STORYMIRROR

Amita Mohanty

Others

3  

Amita Mohanty

Others

ସମ୍ପର୍କ

ସମ୍ପର୍କ

1 min
13.8K


କେତେ ନିଚ୍ଛକ ଏ ସମ୍ପର୍କ

ସୂର୍ଯ୍ୟ ସହ ଧରିତ୍ରୀର

ପୂର୍ଣ୍ଣିମା ସହ ଚାନ୍ଦର

କବି ସହ କବିତାର

ନିବିଡ଼ ସମ୍ପର୍କରେ ବନ୍ଧା

ଏକରୁ ଆରେକ ..

କିଛି ସମ୍ପର୍କ ଆୟୁଷ୍ମାନ ହୁଏ ଜୀବନେ

ଆଉ କିଛି ଅଧା ବାଟେ ହଜିଯାଏ

କିଛି ସମ୍ପର୍କ ନିଜର ହୋଇ ମଧ୍ୟ

ମଧୁରତା ମିଳିପାରେନି

ଆଉ କିଛି ପର ଲାଗେ ଖୁବ୍ ଆପଣାର

ଦୁଃଖ ,ସୁଖ , ପ୍ରେମ...

କେମିତି ସମ୍ପର୍କ କୋଉଠୁ ଆସେ

କିଏ ଆସେ ମନରେ ଶତ୍ରୁ ହୋଇ

କିଏ ପୁଣି ଆସେ ଜୀବନ ଦୁଃଖକୁ ହାଲକା କରି

ସୁନ୍ଦର ଭାବନାର ବନ୍ଧୁଟିଏ ହୋଇ

.....ଅମିତା ମହାନ୍ତି..କଟକ ......


Rate this content
Log in