ ଗଛ ସବୁ କେମିତି ବଞ୍ଚିବ ସେକଥା ମଧ୍ୟ ଭାବିବାକୁ ପଡିବ. ଏମିତି କଥା କେତେଟା ଅଜାଙ୍କର ସେତେବେଳେ ଅଜାଙ୍କୁ ଉପରେ ବିରକ୍ତ ହେବାର ଖୋରାକ ଯୋଗାଉଥିଲାବେଳେ ଏବେ କାନ୍ଦ ଆସିଯାଏ ଆଖିକୁ. ବାପାଙ୍କୁ ମିଠା ଆମ୍ବ ଖାଇବାକୁ କହିଲା ବେଳେ ଖଡ଼ି ଆଣିବାକୁ କହିବାକୁ ମନେ ପଡୁନି କି ତୋର ରାଜୁ କହନ୍ତି ଅଜା ତ ପିଲାଦିନେ ରାଜୁ ଭାବେ ତା ପାଇଁ ଆଣିଥିବା ପୁରୀରୁ ନାଲି ବାଡ଼ିରେ କଷି ପାରନ୍ତାକି ରାଜୁ ଅଜାଙ୍କ ପିଠିରେ ଦୁଇ ପାହାର!ସେଥିରେ ପୁଣି ମାଆ କହୁଥିବ ଅଜାଙ୍କୁ ଯେ ଦେଖିଲ ବାପା ରାଜୁ କେମିତି ସ୍କୁଲର ଡିବେଟ ପ୍ରତିଯୋଗିତାରେ ପ୍ରଥମ ବଦଳରେ ଦ୍ୱିତୀୟ କି ତୃତୀୟ ସ୍ଥାନ ଅଧିକାର କରୁଛି ତ ଅଜା ଲେଖେଇ ବସେଇବେ ଗାନ୍ଧିଙ୍କ ଜୀବନି ତଥା ଗୋପବନ୍ଧୁ ଆଦି ବରପୁତ୍ରମାନଙ୍କ ଜୀବନୀ ତ ରାଜୁ ଭାବୁଥାଏ ଏ ମାଙ୍କଡ଼ ବୁଢା କାହିଁକି ଆସେ କେଜାଣି ଆମ ଘରକୁ!କ୍ଲାସର ଟାସ୍କ କରିବି ନା ସେହି ମରି ହଜି ଯାଇଥିବା ବରପୁତ୍ର ବୋଲାଉଥିବା ଗାନ୍ଧି, ଜବାହରଲାଲ ନେହେରୁ , ଶାସ୍ତ୍ରୀ,ଲାଲ, ବାଲ, ପାଲ, ଲଷ୍ମଣ ନାୟକ, ବିର୍ସାମୁଣ୍ଡା, ବାଘା ଯତୀନଙ୍କ କଥା ମନେରଖିବି! ପରେ କିନ୍ତୁ ଉଚ୍ଚଶିକ୍ଷା ପାଇବାକୁ ଦେଶ ବିଦେଶରେ ରହି ପଢିଲା ବେଳେ ନିଜ ରାଇଜର ବରପୁତ୍ରମାନଙ୍କ କଥା ସ୍ମରଣ କରି ବିଦେଶମାଟିର ଲୋକଙ୍କୁ ଆମ ରାଇଜର ତଥା ଦେଶର ବରପୁତ୍ରମାନଙ୍କ କାହାଣୀ କହିପାରି ଢେର ପ୍ରଶଂସା ସହ ଆତ୍ମସ୍ୱାଭିମାନ ବଢ଼େଇ ପାରିଥିଲା ରାଜୁ.
    ଏବେ ରାଜୁ ଚାକିରୀ ପାଇ ଗଲାଣି. ଘରକୁ ରଜକୁ ମାଆ ବାପା ପାଇଁ ପ୍ରଥମ ଦରମାରୁ ନୂଆ ଲୁଗା ପଟା କିଣି ନେଇ ଆସିବା ବେଳେ ମାଆ ଖୁସିରେ କାନ୍ଦିପକାଉଛି ଭାବିବାବେଳେ ମାଆ କିନ୍ତୁ ରାଜୁକୁ ବାଡ଼ିପଟକୁ ନେଇ ପ୍ରଥମ ଫଳ ଆସିଥିବା ଆମ୍ବଗଛଟିକୁ ଦେଖେଇ କହୁଥିଲା ଏ ଆମ୍ବଗଛଟି ଭିତରେ ତୋ ଅଜାଙ୍କ ସ୍ମୃତି ରହିଛି . ତୋର ଆଜିର ଦିନ ପାଇଁ ଅଜା କେତେ ସ୍ବପ୍ନ ଦେଖିନଥିଲେ!ରାଜୁର ଆଜି ପ୍ରଥମ କରି ମନେହେଲା ଅଜା ବଞ୍ଚି ଥାଆନ୍ତେ କି!ଅଜାଙ୍କ ସ୍ମୃତିରେ ଖାଲି ଆମ୍ବ ଗଛ କାହିଁକି ପଣସ, ନଡ଼ିଆ, ପିଜୁଳି, କଦଳୀ ଗଛ ଲଗାଇ ଚାଲିଥିଲା ରାଜୁ. ସତେକି ଅଜା କହୁଥିଲେ ଗଛ ହିଁ ଆମର ଜୀଵନ.ରାତିରେ ତାରା ଭର୍ତ୍ତି ଆକାଶକୁ ଚାହିଁ ରହିଥିଲା ବେଳେ ଅଜାଙ୍କ ମୁଁହଁ ନାଚୁଥିଲା ଜହ୍ନ ଭିତରେ ତ ମାଆ ଡାକ ଛାଡୁଥିଲା ତଳକୁ ଆ ରାଜୁ ଭାତ ବଢା ହେଲାଣି ଯେ.


Rate this content
Log in