ଯାଉଛି ମୁଁ ଘଟଗାଁ ....
ଯାଉଛି ମୁଁ ଘଟଗାଁ ....
1 min
6.7K
ଆଜି ମୁଁ ଯାଉଛି ଘଟଗାଁ କୁ ,
ଦେଖିବି ବୋଲି ମୋ ମାଆ କୁ !
କରୁଣା ମୟୀ ସେ ଜୟ ମା' ତାରିଣୀ ,
ଅଭୟ ଦାୟିନୀ ପୁଣି ଶଙ୍କର ଘରଣୀ !
ମା' ତୁହି ଜଗତର ଆଶା ଓ ବିଶ୍ୱାସ ,
ତୋପାଖେ ରହିଛି ମୋର ଜୀବନ ନିଶ୍ୱାସ !
ଭକତ ପାଇଁ କି ତୁହି ଅଟୁଲୋ ତାରିଣୀ ,
ଗୋବିନ୍ଦ ଭଞ୍ଜ ଙ୍କର ଏ ଅମୂଲ୍ୟର ବାଣୀ !
ଶାଳୁଆ ବଣରେ ମା'ଲୋ ତୋହରି ନିବାସ ,
କେତେ ଦୂରୁ ଡାକିଥାଉ ଭକ୍ତ ମୋର ଆସ !
ସମ୍ବଲପୁର ରେ ମା'ଲୋ ତୁହି ସମଲେଇ ,
ଯାଜପୁରେ ବୋଲାଉ ତୁ ନାମ ବିରଜାଈ !
ଏକା ନାମ ଏକା ସ୍ୱର ଅଟୁଲୋ ତୁ ମା' ,
ମୋଜୀବନ ପ୍ରତିକ୍ଷଣେ ହେଉଥିବୁ ସାହା !
ମୁଁହି ଅରକ୍ଷିତ ମା' ଲୋ ଆଶ୍ରା କଲି ତୋତେ ,
ଏ ଘୋର ସଂସାରୁ ମା'ଲୋ ରକ୍ଷା କର ମୋତେ !
ନାହିଁ ମୋର ଧନ ଜନ,ନାହିଁ ବନ୍ଧୁ ବର୍ଗ ,
କରୁଛି ଏ ଜୀବନ କୁ ତୋ ପାଦେ ଉତ୍ସର୍ଗ !
ସଂପର୍କ ର ବନ୍ଧନରେ ରହୁତୁ ଅତୁଟ ,
ମୋର ଏହି ଜୀବନ କୁ ନଦେବୁ ଶଙ୍କଟ !
ବିଦ୍ୟାମୟୀ ଜଗତର ଅଟୁଲୋ ତୁ ରାଣୀ ,
ଶଙ୍କଟ ହାରିଣୀ ବୋଲି ବୋଲାଉ ତାରିଣୀ !
ଜୟ ,ଜୟ,ଜୟ ମା' ଲୋ ଘଟଗାଁ ର ରାଣୀ ,
ହେ ମା' ତାରିଣୀ ତୋ ପାଖେ ମୁହିଁ ୠଣୀ !!