STORYMIRROR

Dhirendra Mallick

Others

3  

Dhirendra Mallick

Others

କାନ୍ଦୁଛି ମୁଁ ନିତିଦିନ

କାନ୍ଦୁଛି ମୁଁ ନିତିଦିନ

1 min
1.0K


ଏମିତି ଜନମ ଦେଇଛୁ କାଳିଆ

କାନ୍ଧୁଛି ମୁଁ ନିତିଦିନ,

ଦେଖା ଯାଉନାହିଁ ତୋ ଚକା ଆଖିକୁ

କରୁମତେ ହୀନିମାନ।

ଛୋଟିଆ ସଂସାର ସ୍ତ୍ରୀ ପିଲା ମୋର

ମୋ ଦୁଃଖରେ ସମଦୁଖୀ

ଦେଖି ପାରନ୍ତିନି ମୋ କଷ୍ଟ ଯନ୍ତ୍ରଣା

ଲୁହେ ଭିଜେ ତାଙ୍କ ଆଖି ।

ଦୁଇମାସ ହେଲା ବେମାର ପଡିଛି

ଭଲ ହେଉ ନାହିଁ ଦେହ,

ଓଳିଏ ଖାଇଲେ ଓଳିଏ ଉପାସ

କେମିତି ବଞ୍ଚିବୁ କହ ।

ଗୁହାରି କରୁଛି ତତେରେ କାଳିଆ

ରଖିବୁ ମୋ ଅନୁରୋଧ,

ସ୍ତ୍ରୀ ପିଲାଙ୍କୁ ମୋ ସାହା ହେଉଥିବୁ

କ୍ଷମି ମୋର ଅପରାଧ ।


ଧୀରେନ୍ଦ୍ର ମଲ୍ଲିକ

ନିଳକଣ୍ଠପୁର,ମଙ୍ଗଳପୁର,ଯାଜପୁର


రచనకు రేటింగ్ ఇవ్వండి
లాగిన్