ଷଡ଼ଯନ୍ତ୍ର
ଷଡ଼ଯନ୍ତ୍ର
1 min
164
ଷଡ଼ଯନ୍ତ୍ରେ ସଢ଼େ ନିରୀହ ମଣିଷ
ହରାଇ ଧନ ଜୀବନ ,
ଷଡ଼ଯନ୍ତ୍ର କରି ଜିତି ହୁଏ ରାଜ୍ୟ
ଜିତି ହୁଏ ନାହିଁ ମନ ।
ଷଡ଼ଯନ୍ତ୍ର କରି ସାହୁକାର ବୁଢ଼ା
ଦାଣ୍ଡରେ କରେ ଭିକାରି ,
ଲୋଭ ଗ୍ରାସି ଗଲେ ସ୍ନେହ ତୁଟି ଯାଏ
ଭାଇ ତ ସାଜେ ଭଗାରି ।
ଷଡ଼ଯନ୍ତ୍ର କରି ପୂର୍ଣ୍ଣ ହେଲେ ବାଞ୍ଛା
ବନ୍ଧୁକ ଦେଖାଏ ବନ୍ଧୁ ,
ଲଙ୍ଘି ନପାରିଲେ ଦେଶ, ରାଜ୍ୟ ସୀମା
କରାୟତ କରେ ସିନ୍ଧୁ ।
ଷଡ଼ଯନ୍ତ୍ର କରି କୌରବ ନୃପତି
ପାଣ୍ଡବଙ୍କୁ କଲେ ଦାସ ,
ଅହଂକାରୀ ହେଇ ସୀମା ଲଙ୍ଘି ଗଲେ
ଶେଷେ ହେଲେ ସର୍ବନାଶ ।
