STORYMIRROR

Jyotirmayee Panda

Others

3  

Jyotirmayee Panda

Others

ଭିନ୍ନ ଏକ ସର୍ତ୍ତ (ଭାଗ -୭)

ଭିନ୍ନ ଏକ ସର୍ତ୍ତ (ଭାଗ -୭)

2 mins
161

ଏମିତି କିଛି ଦିନ ହସ ଖୁସିରେ ବିତି ଚାଲିଲା । ଭଗବାନଙ୍କ କୃପାରୁ ଚାକିରୀରୁ ମିଳୁଥିବା ଅର୍ଥ ପୁଅର ପଢା ସହିତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଯଥେଷ୍ଟ ହେଉଥିଲା । ତେଣୁ ସବୁକିଛି ଠିକ୍ ଠାକ୍ ଚାଲିଥାଏ । ଏପଟେ ନକ୍ସଲଙ୍କ ମୁଖ୍ୟ ସମସ୍ତଙ୍କୁ ଲଗେଇ ଖୋଜିବାରେ ଲାଗି ପଡ଼ିଥିଲେ ସାଜାଦଙ୍କ ବାପାଙ୍କୁ । ଯେହେତୁ ସେ ସେଠି କିଛି ମାସ କାମ କରିଥିଲେ, ତେଣୁ ହୁଏତ ସେ କିଛି ଖବର କୋଉଠି ଜଣେଇଦେବେ ସେ ନେଇ ନକ୍ସଲଙ୍କ ମୁଖ୍ୟ ସଜାଗ ରହିବା ପାଇଁ ଚେଷ୍ଟା ଚଲେଇବା ସହିତ ଏପଟେ କିଛି ଲୋକଙ୍କୁ ସାଜାଦଙ୍କ ବାପାଙ୍କୁ ଖୋଜିବା ପାଇଁ ଲଗେଇ ଦେଇଥିଲେ । 

ଦିନେ ହଠାତ୍ ତାଙ୍କ ଗୋଷ୍ଠୀ ଖୋଜି ଖୋଜି ଜାଣିବାକୁ ପାଇଲେ ଯେ ସାଜାଦଙ୍କ ବାପା କେଉଁଠାରେ ରହୁଛନ୍ତି, ଆଉ ବିଳମ୍ୱ ନ କରି ନକ୍ସଲଙ୍କ ମୁଖ୍ୟ ସେଠାକୁ ଯାଇ ସେଠି ସାଜାଦଙ୍କ ବାପାଙ୍କୁ ଭେଟିଥିଲେ । ଏବଂ ପୁଣି ଥରେ ଆମ ସହିତ ମିଶିକି କାମ କର ବୋଲି ଅଫର୍ ମଧ୍ୟ ଦେଇଥିଲେ । ହେଲେ ସେ ଆଫର୍ କୁ ଏଡାଇ ଦେଇ ସାଜାଦଙ୍କ ବାପା ନିଶ୍ଚିନ୍ତ କରେଇଥିଲେ ଯେ " ସେ ତାଙ୍କ ଗୋଷ୍ଠୀ ବିଷୟରେ କିମ୍ବା ତାଙ୍କ ସହିତ କିଛି ସଂପର୍କ ଥିଲା ବୋଲି କାହାକୁ କହି ନାହାଁନ୍ତି କି ଆଗକୁ ମଧ୍ୟ କେବେବି କହିବେ ନାହିଁ । ହେଲେ ସେ ଏ ରାସ୍ତାକୁ ପରିସ୍ଥିତିରେ ପଡି ଆସିଥିଲେ କିନ୍ତୁ ସେ ଏବେ ସେସବୁକୁ ଛାଡ଼ି ଆଗକୁ ବଢ଼ି ସାରିଛନ୍ତି । ତେଣୁ ଆଉ ସେ ଭିତରେ ପଶିବାରୁ ତାଙ୍କୁ ବଞ୍ଚିତ କରାଯାଉ । " ଏହା କହି ନିଜର ମତାମତ ଜଣେଇ ଥିଲେ । 

ଏହା ଶୁଣି ନକ୍ସଲ୍ ଙ୍କ ମୁଖ୍ୟ ତାଙ୍କୁ ବାଧ୍ୟ କରି ନଥିଲେ । ତଥାପି କହିଥିଲେ, ଯଦି କେବେବି ଦରକାର ପଡିବ ତେବେ ତୁମେ ପୁଣି ମୋ ସହିତ ଆସି ଆମ ଗୋଷ୍ଠୀ ରେ ଯୋଗ ଦେଇ ପାରିବ । ଏତିକି କହି ସେଠାରୁ ସେ ଚାଲି ଯାଇଥିଲେ । ସାଜାଦଙ୍କ ବାପା ମନେ ମନେ ଭାବିଥିଲେ ମୋର ଏବେ ଚାକିରୀକୁ ନେଇ କିଛି ଅସୁବିଧା ନାହିଁ । ପୁଅର ପଢା ପାଇଁ ଯାହା ପଇସା ଦରକାର୍ ସେତିକି ଏ ଚାକିରୀରୁ ହେଇ ଯାଉଛି, ତା ସହିତ ଘର ଖର୍ଚ୍ଚ ବି ସୁରୁଖୁରୁରେ ତୁଲେଇ ହେଇ ଯାଉଛି । ତେବେ ମତେ ଆଉ ସେ ଗୋଷ୍ଠୀରେ ଯୋଗ ଦେବାର ପ୍ରୟୋଜନ ରହିବ ନାହିଁ । ଏମିତି ସବୁ ଠିକ୍ ଠାକ୍ ଚାଲିଲେ ମୁଁ କାହିଁକି ବା ବହୁତ୍ ଭାବି ଭାବି ସେଦିନ ରାତି ଲୁଚି ପଳେଇ ଆସିବା ସମୟରେ ନେଇଥିବା ପ୍ରତିଶ୍ରୁତିକୁ ଏଡାଇ ଦେଇ ନକ୍ସଲମାନଙ୍କ ପାଇଁ କାମ କରିବି । ଆଉ ଦେଶଦ୍ରୋହୀ ହେଇକି ସାରା ଜୀବନ ଛଟପଟ ହେବି । 

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in