ସ୍ଥିର ଚିତ୍ତେ ସ୍ମରେ ଧିର
ସ୍ଥିର ଚିତ୍ତେ ସ୍ମରେ ଧିର
1 min
585
ହେ ସୃଷ୍ଟିର ସ୍ରଷ୍ଟା ପ୍ରଭୁ ଦିବ୍ୟଦ୍ରଷ୍ଟା
କୃପାନେତ୍ରେ ଚାହଁ ବାରେ,
ମୁହିଁତ ଅକ୍ଷମ ଆଜ୍ଞାନ ଅଧମ
ତୁମ ନାମ ଜପ କରେ,,
ଦିଅ ଦରଶନ ହେ ବିଶିକେଶନ
କହିବି ମୋ ହୃଦକଥା,
ମାଗିବିନି ଧନ ଅବା ଜ୍ଞାନ ଜନ
ନୁଆଇଁ କହୁଛି ମଥା,,
ତୁମ ଶ୍ରୀଚରଣେ ଜାଗା ଟିକେ ଦେବ
ତୁମ ପାଖେ ରହିଯିବି,
ଭକତି ମନରେ ଦିବା ନିଶି ଖାଲି
ତୁମ ପାଦ ସେବୁଥିବୀ,,
ଏତିକି ମାଗୁଣି ମନକଥା ଜାଣି
ଶୁଣିବ ବିନତି ମୋର,
ଭାବିବନି ପର ହୃଦେ ବାସକର
ସ୍ଥିର ଚିତ୍ତେ ସ୍ମରେ ଧିର,,
ଧୀରେନ୍ଦ୍ର ମଲ୍ଲିକ
ନିଳକଣ୍ଠପୁର ମଙ୍ଗଳପୁର ଯାଜପୁର
ଫୋନ_7904392686
