ଦୁଇଭଉଣୀ
ଦୁଇଭଉଣୀ
2 mins
85
ଝୁମା ଓ ରିମା ଦୁଇ ଭଉଣୀ ମାଆଙ୍କ ସହ, ନବଘନ ବାବୁଙ୍କ ଘରେ ଭଡା ରହୁଥିଲେ. ବାପା ତାଙ୍କର ମାସକୁ ଥରେ ଘରକୁ ଆସି ଦୁଇଭଉଣୀଙ୍କ ଖାଇବା, ପିଇବା, ପିନ୍ଧିବା ସବୁ ଥୋଇ ଦେଇ ଯାଆନ୍ତି. ମା ମଧ୍ୟ ଦୁଇଭଉଣୀଙ୍କ ଯତ୍ନ ନେବା ସହ ବଡି ଆଚାର, ପାମ୍ପଡ଼ କରୁଥାନ୍ତି କିନ୍ତୁ ଝୁମା ଓ ରିମା ସେସବୁ ନେଇ ସାଙ୍ଗମାନଙ୍କୁ ଦେବା କଥା ମାଆ ଜାଣିଥିଲେ ବି କିଛି କହନ୍ତି ନାହିଁ କାରଣ ତାଙ୍କର ମଧ୍ୟ ପିଲାଦିନ କଥା ମନେପଡେ. ସାଙ୍ଗ ମାନଙ୍କୁ ଦେଇ ତାଙ୍କ ସହ ଭାଗ ହୋଇ ମିଶିମାଶି ଖାଇବାରେ ଖୁବ ମଜ୍ଜା ଥାଏ. ମନେପଡେ ମୁଠି ଚାଉଳ ଭୋଜି. ଯିଏ ଯାହା ଘରୁ ମୁଠେ ମୁଠେ ଚାଉଳ ସହ କିଏ ଆଳୁ କିଏ ବାଇଗଣ କିଏ କାକୁଡି ଇତ୍ୟାଦି ଆଣିଥିବା ପଦାର୍ଥକୁ ନେଇ କାଠି କୁଟା ଜାଳି ଭୋଜି କରି ଏକାଠି ବସି ଖାଇବାରେ ଯେଉଁ ଆନନ୍ଦ ତାହା ଜୀଵନ ସାରା ଭୁଲିହୁଏନା ତ ମାଆ ସେସବୁ ପ୍ରତି ଆଖି ମୁଜି ଦିଅନ୍ତି. ଏବେ ଗରମ ଦିନ ପାଇଁ ବାପା ଦୁଇଭଉଣୀଙ୍କ ପାଇଁ ଆଣିଥିବା ଜୋତା, ଛତା, ନୂଆ ଡିଜାଇନ ପାଣିବୋତଲରୁ ରିମାର ଜୋତା ନଥିଲା ତ ଝୁମାର ଛତା ଏବଂ ରିମାର ପାଣିବୋତଲ ମଧ୍ୟ ନଥିଲା. ଏ ବିଷୟରେ ଝିଅ ଦୁହିଁଙ୍କୁ ନପଚାରି ନବଘନବାବୁ ଅର୍ଥାତ ଭଡ଼ାଘର ମାଲିକଙ୍କ ସଙ୍ଗେ ପରାମର୍ଶ କଲେ ମାଆ ଗୀତା .
ନବଘନ ବାବୁ ଝୁମା ଓ ରିମାଙ୍କୁ ଦୁଇ ନାତୁଣୀ ପରି ସ୍ନେହ କରନ୍ତି. ଅବସର ପରେ ପୁଅ ଝିଅ ଜୋଇଁ ବୋହୁ ନାତି ନାତୁଣୀ ସବୁ ବିଦେଶରେ ଥିବାରୁ ସେ ଝୁମା ଓ ରିମା ଦୁଇ କନ୍ୟା ଶିଶୁଙ୍କ ଭିତରେ ଇଶ୍ୱରଙ୍କ ସତ୍ତା ଅନୁଭବ କରନ୍ତି ତ ସେମାନଙ୍କ ମାଆ ଠାରୁ ସବୁ ଶୁଣି ସେ ଅନୁସନ୍ଧାନ କରି ଯାହା ଜାଣିଲେ ତାଙ୍କ ଆଖିରେ ଲୁହ ବୋଲ ମାନୁନଥିଲା ତ ଝୁମା ଓ ରିମାଙ୍କ ମାଆ ଗୀତାଙ୍କୁ ଝିଅ ପରି ଦେଖୁଥିବାରୁ ତାଙ୍କୁ ନେଇ ସେ ଯୋଉଠି ପହଁଚିଲେ ତାହା ଏକ କୁଡ଼ିଆଠୁ ମଧ୍ୟ ଦୟନୀୟ ଅବସ୍ଥାର ଘର ଥିଲା. ଛାତରୁ ଖରା ବର୍ଷା ରୋକିବା ପାଇଁ ପଲିଥିନ ମଧ୍ୟ ନିଅଣ୍ଟ ଥିଲା. ଏ ପ୍ରଚଣ୍ଡ ଗ୍ରୀଷ୍ମରେ ସେହି ଘରର ଟିକି ଝିଅ ସ୍କୁଲ ଯିବା ପାଇଁ ତା ପାଖେ ଜୋତା କି ଛତା ନଥିଲା. ରୋଗୀଣା ମାଆ ଶଯ୍ୟାଶାୟୀ ଥିବାରୁ ବାପାଙ୍କ ରିକ୍ସା ଟଣା ପଇସା ସବୁ ତାଙ୍କ ପାଇଁ ଖର୍ଚ୍ଚ ହେଇଯାଉଥିଲା. ରିମାର ଜୋତା ଓ ଝୁମାର ଛତା ଧରି ଝିଅ ଚୁମୁକି ଏବେ ସ୍କୁଲ ଯାଉଥିବାର ଦେଖି ମାଆ ଗୀତାଙ୍କ ଆଖିରୁ ଲୁହ ଶୁଖୁନଥିଲା. ଦୁଇଭଉଣୀ ଯେ ତାଙ୍କ ମହତ ପଣିଆ ରଖି ଦିନେ ଭଲ ମଣିଷ ହେବେ ଭାବି ମାଆ ଗୀତା ଘରକୁ ଫେରିବା ବେଳେ ଝୁମା ଓ ରିମା କାନ୍ଦି କାନ୍ଦି କହୁଥିଲେ ଚୁମୁକିର କିଛି ଦୋଷ ନାହିଁ ମାଆ ଆମର ସବୁ ଦୋଷ. ଦୁଇଝିଅଙ୍କୁ କୋଳକୁ ନେଇ ଗୀତା କହୁଥିଲେ ତୁମେ ଦୁଇଭଉଣୀ ମୋ ସୁନାଝିଅ. ତୁମ ଉପରେ ସନ୍ଦେହ କରି ମୁଁ ବରଂ ଦୋଷୀ. ନବଘନ ବାବୁ ଦୁଇ ନାତୁଣୀଙ୍କୁ ସାବାସୀ ଦେଇଥିଲେ.ସେହିଦିନଠୁ ଚୁମୁକିର ସମସ୍ତ ଖର୍ଚ୍ଚ ମାଆ ଗୀତାଦେବୀ ବହନ କରୁଥିଲେ.
