STORYMIRROR

Dhirendra Mallick

Others

2  

Dhirendra Mallick

Others

ଭଗି ଭାଇ ବାହାଘର

ଭଗି ଭାଇ ବାହାଘର

1 min
324


ଭଦରଖ ଜିଲ୍ଲା ଚୁଡାକୁଟି ଗ୍ରାମେ

ଦେଖିଛି ମୁଁ ଗୋଟେ ଝିଅ,

ତିନି ଭାଇର ସେ ଗୋଟିଏ ଭଉଣୀ

ଜହ୍ନ ପରି ତାର ମୁହଁ,,

ଭାରି ଶାନ୍ତସିଷ୍ଟ ସରଳ ସ୍ୱଭାବ

କୋକିଳ ପରିକା ସ୍ୱର,

ବହୁତ ଲାଜେଇ ଧିର କଥାବାର୍ତ୍ତା

ନମ୍ରତାର ବ୍ୟବହାର,,

ଭଲ ପ୍ରସ୍ତାବଟେ ଭଗି ଭାଇ ପାଇଁ

ଖୋଜିକି ଆଣିଛି ମୁହିଁ,

ଅନୁରୋଧ କରେ ଭଗିଆ ଭାଇଙ୍କୁ

ହାତ ଛଡା କର ନାହିଁ,,

ରାଜି ହେଇଯାଅ କଥାରେ ମୋହର

ଝିଅଟି ପାଇବ ଭଲ,

ସମସ୍ତେ କହିବେ ଭଗୀ ସ୍ତ୍ରୀ ବଡ଼ିଆ

କେହି ହେବେନି ତା ତୁଲ,,

ବାପା ତାର କରେ ପୁଲିସି ଚାକିରୀ

ଗୋଟେ ଭାଇ କଣ୍ଟ୍ରାଟର,

ଆଉ ଦୁଇ ଭାଇ ସୁରାଟରେ ପରା

ବଡ ବଡ ଠିକାଦାର,,

ଦେବେ ପାଞ୍ଚଲକ୍ଷ ଟଙ୍କା ଯୌତୁକ

ଗୋଟିଏ ବୁଲେଟ ଗାଡି,

ଟିଭି ଗଡରେଜ ପଲଙ୍କ ଚେୟାର

ସୋନାଟା କମ୍ପାନୀ ଘଡି,,

ଚେନ ଆଙ୍ଗୁଠି ଦେବେତ ଗଡେଇ

ଦୁଇ ଭରି ଓଜନର,

ସୁତାଠୁ ମୁକୁତା ସବୁ ପୁଣି ଦେବେ

ଜମିବି ଦଶ ଏକର,,

ଏତେ କଥା ଶୁଣି ଭଗୀ ଭାଇମୋର

ବହୁତ ହୋଇଲେ ଖୁସି,

କହିଲେ ଜା ହେଉ ଏତେଦିନ ପରେ

ଫିଟିଲା ମୋ ବାହା ରାଶି,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍