STORYMIRROR

Amita Mohanty

Others

3  

Amita Mohanty

Others

ଟିକିଏ ବିଶ୍ୱାସ

ଟିକିଏ ବିଶ୍ୱାସ

1 min
13K


ତୁମ ଭଲ ପାଇବାରେ ମୁଁ

ଅଣନିଃଶ୍ୱାସୀ ହୋଇ ଯାଉଛି..

ପାରୁଛ ଯଦି ଟିକେ

ବିଶ୍ୱାସ ଦେଇପାରିବ

ତୁମ ପ୍ରତିଟି ନିଶ୍ୱାସ ସ୍ପନ୍ଦନରେ

ମୋ ପାଇଁ ଯାଗାଟିଏ ରଖିପାରିବ

ତୁମର ପ୍ରତି ଶବ୍ଦରେ ମୋତେ

ମୁକ୍ତା ବିନ୍ଦୁଟିଏ କରିପାରିବ

ସତେକି ଝରି ପଡୁଥିବ ସ୍ନେହର ମଧୁ

ସ୍ନେହର ରଜ୍ଜୁ ସବୁଠୁ ମଜବୁତ୍

ଯେମିତି କି ତୁମ ମୋ ଭିତରେ

ଆପଣାପଣ ଲେସି ହୋଇଥିବ

ଆତ୍ମୀୟତାର ଅନ୍ତରଙ୍ଗ ସବୁକିଛି

ମହମହ ବାସ୍ନା ମହକୁ ଥିବ

ଆଞ୍ଜୁଳା ଭର୍ତ୍ତି ଆନନ୍ଦରେ

ଅବଶିଷ୍ଟ ଜୀବନ କାଟିଦେବି......

ଛଳନାର ଚୋରାବାଲି କାକ୍ଟସ୍ ଭଳି

ମାରାତ୍ମକ ସଭିଏଁ ଜାଣନ୍ତି

ତଥାପି ନିଜକୁ ସଜାଡ଼ିବାରେ

ଟିକେ ଭୂଲ ରହିଯାଏ ସିନା....


ଅମିତା ମହାନ୍ତି

କଟକ


Rate this content
Log in