STORYMIRROR

Dhirendra Mallick

Others

2  

Dhirendra Mallick

Others

କେମିତି ବଞ୍ଚିବୁ କହ

କେମିତି ବଞ୍ଚିବୁ କହ

1 min
958


ଏମିତି ଜନମ ଦେଇଛୁ କାଳିଆ

କାନ୍ଧୁଛି ମୁଁ ନିତିଦିନ,

ଦେଖା ଯାଉନାହିଁ ତୋ ଚକା ଆଖିକୁ

କରୁମତେ ହୀନିମାନ,,

ଛୋଟିଆ ସଂସାର ସ୍ତ୍ରୀ ପିଲା ମୋର

ମୋ ଦୁଃଖରେ ସମଦୁଖୀ,,

ଦେଖି ପାରନ୍ତିନି ମୋ କଷ୍ଟ ଯନ୍ତ୍ରଣା

ଲୁହେ ଭିଜେ ତାଙ୍କ ଆଖି,,

ଦୁଇମାସ ହେଲା ବେମାର ପଡିଛି

ଭଲ ହେଉ ନାହିଁ ଦେହ,

ଓଳିଏ ଖାଇଲେ ଓଳିଏ ଉପାସ

କେମିତି ବଞ୍ଚିବୁ କହ,,

ଗୁହାରି କରୁଛି ତତେରେ କାଳିଆ

ରଖିବୁ ମୋ ଅନୁରୋଧ,

ସ୍ତ୍ରୀ ପିଲାଙ୍କୁ ମୋ ସାହା ହେଉଥିବୁ

କ୍ଷମି ମୋର ଅପରାଧ,,

ଧୀରେନ୍ଦ୍ର ମଲ୍ଲିକ

ନିଳକଣ୍ଠପୁର,ମଙ୍ଗଳପୁର,ଯାଜପୁର

ଫୋନ-୭୯୦୪୩୯୨୬୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍