STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ତିନି ପାହାଚ

ତିନି ପାହାଚ

1 min
183

ସ୍ମୃତି କେତେ ସୁନ୍ଦର ସେ ସ୍ୱପ୍ନର ଗାଁ

ଭିଜା ଭିଜା ଜହ୍ନରାତି

କାହା ସୋରିଷ ଫୁଲ ଦେହରେ

ଅନାମିକା ଫୁଲ ସଂଭାର

" ହୁଁ" କଲେ କମ୍ପୁଥିଲା ମେଦିନୀ

ମୁଁ ଥିଲି ମୁଲାଏମ଼ ଶୀତ ସଂଧ୍ୟାର

ଗୋଷ଼ଟ ବାହୁଡ଼ା ଧୂଳି ॥

ସ୍ୱପ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରରୁ

ଧୂଳି ସବୁ ଝାଡ଼ି ଦେବ ସମୟ

ସୁନା ଜରି ଲଗା ପୋଷାକରେ

ମାର୍ଗଶୀର ଅଗଣା ବାସୁ ଥିବ

ସଜ ଗୋବର ରେ ॥

ବର୍ତ୍ତମାନ ଚାରିପଟେ ଶୂନ୍ୟତାର ବଳୟ

କାଗଜ ଡ଼ଙ୍ଗା ସବୁ ଲୋଚା କୋଚା

ଝୋ ଝୋ ବର୍ଷାରେ ॥



এই বিষয়বস্তু রেট
প্রবেশ করুন