STORYMIRROR

Dhirendra Mallick

Others

3  

Dhirendra Mallick

Others

ଶୁଣୁନୁ ଗୁହାରି ମୋର

ଶୁଣୁନୁ ଗୁହାରି ମୋର

1 min
830


କି ଦୋଷ କରିଛି ତୋ ପାଖେ କାଳିଆ

ଶୁଣୁନୁ ଗୁହାରୀ ମୋର,

ସବୁ ବର୍ଷ ଚାହେଁ ଯିବାକୁ ଶ୍ରୀକ୍ଷେତ୍ର

ଟାଣିବାକୁ ରଥ ତୋର,,

ଯାଇପାରେ ନାହିଁ କହ ତୁ କି ପାଇଁ

ଦେଖିବାକୁ ରଥ ଯାତ,

ଡୋରି ଥରେ ଲଗା କଳା ସାଆନ୍ତ ମୋ

ବଢ଼େଇଦେ ତୋ ହାତ,,

ଯିବି ଶିରୀକ୍ଷେତ୍ର ପୁଣ୍ୟ ହେବ ନେତ୍ର

ଦେଖିବି କଳା ଶ୍ରୀମୁଖ,

ମାନବ ଜୀବନ ଧନ୍ୟ ହେବ ମୋର

ଦୂର ହେବ ସବୁ ଦୁଃଖ,,

ଟାଣିବି ତୋହରି ନନ୍ଦିଘୋଷ ରଥ

ତୋ ବଡ଼ଦାଣ୍ଡରେ ଥାଇ,

ଭକତି ରସରେ ହଜିଯିବି ଥରେ

ତବ ନାମ ଗାଇ ଗାଇ,,

ଧିରେନ୍ଦ୍ର ମଲ୍ଲିକ

ନିଳକଣ୍ଠପୁର ମଙ୍ଗଳପୁର ଯାଜପୁର

ଫୋନ ୭୯୦୪୩୯୨୬୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍