Chittaranjan Nanda

Others

3  

Chittaranjan Nanda

Others

ଢେଙ୍କାନାଳର ଯତନ ନଗର

ଢେଙ୍କାନାଳର ଯତନ ନଗର

2 mins
267



ଢେଙ୍କାନାଳ ଟାଉନରୁ ଯୋରନ୍ଦା ଗାଦି ଓ କପିଳାସ ଗଲା ବେଳେ ଏକ ଛୋଟ ପାହାଡ ଦିଶେ । ତା ଉପରେ ରହିଛି ଯତନ ନଗର। ତାକୁ ମୁଁ ଯାତନା ନଗର ବୋଲି କହି ଆସିଛି।

ରାଜ ପରିବାରର ଆୟସର ପ୍ରତୀକ ରଙ୍ଗମହଲର ସ୍ବପ୍ନ ହେଉଛି ଯତନ ନଗର। ରାଜତନ୍ତ୍ର ରେ ପ୍ରଜା ଶୋଷଣ ର କରୁଣ କାହାଣୀ ର ପ୍ରତୀକ, ଢେଙ୍କାନାଳ ଜନତାର ଲହୁଲୁହର ଅନନ୍ୟ ମୁକ ସାକ୍ଷୀ , ଓ ଶୋଷଣର ଜ୍ୱଳନ୍ତ ଉଦାହରଣ।

 ଏହା ଅତ୍ୟାଚାରୀ ରାଜତନ୍ତ୍ରର ମୁକ ସାକ୍ଷୀ. ଏହା ଢେଙ୍କାନାଳ ରାଜ୍ୟର ରାଜ ପରିବାରର ଶୋଷଣ, ଅତ୍ୟାଚାର ଓ ଲୁଣ୍ଠନର ମୁକ ସାକ୍ଷୀ।

 ବଡ଼ ବଡ଼ କୋଠରୀକୁ ନେଇ ଅନେଶ୍ଵତ୍ କୋଠରୀ ବିଶିଷ୍ଟ ବଙ୍ଗଳା। ତାହା ଆଜି ରୁଗ୍ଣ ଓ ଜରାଜୀର୍ଣ୍ଣ ।

 ଭାରତ ବର୍ଷ ଯେତେବଳେ ଇଂରେଜ ସରକାର ବିରୁଦ୍ଧରେ ଲଢେ଼ଇରେ ବ୍ୟସ୍ତ , ସେତେବେଳକୁ ଢେଙ୍କାନାଳର ଜନ ସାଧାରଣ ଲଢୁଥାଏ ଦୁଇଟି ଶକ୍ତି ବିରୁଦ୍ଧରେ। ଗୋଟିଏ ଇଂରେଜ ଶକ୍ତି ଓ ଅନ୍ୟଟି ଢେଙ୍କାନାଳ ରାଜ ଶକ୍ତି।

ସେ ସମୟରେ ପାହାଡ ଶୀର୍ଷରେ ଏତେ ବଡ ପ୍ରାସାଦର ନିର୍ମାଣ ପାଇଁ 

ଘୋଡା ହାତୀ ସହିତ ଶ୍ରମିକ ଭାବରେ ପ୍ରଜାମାନେ ହଜାର ହଜାର ସଂଖ୍ୟାରେ ପାଳିରେ ବେଠି ଖଟୁଥିଲେ । ଗାଁରୁ ଚୁଡ଼ା ଚାଉଳ ସାଙ୍ଗରେ ଧରି, ରାଜାଘର ବେଠି ପାଇଁ ମାସ ମାସ ଧରି ଖଟି ଥିଲେ ଓ ସାମାନ୍ୟ ଅବହେଳା ପାଇଁ ପଟାୟତ ଠାରୁ ଚାବୁକ ମାଡ଼ ଖାଇ ଲହୁ ଲୁହାଣ ହେଇଥିଲେ। ଅସୁସ୍ଥ ହେବା ମନା ଥିଲା. ହେଲେ ଚିକିତ୍ସା କରିବ କିଏ ? ସାଙ୍ଘାତିକ ରୋଗୀଙ୍କୁ କୁକୁର ଲଗାଇ ହଟେଇ ଦିଆ ଯାଉଥିଲା।

କାମର ତଦାରଖ କରୁଥିଲା ନନ୍ଦ ପେସ୍କାର ଓ ସଂଗେ ସଂଗେ ରୋଗୀର ବାପା କିମ୍ବା ଭାଇକୁ ବାଡ଼େଇ ବାଡ଼େଇ ଧରି ଆଣୁଥିଲା ଗାଁରେ ଥିବା ରାଜାର ଦଫାଦର୍ ମାନେ।

 ଦୁର୍ବଳ କିମ୍ବା ବୁଢା ହାତୀ ଘୋଡା ମାନଙ୍କୁ ଚାବୁକ ମାଡ଼ ମାରି ଗୋଡ଼ ବାନ୍ଧି ପାହାଡରୁ ତଳକୁ ଠେଲି ଦିଆ ଯାଉଥିଲା ।ଢେଙ୍କାନାଳ ରାଜ ଅତ୍ୟାଚାର ବିରୋଧରେ ଅଭିଯୋଗ ମହାତ୍ମା ଗାନ୍ଧୀଙ୍କ ପାଖରେ ପହଞ୍ଚିବାରୁ ଗାନ୍ଧିଜୀ ହରିଜନ ପତ୍ରିକାରେ ତାଙ୍କର ମତ ରଖିଥିଲେ ।

ସେହି ଐତିହାସିକ ସ୍ମୃତି ବହନ କରୁଥିବା "ଯତନ ନଗର" ଆଜି ଜମି ମାଫିଆଙ୍କ କବଳରେ ।


Rate this content
Log in