ସନ୍ଧ୍ଯା ଭ୍ରମଣ
ସନ୍ଧ୍ଯା ଭ୍ରମଣ
1 min
238
ମଉଳିଲା ଖରା
ସନ୍ଧ୍ୟା ନଇଁ ଗଲା
ବାହାରିଲି ସନ୍ଧ୍ୟା ଭ୍ରମଣେ ,
ସାଥିଙ୍କ ମେଳରେ
ସାଗର କୂଳରେ
ନିରେଖିବି ସଂଧ୍ଯା ନୟନେ ।
ସିରି ସିରି ବହେ
ଶୀତଳ ପବନ
ସରସର ମନ ଶରୀର ,
ରହି ରହି ଶୁଭେ
ସାଗର ଗର୍ଜନ
ଛୁଇଁବାକୁ ମନ ଅଧିର ।
ତହୁଁ ବାହାରିଲି
ପ୍ରମୋଦ ଉଦ୍ଯାନେ
କରିବାକୁ ମନ ହାଲୁକା ,
ପ୍ରମୋଦ ପ୍ରମୋଦା
ପ୍ରୀତି ରଚୁ ଥିଲେ
ପ୍ରମୋଦରେ ଖେଳି ଖେଳିକା ।
ଚାହିଁ ଦେଲି ଯେବେ
ପାହାଡ଼ ଶିଖର
ବିଜୁଳି ଆଲୁଅ ଝଲସେ,
ଭ୍ରମ ସୃଷ୍ଟି କରେ
ସଜ ତାରା ଫୁଲ
ଫୁଟିଛି ନୂତନ ଆକାଶେ ।
ମନ ହରି ନିଏ
ବିପଣି ମେଳାରେ
ମନୋହର ଚିଜ ଦେଖିକି,
ମନ ରହି ଯାଏ
ମାନସୀ ପାଖରେ
ପ୍ରୀତି ମାନସାଙ୍କ କଷିକି ।
