Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

3  

Manorama Mohanty

Others

ତୁମେ ତ ବ୍ରହ୍ମାଣ୍ଡପତି

ତୁମେ ତ ବ୍ରହ୍ମାଣ୍ଡପତି

1 min
386


ପତିତପାବନ ଶ୍ରୀ ମଧୁସୁଦନ ଅଖିଳବ୍ରହ୍ମାଣ୍ଡ ପତି, 

କରୁଛି ଗୁହାରୀ ଶୁଣ ଚକ୍ରଧାରୀ ଫେଡ଼ ବାରେ ମୋ ଦୁର୍ଗତି |


ମୁଁ ଯେ ଅତି ନିଃସ୍ୱ ଦୀନହୀନ ପ୍ରଭୁ ଜାଣିନାହିଁ ମନ୍ତ୍ର ଜପ, 

ଶିଖିନାହିଁ ସ୍ତୁତି ପୂଜା ଆରାଧନା କରିନାହିଁ କିଛି ତପ |


କେବଳ ଡାକୁଛି ତୁମକୁ ନାଥ ହେ ଆଶାର ଆଲୋକ ଜାଳି, 

ଆହେ କୃପାସିନ୍ଧୁ ଦୀନଜନ ବନ୍ଧୁ ଘେନ ମୋର ପୁଷ୍ପାଞ୍ଜଳି |


ସର୍ବଶକ୍ତିମୟ ହେ ପରମେଶ୍ୱର ଘେନାକର ମୋ ଗୁହାରୀ, 

ତୁମ୍ଭେ ମୋ ମାଲିକ ଜୀବନ ଦାୟକ ମୁଁ ତୁମ୍ଭ ପାଦ କିଙ୍କରୀ |


ତୁମ୍ଭବିନୁ ନାଥ ହେବି ମୁଁ ଅନାଥ ଆହେ ଅନ୍ତର୍ଯ୍ୟାମୀ ହରି, 

ଅନ୍ତର ର ଦୁଃଖ ବୁଝି ବି ନ ବୁଝ ହୁଅ ପଥର କିପରି |


ଦେଖି କି ପାରୁନ ହେ ଜଗମୋହନ ତୁମ୍ଭ କୃପାବିନା ଏକା, 

ଭାସୁଛି ଆଜି ମୁଁ ଦୁଃଖ ସାଗର ରେ କେହି ନାହିଁ ମୋର ସଖା |


ମୁଁ ମୁଢ ଅଜ୍ଞାନୀ ବୁଦ୍ଧିଜ୍ଞାନ ହୀନ ଅଟେ ବଡ଼ ମହାପାପୀ, 

ଆହେ ବିଶ୍ୱପ୍ରାଣ ଯାଉ ଏ ପରାଣ ତୁମ୍ଭନା ଜପିଜପି ।


Rate this content
Log in