STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ତଥାପି ଦୁଃଖ ନାଇଁ

ତଥାପି ଦୁଃଖ ନାଇଁ

1 min
238

କାହିଁକି ମୁଁ ଏମିତି ଛିଟିକି ପଡ଼ୁଚି

ଗୋଟେ ସ୍ୱରରୁ ଆଉ ଗୋଟେ ସ୍ୱରକୁ

ଆଉ ବେଳେ ବେଳେ ଜାବୁଡ଼ି ଧରୁଚି

ଏକ କାଳୀନ ଅନେକ ଶଦ୍ଦକୁ

ଦୁଃଖର ଯାତ୍ରା ।

ପ୍ରାୟ ପ୍ରତ୍ୟହ ଜୀବନର ଦାଣ୍ଡରେ

ସେମିତିଏକ କ୍ଷଣରେ

ଦୃଶ୍ୟ ଦିଶୁ ଥାଏ ଅନନ୍ୟ ବୋଲି

ଡେ଼ଇଁ ପଡ଼ିଲା ବେଳକୁ

ଶୂନ୍ୟ !

ଶୂନ୍ୟରୁ ଯେହେତୁ ଆମର ଚଲା ଆରମ୍ଭ

ଶୂନ୍ୟ ରେ ସରିଯିବ ବୋଲି

ଅବଶିଷ୍ଟ ଖେଳ

କାହିଁକି ଏବେଠୁ ଦୁଃଖ !



Rate this content
Log in