Mamata Bebarta Pattnaik

Others

2  

Mamata Bebarta Pattnaik

Others

ଆଜିକାଲି ବର୍ଷାରେ

ଆଜିକାଲି ବର୍ଷାରେ

1 min
1.7K


"ବର୍ଷାର ଛିଟାଯେତେପଡିଲେବି ଏବେ ଆଉ ଵତୁରେଇପରେନା ମନ।ମାଟିର ମହକ ଆଉ ମତୁଆଲା କରେନା କି ଭିଜିଭିଜି ଘରକୁ ଫେରିଲା ପରେ ମନରେ ଆଙ୍କି ହେଇଯାଏନା ସ୍ବପର ଇନ୍ଦ୍ରଧନୁ।ଏଇପରା ,ଦେଖୁନ କୃଷ୍ଣଚୂଡ଼ା ସବୁ ବୃନ୍ତଚ୍ୟୁତ ହେଲେଣି ।ସଁ ବାଳୁଆ ସବୁ ଖାଇଗଲେଣି ସବୁଜପତ୍ର"। ଓଦା ମୁଣ୍ଡ କୁ ତା'ର ଟାୱେଲ ରେ ପୋଛୁପୋଛୁ କହିଲା ପଲ୍ଲୀ।ତା'କଥାସବୁ ଏମିତି କବିତା ପରି।ମୋବାଇଲରୁ ମୁହଁ ନ ହଟାଇ ସୂର୍ଯ୍ୟ କହିଲେ-"ବୟସ ହେଲାପରେ ସବୁ ଏମିତି ଲାଗେ।ବର୍ଷା ଆଉ ବତୁରେଇ ପାରେନା ମନ।ଏହା ସ୍ୱାଭାବିକ।ବର୍ଷାର ଭୁଲ କଣ?"...... "ନା, ଆଜିକାଲି ବର୍ଷାରେ ଏତେ ପ୍ରେମ କାହିଁଯେ.... ମନ ଭିଜାଇବା କଣ ଏତେ ସହଜ କଥା"......ଟାୱେଲ ଟା ତଳେପକାଇ ଚାଲି ଯାଉଯାଉ କହିଗଲା ପଲ୍ଲୀ।ସୂର୍ଯ୍ୟ ଆଉଥରେ ମୋବାଇଲରେ ମନଦେଲେ।


Rate this content
Log in